ଅଣନିଃଶ୍ୱାସୀ କରୁଛି ଆବର୍ଜନା: ସ୍ବଚ୍ଛ ବାୟୁ ଚିନ୍ତା

ଭୁବନେଶ୍ୱର,୮।୯ (ବନ୍ଦନା ସେଠୀ): ସୁସ୍ଥ ଭାବେ ବଞ୍ଚିବା ପାଇଁ ସୁସ୍ଥ ବାତାବରଣ ଏବଂ ସ୍ବଚ୍ଛ ବାୟୁ ନିହାତି ଆବଶ୍ୟକ। ବର୍ତ୍ତମାନ ବାୟୁ ପ୍ରଦୂଷଣ ମାନବ ସମାଜ ପାଇଁ ଏକ ପ୍ରମୁଖ ପରିବେଶ ବିପଦ ଭାବେ ଉଭା ହୋଇଛି। ଏନେଇ ଲୋକଙ୍କୁ ସଚେତନ କରିବା ପାଇଁ ସେପ୍ଟେମ୍ବର ୭ତାରିଖରେ ‘ନୀଳ ଆକାଶ ପାଇଁ ଅନ୍ତର୍ଜାତୀୟ ସ୍ବଚ୍ଛ ବାୟୁ ଦିବସ’ ପାଳନ କରାଯାଉଛି। ଏହି କ୍ରମରେ ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଧ୍ୟ ନୀଳ ଆକାଶ ପାଇଁ ଅନ୍ତର୍ଜାତୀୟ ସ୍ବଚ୍ଛ ବାୟୁ ଦିବସ’ ପାଳନ କରାଯାଇଛି। ତେବେ ରାଜଧାନୀ ଭୁବନେଶ୍ୱରରେ ଏବେ ବାୟୁ ପ୍ରଦୂଷଣ ବଢିଚାଲିଥିବାବେଳେ ସ୍ବଚ୍ଛ ବାୟୁ ପାଇବା କଷ୍ଟକର ହୋଇପଡ଼ିଲାଣି। କାରଣ ସହରର ବିଭିନ୍ନ ସ୍ଥାନରେ ଆବର୍ଜନା ଗଦା ହୋଇରହୁଥିବାବେଳେ ନାଳନର୍ଦ୍ଦମା ସଫା ହେଉ ନ ଥିବାରୁ ଦୁର୍ଗନ୍ଧ ହେଉଛି। ସେହିପରି ଦାରୁଠେଙ୍ଗ ଡମ୍ଫିଂ ୟାର୍ଡ ବନ୍ଦ ହେବା ଦିନଠାରୁ ଆବର୍ଜନା ପକାଇବା ପାଇଁ ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ) ଉପରେ ନିର୍ଭର କରାଯାଉଛି। ବିଏମ୍‌ସିର ସୂଚନା ଅନୁଯାୟୀ, ଏବେ ସହରରୁ ଦୈନିକ ୯ଶହ ଟନ୍‌ ଆବର୍ଜନା ବାହାରୁଛି। ସେଥିରୁ ୪ଶହରୁ ଊର୍ଦ୍ଧ୍ୱ ଟନ୍‌ ଟିଟିଏସ୍‌କୁ ଯାଉଛି। ବାକି ଆବର୍ଜନା ବିଭିନ୍ନ ଓ୍ବାର୍ଡରେ ଥିବା ଏମ୍‌ସିସିରେ କମ୍ପୋଷ୍ଟ କରାଯାଉଛି। ଏତେ ମାତ୍ରାରେ ଆବର୍ଜନା ପଡୁଥିବାରୁ ଏବେ ଟିଟିଏସ୍‌ ଭର୍ତ୍ତି ହୋଇ ଉଛୁଳିବାକୁ ବସିଲାଣି। ଟିଟିଏସ୍‌ରେ ଆବର୍ଜନା ସୀମା ଟପିଥିଲେ ବି ତା’ ଉପରେ ଉପରେ ଗଦା କରାଯାଉଛି। ଫଳରେ ସୈନିକ ସ୍କୁଲ ଆଖପାଖ ଭିଏସ୍‌ସ୍‌ ନଗର, ଗାଡ଼କଣ ଆଦି ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡୁଛି। ସେହିପରି ବର୍ଷାପାଣି ପଡିଲେ ଲୋକେ ଝରକା କବାଟ ବନ୍ଦ କରି ରହିବାକୁ ବାଧ୍ୟ ହେଉଛନ୍ତି। ଦୀର୍ଘଦିନ ଧରି ଏଭଳି ଦୁର୍ଗନ୍ଧ ଓ ଅସ୍ବାସ୍ଥ୍ୟକର ପରିବେଶରେ ଲୋକେ ରହୁଥିଲେ ମଧ୍ୟ ବିଏମ୍‌ସି କୌଣସି ପଦକ୍ଷେପ ନେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅସ୍ଥାୟୀ ଭାବେ ଆବର୍ଜନା ଗଦାଇବା ପାଇଁ ଚିହ୍ନଟ ହୋଇଥିବା ଏହି ସ୍ଥାନ ଏବେ ସ୍ଥାୟୀ ଡମ୍ପିଂୟାର୍ଡରେ ପରିଣତ ହୋଇଛି। ଟିଟିଏସ୍‌ ନିକଟରେ ଥିବା ଏକ ନାଳ ଏବେ ଆବଜର୍ନାରେ ପୋତି ହୋଇଗଲାଣି। ବର୍ଷବର୍ଷ ଧରି ଏଠାରେ ଆବର୍ଜନା ପଡିରହି ପଚୁଥିବାରୁ ସେଠାର ଜଳସ୍ତର ବିଷାକ୍ତ ହେବାକୁ ବସିଛି। ମାତ୍ର ଧର୍ମକୁ ଆଖିଠାର ଭଳି ବିଏମ୍‌ସି ଏ ସବୁ ଜାଣି ନ ଜାଣିଲା ଭଳି ବସି ରହିଛି। ସେହିପରି ଅଞ୍ଚଳବାସୀ ଏନେଇ ବିଏମସି କମିଶନର, ମେୟର ଏବଂ ସ୍ଥାନୀୟ ବିଧାୟକଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅପରପକ୍ଷେ ଅଳିଆ ପୋଡ଼ିଲେ କିମ୍ବା କୋଇଲା ଆଞ୍ଚରେ ଖାଦ୍ୟ ରାନ୍ଧିଲେ ବାୟୁ ପ୍ରଦୂଷଣ ହେଉଥିବା ଦର୍ଶାଇ ବିଏମ୍‌ସି ବାସ୍ତବ ସମସ୍ୟାକୁ ଅଣଦେଖା କରି ଲୋକଙ୍କଠାରୁ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇ ନିଜର ଦାୟିତ୍ୱ ଖସାଇ ଦେଉଛି।

ଭୁବନେଶ୍ୱରକୁ ଏକ ନମ୍ବର ସହର ଭାବେ ଗଢି ତୋଳିବାର ଯେଉଁ ସ୍ବପ୍ନ ବିଏମ୍‌ସି ଦେଖାଉଛି ତାହା ବାସ୍ତବ ରୂପ ନେବା ଭଳି ମନେ ହେଉନାହିଁ। ଏନେଇ ବହୁବାର ବିଏମ୍‌ସିରେ ଅଭିଯୋଗ କଲୁଣି। ମେୟର, ବିଧାୟକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ମାତ୍ର ଫଳ ଶୂନ। ସକାଳୁ ରାତି ପର୍ଯ୍ୟନ୍ତ ଆମେ ଦୁର୍ଗନ୍ଧମୟ ବାୟୁରେ ଚଳାଚଳ କରୁଛୁ।
– ଦିଲ୍ଲୀପ ଦାଶଶର୍ମା, ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦ, ସାଧାରଣ ସମ୍ପାଦକ
ଆଖପାଖ ପରିବେଶ ପୂରା ଦୂଷିତ ହୋଇ ଗଲାଣି। ଏଠାରେ ବସବାସ କରୁଥିବା ଲୋକେ ସ୍ବଚ୍ଛ ପବନ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ମାତ୍ର ବିଏମ୍‌ସି ଲୋକଦେଖାଣିଆ ଭାବେ ସ୍ବଚ୍ଛ ବାୟୁ ଦିବସ ପାଳନ କରୁଛି, ଯାହାକି ହାସ୍ୟାସ୍ପଦ ଲାଗୁଛି।
– ଚିନ୍ତାମଣି ବାରିକ, ସ୍ଥାନୀୟ ବାସିନ୍ଦା
ସୈନିକ ସ୍କୁଲ ପାଖରୁ ଏତେ ଦୁର୍ଗନ୍ଧ ଆସୁଛି ଯେ, ପେଟରେ ଖାଦ୍ୟ ରହୁନାହିଁ। ସବୁ ସମୟରେ ବାନ୍ତି ଲାଗୁଛି। ସର୍ବଦା ଘର କବାଟ ଝରକା ବନ୍ଦ କରି ରହିବାକୁ ପଡୁଛି। ଅଳିଆ ପକାଇବା ଆରମ୍ଭ ହେବାବେଳେ ଏହା ଅସ୍ଥାୟୀ ଭାବେ ପକାଯାଉଥିବା ବିଏମ୍‌ସି କହିଥିଲା, ମାତ୍ର ଏବେ ସବୁଦିନ ପଡୁଛି।
– ପ୍ରଭାତୀ ନନ୍ଦ, ଭିଏସ୍‌ଏସ୍‌ ନଗର, ଡିଏଲ୍‌ କଲୋନୀ
ବରିଷ୍ଠ ନାଗରିକଙ୍କ ପାଇଁ ସ୍ବଚ୍ଛ ବାତାବରଣ ଅତ୍ୟନ୍ତ ଜରୁରୀ, ମାତ୍ର ଆମେ ସେଥିରୁ ବଞ୍ଚତ୍ତ। ଦୁର୍ଗନ୍ଧ ପାଇଁ ଅନେକାଂଶ ସମୟରେ ଦେହ ଅସୁସ୍ଥ ରହୁଛି। ଘରେ ସ୍ପ୍ରେ ନ କରି ବସି ହେଉନାହିଁ। ଦୁର୍ଗନ୍ଧ ଯୋଗୁ ଘରକୁ ଅତିଥି ଆସିବାକୁ ପସନ୍ଦ କରୁନାହାନ୍ତି।
– ଭ୍ରମରବର ପ୍ରଧାନ, ବରିଷ୍ଠ ନାଗରିକ
ଓ୍ବିଣ୍ଡ୍ରୋସ୍‌ ମେଶିନ୍‌ ଲାଗିବା ପରେ ଆଗ ଅପେକ୍ଷା ଦୁର୍ଗନ୍ଧ କମିଛି। ଏହାଦ୍ୱାରା ବଡ଼ ଏବଂ ଛୋଟ ଆବର୍ଜନା ଅଲଗା କରିବା ପରେ ପ୍ରୋସେସିଙ୍ଗ୍‌ କରି ଖତ କରାଯାଉଛି। ଟିଟିଏସ୍‌ରେ ମେଗା ଏମ୍‌ସିସି କାମ ମଧ୍ୟ ଚାଲିଛି। ଖୁବ୍‌ଶୀଘ୍ର ସହରରେ ୪ଟି ବାୟୋ ମିଥେନ୍‌ ପ୍ଲାଣ୍ଟ ସ୍ଥାପନ ନେଇ କାର୍ଯ୍ୟ ଆରମ୍ଭ ହେବ। ଖୁବ୍‌ଶୀଘ୍ର ସମ୍ପୃକ୍ତ ଅଞ୍ଚଳବାସୀଙ୍କ ସମସ୍ୟା ଦୂର ହେବ।
– ମନୋରଞ୍ଜନ ସାହୁ, ବିଏମ୍‌ସି ଡେପୁଟି କମିଶନର (ପରିମଳ)


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?