ଜାଣନ୍ତୁ କାହିଁକି ସ୍ବତନ୍ତ୍ର ଏହି ମୋଗଲ ଗାର୍ଡେନ

ମୋଗଲ ଗାର୍ଡେନର ନାମ ଅମୃତ ଉଦ୍ୟାନକୁ ପରିବର୍ତ୍ତନ କରାଯାଇଛି। ତେବେ ଏହି ମୋଗଲ ଗାର୍ଡେନ ଦିଲ୍ଲୀର ରାଷ୍ଟ୍ରପତି ଭବନ ପରିସରରେ ରହିଛି। ଏହି ଉଦ୍ୟାନ ସ୍ବଦେଶୀ ଏବଂ ବିଦେଶୀ ଫୁଲର ଏକ ଅଦ୍ଭୁତ ଉଦ୍ୟାନ। ଟ୍ୟୁଲିପ୍‌, ଗୋଲାପ ସହିତ ବିଭିନ୍ନ ପ୍ରକାରର ଫୁଲ ରହିଛି। ଏହା ୧୫ ଏକର ପରିମିତ ଜାଗାରେ ବ୍ୟାପିଛି। ଏହା ଭାରତୀୟ ସଂସ୍କୃତି ଏବଂ ମୋଗଲ ଶୈଳୀରେ ନିର୍ମିତ ହୋଇଥିଲା। ତେବେ ଏହାର ଇତିହାସ କ’ଣ ଜାଣନ୍ତୁ ସେ ସମ୍ପର୍କରେ…

Mughal Garden

ବ୍ରିଟିଶ ଶାସନ ସମୟରେ ମୋଗଲ ଗାର୍ଡେନ ତିଆରି କରାଯାଇଥିଲା। ମୋଗଲ ଗାର୍ଡେନ ନାମ ସୂଚିତ କରେ ଯେ, ଏହା ନିଶ୍ଚିତ ଭାବରେ ମୋଗଲ ଶାସକମାନଙ୍କ ଦ୍ୱାରା ନିର୍ମିତ ହୋଇଛି। କିନ୍ତୁ ଏହା ନୁହେଁ, ବ୍ରିଟିଶ ଶାସନ ସମୟରେ ଏହି ଉଦ୍ୟାନ ତିଆରି କରାଯାଇଥିଲା। ଯେତେବେଳେ ବ୍ରିଟିଶମାନେ ଭାରତ ଶାସନ କରୁଥିଲେ, ଦେଶର ରାଜଧାନୀ କୋଲକାତା ଥିଲା। ୧୯୧୧ରେ ଭାରତର ରାଜଧାନୀ ଦିଲ୍ଲୀକୁ ଉଠିଆସିଲା। ଦିଲ୍ଲୀରେ ଭାଇସରାୟଙ୍କ ହାଉସ ନିର୍ମାଣ କରାଯାଇଥିଲା। ସ୍ବାଧୀନତା ପରେ ଏହି ହାଉସ ରାଷ୍ଟ୍ରୀୟ ଭବନରେ ପରିଣତ ହେଲା। ଏହି ବିଲ୍ଡିଂର ଡିଜାଇନ ବ୍ରିଟିଶି ଶିଳ୍ପୀ ସାର୍‌ ଏଡଓ୍ବିନ ଲୁଟିନ୍ସଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଇଂଲଣ୍ଡରୁ ଭାରତ ଆସିବା ପରେ ସାର୍‌ ଏଡଓ୍ବିନ ଲୁଟିନ୍ସ ମୋଗଲ ଗାର୍ଡେନ୍ସର ମାନଚିତ୍ର ପ୍ରସ୍ତୁତ କରିଥିଲେ। ୧୯୧୭ରେ ମୋଗଲ ଗାର୍ଡେନର ଡିଜାଇନ ପ୍ରସ୍ତୁତ କରାଯାଇଥିଲା। ଏହି ଉଦ୍ୟାନ ୧୯୨୮ରେ ସମ୍ପୂର୍ଣ୍ଣ ହୋଇଥିଲା


ରାଷ୍ଟ୍ରପତି ଭବନ ରାଇସିନା ପାହାଡ଼ ଉପରେ ନିର୍ମିତ ହୋଇଥିଲା। ଏଠାରେ ଇଂରାଜୀ ଶାସକ ଭାଇସରାୟଙ୍କ ପାଇଁ ଏକ ଫୁଲ ବଗିଚା ତିଆରି କରିଥିଲେ। ମୋଗଲ ଗାର୍ଡେନ ହେଉଛି ଏକମାତ୍ର ଉଦ୍ୟାନ, ଯେଉଁଠାରେ ସାରା ବିଶ୍ୱର ରଙ୍ଗୀନ ଫୁଲ ଦେଖିବାକୁ ମିଳିଥାଏ। ମୋଗଲ ଗାର୍ଡେନକୁ ଚାରି ଭାଗରେ ବିଭକ୍ତ କରାଯାଇଛି। ସ୍କୋୟାର ଗାର୍ଡେନ, ଲଙ୍ଗ ଗାର୍ଡେନ, ପରଦା ଗାର୍ଡେନା ଏବଂ ସର୍କୁଲାର୍‌ ଗାର୍ଡେନ।

Mughal Garden at Rashtrapati Bhawan (President's House)

ପ୍ରଥମ ରାଷ୍ଟ୍ରପତି ସାଧାରଣ ଲୋକଙ୍କ ପାଇଁ ମୋଗଲ ଗାର୍ଡେନ ଖୋଲିଥିଲେ। ସ୍ବାଧୀନତା ପରେ ଭାଇସରାୟ ହାଉସର ନାମ ରାଷ୍ଟ୍ରପତି ଭବନରେ ପରିବର୍ତ୍ତନ କରାଯାଇଥିଲା। ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏଠାରେ ରହିବାକୁ ଆସିଥିଲେ। ତା’ପରେ ସେ ସାଧାରଣ ଲୋକଙ୍କ ପାଇଁ ମୋଗଲ ଗାର୍ଡେନ ଖୋଲିଥିଲେ। ସେବେଠାରୁ ପ୍ରତ୍ୟେକ ବସନ୍ତରେ ସାଧାରଣ ଲୋକଙ୍କ ପାଇଁ ମୋଗଲ ଗାର୍ଡେନ ଖୋଲାଯାଉଛି। ବର୍ତ୍ତମାନ ଏହାର ନାମ ଅମୃତ ଉଦ୍ୟାନକୁ ପରିବର୍ତ୍ତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri