Posted inଜାତୀୟ

ଏବର୍ଷ ସ୍ବାଭାବିକ ମୌସୁମୀ ବର୍ଷା

ନୂଆଦିଲ୍ଲୀ,୧୩।୪: ଚଳିତ ବର୍ଷ ଭାରତରେ ସ୍ବାଭାବିକ ମୌସୁମୀ ବର୍ଷା ହୋଇପାରେ ବୋଲି ଘରୋଇ ପାଣିପାଗ ଅନୁମାନକାରୀ ସଂସ୍ଥା ସ୍କାଏମେଟ୍‌ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ସ୍କାଏମେଟ୍‌ର ମୌସୁମୀ ପୂର୍ବାନୁମାନ ଅନୁସାରେ ଜୁନ୍‌-ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର(୪ ମାସ)ର ହାରାହାରି ବୃଷ୍ଟିପାତ ୮୮୦.୬ ମି.ମି. ତୁଳନାରେ ୨୦୨୨ରେ ୯୮% (+/-୫%) ବର୍ଷା ହୋଇପାରେ। ସ୍କାଏମେଟ୍‌ ଗତ ଫେବୃୟାରୀ ୨୧ରେ ନିଜ ପ୍ରାରମ୍ଭିକ ପୂର୍ବାନୁମାନ ଜାରି କରି ୨୦୨୨ରେ ‘ସ୍ବାଭାବିକ ବର୍ଷା’ ହେବା ନେଇ ଆକଳନ କରିଥିଲା, ଯାହାକୁ ବର୍ତ୍ତମାନ ମଧ୍ୟ ବଳବତ୍ତର ରଖିଛି। ଦୀର୍ଘମିଆଦୀ ଅନୁପାତ (ଏଲ୍‌ପିଏ) ୯୬-୧୦୪% ରହିଲେ ତାକୁ ଆଭେରେଜ୍‌ ବା ନର୍ମାଲ (ହାରାହାରି ବା ସ୍ବାଭାବିକ) ବୃଷ୍ଟିପାତ କୁହାଯାଏ। ତେବେ ଏବର୍ଷ ଏଲ୍‌ପିଏ ୯୮% ରହିବା ନେଇ ସ୍କାଏମେଟ୍‌ ଆକଳନ କରିଛି। ଭାରତର ପ୍ରାୟ ଅଧା ଚାଷଜମିକୁ ଚଳସେଚନ ସୁବିଧା ନ ଥିବାରୁ କୃଷି କାର୍ଯ୍ୟ ପାଇଁ ଚାଷୀକୁଳ ଜୁନ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ଉପରେ ନିର୍ଭର କରିଥାଆନ୍ତି। ତେଣୁ ଏହି ପୂର୍ବାନୁମାନ ପରେ ୨୦୨୨ରେ କୃଷିରେ ଉନ୍ନତି ସହ ଏସିଆର ତୃତୀୟ ବୃହତ୍‌ ଅର୍ଥନୀତି ପାଇଁ ଅଭିବୃଦ୍ଧିର ଆଶା ଉଜ୍ଜ୍ୱଳ ହୋଇଛି। ତେବେ ରାଜସ୍ଥାନ, ଗୁଜରାଟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ନିଅଣ୍ଟିଆ ବୃଷ୍ଟିପାତ ହେବା ଆଶଙ୍କା ରହିଛି। ଜୁଲାଇରୁ ଅଗଷ୍ଟ ମଧ୍ୟରେ ଦକ୍ଷିଣ ଭାରତର କେରଳ ଓ ଆଭ୍ୟନ୍ତରୀଣ କର୍ନାଟକରେ ବୃଷ୍ଟିପାତର ତୀବ୍ରତା କମ୍‌ ରହିପାରେ। ଅନ୍ୟପକ୍ଷେ ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବା ନେଇ ସ୍କାଏମେଟ୍‌ ଆକଳନ କରିଛି। ସରକାରୀ ଭାବେ ପାଣିପାଗ ପୂର୍ବାନୁମାନ କରୁଥିବା ଭାରତର ପାଣିପାଗ ବିଭାଗ (ଆଇଏମ୍‌ଡି) ଖୁବ୍‌ଶୀଘ୍ର ନିଜ ଆକଳନ ସମ୍ପର୍କରେ ଘୋଷଣା କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର: ପୋଲିସ ଗୁଳି ଖାଇ ଏବେ ଆଇସିୟୁରେ ଅପରାଧୀ ଜଗା

ବ୍ରହ୍ମପୁର,୨୫ା୫: ଗଞ୍ଜାମ ଜିଲାରେ ଗତ ମାସକ ମଧ୍ୟରେ ୧୦ ହତ୍ୟାକାଣ୍ଡ, ଗୋଷ୍ଠୀ କନ୍ଦଳକୁ ନେଇ ଏକାଧିକ ହଣାକଟା ଘଟଣା ଯୋଗୁ ଆଇନଶୃଙ୍ଖଳା ବିପର୍ଯସ୍ତ ହୋଇପଡିଥିଲା। ଯାହାକି ପୋଲିସ…

ସକାଳୁ ସକାଳୁ ଇରାନକୁ ଧମକ ଦେଲେ ଟ୍ରମ୍ପ! ଡିଲ ଉପରେ ସସପେନ୍ସକୁ ନେଇ ପଠାଇଲେ…

ଓ୍ବାଶିଂଟନ,୨୫।୫: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ଭାବ୍ୟ ଚୁକ୍ତିକୁ ନେଇ ସସପେନ୍ସ ଜାରି ରହିଛି। ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଟ୍ରମ୍ପ ତାଙ୍କ ସ୍ବତନ୍ତ୍ର ପ୍ରତିନିଧି ସର୍ଗିଓ ଗୋରଙ୍କୁ ଫୋନ ମାଧ୍ୟମରେ କ’ଣ ନିର୍ଦ୍ଦେଶ ଦେଇଥିଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୫: ଆମେରିକାର ସ୍ବାଧୀନତା ଘୋଷଣାର ୨୫୦ତମ ବାର୍ଷିକୀ ପାଳନ ପାଇଁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର ଏବଂ ଆମେରିକାର ବୈଦେଶିକ ସଚିବ…

ଶୀଥିଳ ହୋଇପଡ଼ିଛି ଧାନ ବିକ୍ରି-ଉଠାଣ ପ୍ରକ୍ରିୟା: ଚାଲିଲା ଛାନଭିନ୍‌, ଫସରଫାଟିଲା ଫଲ୍ସ ଏଣ୍ଟ୍ରି

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ରବିବାର ୨ସପ୍ତାହ ପୂରି ଯାଇଛି। ହେଲେ ଏବେ ମଧ୍ୟ କେତେକ ମିଲର୍ସ ନିୟମିତ ଭାବେ ଆସୁ ନ…

ଘରୋଇ ବିବାଦୀୟ ଜମିରେ ଗୋଷ୍ଠୀ ସାଂସ୍କୃତିକ କେନ୍ଦ୍ର ନିର୍ମାଣ: ବିଡିଓ ଦୃଷ୍ଟିଦେବାକୁ ଦାବି

ମହାକାଳପଡ଼ା, ୨୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ବଗଗହଣ ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ଯୋଜନାରେ ଷୋଳ…

ଭତ୍ତା ପାଇଁ ଶାଶୁଙ୍କୁ ୯ କି.ମି. ପିଠିରେ ବୋହିଲେ ବୋହୂ

ଅମ୍ବିକାପୁର,୨୫ା୫: ଛତିଶଗଡ଼ର ସୁର୍ଗୁଜା ଜିଲାରେ ଜଣେ ମହିଳା ତାଙ୍କ ୯୦ ବର୍ଷୀୟା ଶାଶୁଙ୍କ ଭତ୍ତା ଟଙ୍କା ଉଠାଇବା ପାଇଁ ପିଠିରେ ୯ କି.ମି. ବୋହି ବ୍ୟାଙ୍କକୁ ଯିବା…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ଡାଇବେଟିସ୍‌ ଥିଲେ ରୁହନ୍ତୁ ସତର୍କ, ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ…

ବର୍ତ୍ତମାନ ଏଭଳି ସମୟ ଆସିଛି, ଯେତେବେଳେ ଆମେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ନିହାତି ଦରକାର। ଯଦି ଆପଣଙ୍କର ଡାଇବେଟିସ୍‌ କିମ୍ବା ରକ୍ତଚାପ ପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri