୨୦ ଦିନ ବନ୍ଦ ରହିବ ଆମିଷ ଦୋକାନ

ବେଙ୍ଗାଲୁରୁ,୨୮ା୧: କର୍ନାଟକର ବେଙ୍ଗାଲୁରୁରେ ଆମିଷ ଦୋକାନ ବନ୍ଦ ରହିବ। ଏରୋ ଇଣ୍ଡିଆ ଶୋ’କୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ନଗର ନିଗମ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଜାନୁୟାରୀ ୩୦ରୁ ଫେବୃୟାରୀ ୨୦ ପର୍ଯ୍ୟନ୍ତ ମାଂସ ଦୋକାନ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ବନ୍ଦ ପାଇଁ ନଗର ନିଗମ ନିର୍ଦ୍ଦେଶ ଦେଇଛି।

ବିବିଏମ୍‌ପି ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି, ୟେଲାହଙ୍କା ବାୟୁସେନା ଷ୍ଟେଶନର ୧୦ କିଲୋମିଟର ପରିସୀମାରେ ଥିବା ସମସ୍ତ ମାଂସ ଦୋକାନ ସହ ହୋଟେଲ ବନ୍ଦ ରହିବ। ଏହି ଦୂରତ୍ୱ ମଧ୍ୟରେ ଆମିଷ ଖାଦ୍ୟ ପରିବେଷଣ ଏବଂ ବିକ୍ରୟ ସମ୍ପୂର୍ଣ୍ଣ ନିଷେଧ ହେବ। ଏହାକୁ କେହି ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଶୋ’ ଫେବୃୟାରୀ ୧୩ରୁ ୧୭ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ପାଇଁ ହତ୍ୟା, ସ୍ତ୍ରୀର ପେଟକୁ ଗୋଇଠା ମାରି ଜୀବନ ନେଇଗଲେ ସ୍ବାମୀ

ମୋରଡ଼ା,୨୪।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଯୌତୁକ ଦାବିରେ ସ୍ତ୍ରୀଙ୍କ ପେଟକୁ ଗୋଇଠା ମାରି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଜନଗଣନାରେ ବାଧା ଦେଲେ ୩ ବର୍ଷ ଜେଲଦଣ୍ଡ: ଜାରି ହେଲା ଏସ୍‌ଓପି

ଭୁବନେଶ୍ୱର,୨୪।୪ (ରବିନାରାୟଣ ଜେନା):ରାଜ୍ୟରେ ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିବା ଜନଗଣନାକୁ କିଭଳି ଶୃଙ୍ଖଳିତ କରାଯିବ ସେନେଇ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ରାଜସ୍ବ ମନ୍ତ୍ରୀ…

ପ୍ରଥମେ ନର୍କ କହିଲେ ଏବେ ପ୍ରଶଂସା କଲେ, ଭାରତକୁ ସମାଲୋଚନା କରିବା ପରେ ନରମିଲା ଟ୍ରମ୍ପଙ୍କ ସ୍ବର

ଓ୍ବାଶିଂଟନ,୨୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କିଛି ରାଷ୍ଟ୍ରକୁ “ନର୍କଗହ୍ୱର” ବୋଲି ବର୍ଣ୍ଣନା କରିବା ନେଇ ଭାରତରେ ଏକ ବିବାଦ ଦେଖାଦେଇଛି । ଟ୍ରମ୍ପ ଏକ ବାର୍ତ୍ତାଳାପର ଏକ…

ଇଣ୍ଡିଆ ବୁକ୍ସ ଅଫ୍‌ ରେକର୍ଡସ୍‌ରେ କ୍ରିୟାଂଶ ପାତ୍ର: ଛୁଟୁଛି ଶୁଭେଚ୍ଛାର ସୁଅ

କୃଷ୍ଣପ୍ରସାଦ,୨୪ା୪(କୈଳାସ ଚନ୍ଦ୍ର ପଟ୍ଟନାୟକ):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପାରିକୁଦଗଡ଼ର ୨ ବର୍ଷ ୪ ମାସର କ୍ରିୟାଂଶ ପାତ୍ର ଇଣ୍ଡିଆ ବୁକ୍ସ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି।…

ବର୍ବରତା…ମାଆର ମୁଣ୍ଡ କାଟିଲେ; ବାପା-ଭଉଣୀଙ୍କୁ ଆକ୍ରମଣ କଲେ ଝିଅ, କଟା ମୁଣ୍ଡ ପାଖରେ ରାତିସାରା ଜଗି ବସିଲେ

ନୂଆଦିଲ୍ଲୀ,୨୪ା୪: ଆସାମର ପଶ୍ଚିମ କାର୍ବି ଆଙ୍ଗଲଙ୍ଗ ଜିଲାର ଡେରାମୁଖ ଲାଲୁଙ୍ଗ ଗାଁରୁ ଏକ ବିଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଏଠାରେ ଜଣେ ୧୯ ବର୍ଷୀୟା ଯୁବତୀ…

ଚଳିତ ଶିକ୍ଷାବର୍ଷରେ ଏତିକି ଦିନ ସ୍କୁଲ ଖୋଲା, ଜାଣନ୍ତୁ କେଉଁ ମାସରେ କେତେ ଦିନ…

ଭୁବନେଶ୍ବର,୨୪ା୪(ସୁଚିସ୍ମିତା ସାହୁ):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର…

ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ୨୦ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୨୪।୪(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ,…

ଗାଁ ଓଡ଼ିଶାରେ, ଭୋଟ ଦେଲେ ପଶ୍ଚିମବଙ୍ଗରେ: ଜାଣନ୍ତୁ କେମିତି…

ଭୋଗରାଇ,୨୪ା୪(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ସୀମାକୁ ଲାଗିଥିବା ପଡ଼ୋଶୀ ପଶ୍ଚିମବଙ୍ଗର ୧୬ ଜିଲାରେ ୧୫୨ ବିଧାନସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟ ନିର୍ବାଚନ କଡ଼ା ନିରାପତ୍ତା ମଧ୍ୟରେ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri