Posted inଜାତୀୟ

ତିନି ଏସ୍ ପ୍ଲାନ କରି ଖେଳିଳେ ଖେଳ: ଜୟରାମ ରମେଶ

ନୂଆଦିଲ୍ଲୀ,୩ ।୩: ଦେଶର ୩ ପୂର୍ବୋତ୍ତର ରାଜ୍ୟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ । ନାଗାଲାଣ୍ଡ ଓ ତ୍ରିପୁରାରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବହୁମତ ମିଳିଛି । ଏପଟେ ମେଘାଳୟରେ ଭାଜପା ନ୍ୟାଶନାଲ ପିପୁଲ୍‌ସ ପାର୍ଟି(ଏନପିପି)କୁ ସମର୍ଥନ ଦେଇଛି । ସମସ୍ତ ଚେଷ୍ଟା ପରେ ବି କଂଗ୍ରେସକୁ ୩ ରାଜ୍ୟରେ ଶୋଚନୀୟ ଭାବେ ପରାସ୍ତ ହେବାକୁ ପଡିଛି । ଏବେ ନିର୍ବାଚନ ଫଳାଫଳକୁ ନେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ କରିଛନ୍ତି, ଏହାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।
ଜୟରାମ ରମେଶ ଉପନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଦଳକୁ ମିଳିଥିବା ଆସନକୁ ନେଇ ଟୁଇଟ କରିଛନ୍ତି । ସେ ଲେଖିଛନ୍ତି, ଆଜିର ବିଧାନସଭା ନିର୍ବାଚନ ଫଳାଫଳ ଏନସିପି ୩୩ ବର୍ଷ ପରେ ମହାରାଷ୍ଟ୍ରର କସବା ପେଠ ଜିତିଲା, ପଶ୍ଚିମବଙ୍ଗର ସାଗରଦିଘି ଆସନରେ କଂଗ୍ରେସ ୫୧ ବର୍ଷ ପରେ ଜିତିଲା, ତ୍ରିପୁରାରେ କଂଗ୍ରେସ ୦ରୁ ୫ ଆସନରେ ପହଞ୍ଚିଗଲା । ମେଘାଳୟରେ ୫ ଆସନ(୨୧ ବିଧାୟକଙ୍କୁ ହାଇଜାକ କରିବା ପରେ) ।
ଏହାର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ସେ ଟୁଇଟ କରି ଲେଖିଛନ୍ତି, ତିନି ରାଜ୍ୟରେ ହୋଇଥିବା ପରାଜୟକୁ ଏକ ଉପଲବ୍ଧିରେ ବଦଳାଇ ନେଗେଟିଭ ପ୍ରସ୍ତୁତ କରି ଅନ୍ଧକାରରେ ବଞ୍ଚିବା କଂଗ୍ରେସର କ୍ଷମତାକୁ ପ୍ରଶଂସା କରିବା ଦରକାର ।
ମେଘାଳୟରେ ନିର୍ବାଚନ ପରେ ଏନପିପି ଓ ଭାଜପା ମଧ୍ୟରେ ହୋଇଥିବା ମେଣ୍ଟକୁ ନେଇ ଜୟରାମ ରମେଶ କଟାକ୍ଷ କରିଛନ୍ତି । ସେ ଏହି ‘ଖେଳ’ ପାଇଁ ୩ ଏସ୍ ଅର୍ଥାତ୍ ଅମିତ ଶାହା, ହିମନ୍ତ ବିଶ୍ୱ ଶର୍ମା ଓ କୋନରାଡ ସାଙ୍ଗମାଙ୍କୁ ଦାୟୀ କରାଇଛନ୍ତି । ରମେଶ ଟୁଇଟ କରି ଲେଖିଛନ୍ତି , ଏସବୁ ତିନି ଏସ- ଶାହା,ଶର୍ମା ଓ ସାଙ୍ଗମାଙ୍କ ଦ୍ୱାରା ଖେଳାଯାଇଥିବା ସୁନିୟୋଜିତ ଖେଳ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?