Posted inଫୁରସତ

ଏହି ଦେଶରେ ଭୋ ଭୋ ହୋଇ କାନ୍ଦିବା ଅଭ୍ୟାସ କରନ୍ତି ଲୋକେ; ନ ମାନିଲେ ଘରୁ ଉଠାଇ ନିଆଯାଏ: କାରଣ ଜାଣିଲେ ହେବେ..

ଉତ୍ତରକୋରିଆରେ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଏ। ସେଠାର ଜନସାଧାରଣ ରାଜପରିବାରକୁ ବହୁତ ଡରିଥାନ୍ତି। କାରଣ ଦେଶରେ ଶାସକଙ୍କୁ ବଞ୍ଚିଥିବା ବେଳେ ସମ୍ମାନ ଦେବା ଏବଂ ମରିବା ପରେ ମଧ୍ୟ ତାଙ୍କ ପାଇଁ ଲୋକେ କାନ୍ଦିବାର ପରମ୍ପରା ରହିଛି। ଯଦି କେହି ତାହା କରି ନ ଥାଏ ତେବେ ତାକୁ କିମ୍‌ଙ୍କ ପରିବାର ପକ୍ଷରୁ ଦଣ୍ଡିତ କରାଯାଇଥାଏ।

କିମ୍‌ଙ୍କ ପୂର୍ବରୁ ପ୍ରଥମେ ତାଙ୍କ ଜେଜେବାପା ଏବଂ ପରେ ବାପା କିମ୍‌ ଜୋଙ୍ଗ ଇଲ ଦେଶର ଶାସନ ଭାର ସମ୍ଭାଳି ଥିଲେ। କିମ୍‌ ଜୋଙ୍ଗ ଇଲଙ୍କ ହୃଦଘାତରେ ନିଧନ ହୋଇଥିଲା। ୨୦୧୧ ଡିସେମ୍ବର ୧୭ରେ ତାଙ୍କର ମୃତ୍ୟୁ ହୋଇଥିଲେ ହେଁ ଏହାର ଦୁଇଦିନ ପରେ ଦେଶବାସୀଙ୍କୁ ଏନେଇ ଟେଲିଭିଜନ ଜରିଆରେ ଖବର ମିଳିଥିଲା। ଏଥିସହ ଦେଶରେ ୧୦ ଦିନିଆ ଆଧିକାରିକ ଶୋକ ଲାଗୁ ହୋଇଥିଲା। ଅନ୍ତିମ ସତ୍କାର ପୂର୍ବରୁ ଶେଷ ଦର୍ଶନ ପାଇଁ ତାଙ୍କ ମରଶରୀର ରଖାଯାଇଥିଲା। ଦେଶବାସୀଙ୍କୁ ଶୋକ ସଭାରେ ଭୋ ଭୋ ହୋଇ କାନ୍ଦିବାକୁ ଆଦେଶ ଦିଆଯାଇଥିଲା। ଏପରି କରି ସେମାନେ ପୂର୍ବ ରାଜାଙ୍କ ପ୍ରତି ନିଜର ଭଲପାଇବା ଓ ଆନୁଗତ୍ୟ ଦେଖାଇବେ ବୋଲି କୁହାଯାଇଥିଲା। ନିର୍ଦ୍ଦେଶ ମୁତାବକ ଅଭ୍ୟାସ କରି ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧ, ବୃଦ୍ଧା ଏବଂ ଶିଶୁ ସମସ୍ତେ ଶୋକସଭାରେ ସେଭଳି କାନ୍ଦିଥିଲେ। ସେଭଳି କାନ୍ଦୁ ନ ଥିବା ଲୋକଙ୍କୁ ଚିହ୍ନଟ କରାଯାଇ ଘରୁ ଉଠାଇ ନିଆଯାଇଥିଲା। ଏପରିକି ସେମାନଙ୍କୁ ୬ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ କଠୋର ଦଣ୍ଡ ଦିଆଯାଇଥିଲା। ୬୯ ବର୍ଷୀୟ ଜୋଙ୍ଗ ଇଲଙ୍କ ମୃତ୍ୟୁର ୩ ବର୍ଷ ପର୍ଯ୍ୟନ୍ତ ଏଭଳି ଚାଲିଥିଲା। ୨୦୧୪ ଡିସେମ୍ବର ୧୭ରେ ଏହା ଶେଷ ହୋଇଥିଲା। ଏ ନେଇ ଅନେକ ଫଟୋ ଭାଇରାଲ ହେବା ପରେ ଅନେକ ବିବାଦ ମୁଣ୍ଡ ଟେକିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri