Posted inଫୁରସତ

ଏହି ଦେଶରେ ଭୋ ଭୋ ହୋଇ କାନ୍ଦିବା ଅଭ୍ୟାସ କରନ୍ତି ଲୋକେ; ନ ମାନିଲେ ଘରୁ ଉଠାଇ ନିଆଯାଏ: କାରଣ ଜାଣିଲେ ହେବେ..

ଉତ୍ତରକୋରିଆରେ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଏ। ସେଠାର ଜନସାଧାରଣ ରାଜପରିବାରକୁ ବହୁତ ଡରିଥାନ୍ତି। କାରଣ ଦେଶରେ ଶାସକଙ୍କୁ ବଞ୍ଚିଥିବା ବେଳେ ସମ୍ମାନ ଦେବା ଏବଂ ମରିବା ପରେ ମଧ୍ୟ ତାଙ୍କ ପାଇଁ ଲୋକେ କାନ୍ଦିବାର ପରମ୍ପରା ରହିଛି। ଯଦି କେହି ତାହା କରି ନ ଥାଏ ତେବେ ତାକୁ କିମ୍‌ଙ୍କ ପରିବାର ପକ୍ଷରୁ ଦଣ୍ଡିତ କରାଯାଇଥାଏ।

କିମ୍‌ଙ୍କ ପୂର୍ବରୁ ପ୍ରଥମେ ତାଙ୍କ ଜେଜେବାପା ଏବଂ ପରେ ବାପା କିମ୍‌ ଜୋଙ୍ଗ ଇଲ ଦେଶର ଶାସନ ଭାର ସମ୍ଭାଳି ଥିଲେ। କିମ୍‌ ଜୋଙ୍ଗ ଇଲଙ୍କ ହୃଦଘାତରେ ନିଧନ ହୋଇଥିଲା। ୨୦୧୧ ଡିସେମ୍ବର ୧୭ରେ ତାଙ୍କର ମୃତ୍ୟୁ ହୋଇଥିଲେ ହେଁ ଏହାର ଦୁଇଦିନ ପରେ ଦେଶବାସୀଙ୍କୁ ଏନେଇ ଟେଲିଭିଜନ ଜରିଆରେ ଖବର ମିଳିଥିଲା। ଏଥିସହ ଦେଶରେ ୧୦ ଦିନିଆ ଆଧିକାରିକ ଶୋକ ଲାଗୁ ହୋଇଥିଲା। ଅନ୍ତିମ ସତ୍କାର ପୂର୍ବରୁ ଶେଷ ଦର୍ଶନ ପାଇଁ ତାଙ୍କ ମରଶରୀର ରଖାଯାଇଥିଲା। ଦେଶବାସୀଙ୍କୁ ଶୋକ ସଭାରେ ଭୋ ଭୋ ହୋଇ କାନ୍ଦିବାକୁ ଆଦେଶ ଦିଆଯାଇଥିଲା। ଏପରି କରି ସେମାନେ ପୂର୍ବ ରାଜାଙ୍କ ପ୍ରତି ନିଜର ଭଲପାଇବା ଓ ଆନୁଗତ୍ୟ ଦେଖାଇବେ ବୋଲି କୁହାଯାଇଥିଲା। ନିର୍ଦ୍ଦେଶ ମୁତାବକ ଅଭ୍ୟାସ କରି ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧ, ବୃଦ୍ଧା ଏବଂ ଶିଶୁ ସମସ୍ତେ ଶୋକସଭାରେ ସେଭଳି କାନ୍ଦିଥିଲେ। ସେଭଳି କାନ୍ଦୁ ନ ଥିବା ଲୋକଙ୍କୁ ଚିହ୍ନଟ କରାଯାଇ ଘରୁ ଉଠାଇ ନିଆଯାଇଥିଲା। ଏପରିକି ସେମାନଙ୍କୁ ୬ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ କଠୋର ଦଣ୍ଡ ଦିଆଯାଇଥିଲା। ୬୯ ବର୍ଷୀୟ ଜୋଙ୍ଗ ଇଲଙ୍କ ମୃତ୍ୟୁର ୩ ବର୍ଷ ପର୍ଯ୍ୟନ୍ତ ଏଭଳି ଚାଲିଥିଲା। ୨୦୧୪ ଡିସେମ୍ବର ୧୭ରେ ଏହା ଶେଷ ହୋଇଥିଲା। ଏ ନେଇ ଅନେକ ଫଟୋ ଭାଇରାଲ ହେବା ପରେ ଅନେକ ବିବାଦ ମୁଣ୍ଡ ଟେକିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?