ଅଣୁ ଗଠନର ଅଭିନବ ଉପକରଣକୁ ନୋବେଲ

ଡ. ବିକାଶ କୁମାର ଜେନା

ଚଳିତବର୍ଷ ପ୍ରସିଦ୍ଧ ଅନୁସନ୍ଧାନକାରୀ ବେଞ୍ଜାମିନ୍‌ ଲିଷ୍ଟ ଏବଂ ଡେଭିଡ୍‌ ମ୍ୟାକ୍‌ମିଲନଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ମନୋନୟନ କରାଯାଇଛି। ୧୯୬୮ ମସିହାରେ ବେଞ୍ଜାମିନ୍‌ ଲିଷ୍ଟ ଜର୍ମାନୀର ଫ୍ରାଙ୍କ୍‌ଫର୍ଟରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ସେ ଜର୍ମାନୀର ମ୍ୟାକ୍ସ-ପ୍ଲାଙ୍କ-ଇନ୍‌ଷ୍ଟିଚ୍ୟୁଟ ଫର୍‌ କୋଲେନଫୋର୍ସଙ୍ଗରେ ନିର୍ଦ୍ଦେଶକ ଅଛନ୍ତି। ୧୯୬୮ ମସିହାରେ ମଧ୍ୟ ଡେଭିଡ୍‌ ମ୍ୟାକ୍‌ମିଲନ ଇଂଲଣ୍ଡର ବେଲଶିଲ୍‌ରେ ଜନ୍ମଗ୍ରହଣ କରିଥିଲେ ଓ ବର୍ତ୍ତମାନ ଆମେରିକାର ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି। ନୂଆ ଅଣୁଗୁଡ଼ିକୁ ଗଠନ କରି ପଦାର୍ଥ ନିର୍ମାଣ କରିବା ଏକ ଜଟିଳ ପ୍ରକ୍ରିୟା ଥିଲା। ସେମାନଙ୍କର ଏହି ଅପ୍ରତ୍ୟାଶିତ ଆବିଷ୍କାର ଦ୍ୱାରା ଏହା ଅତ୍ୟନ୍ତ ସହଜ ହୋଇପାରିଛି ଏବଂ ଆବଶ୍ୟକ ପଦାର୍ଥର ନିର୍ମାଣରେ ନୂତନ ସୁଯୋଗ ଦେଇଛି। ଏହି ଆବିଷ୍କାର ଦ୍ୱାରା ଔଷଧୀୟ ଦ୍ରବ୍ୟ ଗବେଷଣାରେ ବିକାଶ ହୋଇଛି। ସେମାନଙ୍କର ଏହି ପଦ୍ଧତି ଅତ୍ୟନ୍ତ ହିତକାରକ ଏବଂ ରସାୟନ ବିଜ୍ଞାନକୁ ଏକ ନୂତନ ରୂପ ଦେଇଛି। ଏହାଦ୍ବାରା ଅତି ସହଜ ଓ ଜୈବ ଉପାୟରେ ଅନେକ ପଦାର୍ଥ ନିର୍ମାଣ କରାଯାଇପାରୁଛି।
ରସାୟନ ବିଜ୍ଞାନ ଗବେଷଣାର ପ୍ରଚେଷ୍ଟାରେ ଅନେକ ଶିଳ୍ପ ଏବଂ କାରଖାନା ଚାଲିଛି। ଏହି ଗବେଷଣା ପଦ୍ଧତି ଦ୍ୱାରା ନୂତନ ପଦାର୍ଥର ଉତ୍ପାଦନ କରାଯାଏ; ଯାହା ଆମର ପ୍ରତିଦିନ ଜୀବନରେ ଅତ୍ୟନ୍ତ ଆବଶ୍ୟକତାକୁ ପୂରଣ କରିଥାଏ। ଯେପରି କି ଔଷଧୀୟ ଦ୍ରବ୍ୟର ପ୍ରସ୍ତୁତି, ଖାଦ୍ୟ ଓ ଶକ୍ତି ସଂରକ୍ଷଣ, ବିକଳ୍ପ ଇନ୍ଧନ ପ୍ରସ୍ତୁତି ଇତ୍ୟାଦି। ଏହି ସବୁ ଉପଯୋଗୀ ପଦାର୍ଥର ପ୍ରସ୍ତୁତିରେ ଉତ୍‌ପ୍ରେରକ (କାଟାଲିଷ୍ଟ) ନିହାତି ଆବଶ୍ୟକ ହୋଇଥାଏ। ଉତ୍‌ପ୍ରେରକ ଏକ ପଦାର୍ଥ, ଯାହା ରାସାୟନିକ ପ୍ରତିକ୍ରିୟାକୁ ନିୟନ୍ତ୍ରଣ କରେ ଏବଂ ତ୍ୱରାନ୍ବିତ କରେ; ଯାହାଦ୍ୱାରା ଅତି କମ୍‌ ସମୟରେ ପଦାର୍ଥର ନିର୍ମାଣ କରାଯାଇଥାଏ। ଉଦାହରଣ ସ୍ବରୂପ, ଆମ ଶରୀରରେ ଏନ୍‌ଜାଇମ୍‌ ଆକାରରେ ଅନେକ ଉତ୍‌ପ୍ରେରକ ମଧ୍ୟ ରହିଥାଏ; ଯାହା ଜୀବନ ପାଇଁ ଆବଶ୍ୟକ ଅଣୁଗୁଡ଼ିକୁ ପ୍ରସ୍ତୁତ କରିଥାଏ।
ରସାୟନ ବିଜ୍ଞାନୀମାନେ ପଦାର୍ଥର ନିର୍ମାଣ ପାଇଁ ଉତ୍‌ପ୍ରେରକକୁ ଏକ ମୌଳିକ ଉପକରଣ ଭାବେ ଉପଯୋଗ କରିଥାନ୍ତି। କିନ୍ତୁ ଗବେଷକମାନେ ଦୀର୍ଘ ସମୟ ଧରି ବିଶ୍ୱାସ କରୁଥିଲେ ଯେ, ମୁଖ୍ୟତ ଦୁଇ ପ୍ରକାରର ଉତ୍‌ପ୍ରେରକ ଉପଲବ୍ଧ ଅଛି: (୧) ଧାତୁ ଉପରେ ଆଧାରିତ ଏବଂ (୨) ଏନ୍‌ଜାଇମ୍‌। ୨୦୦୦ ମସିହାରେ ବେଞ୍ଜାମିନ୍‌ ଲିଷ୍ଟ ଏବଂ ଡେଭିଡ୍‌ ମ୍ୟାକ୍‌ମିଲନ ନିରପେକ୍ଷ ଭାବରେ ଏକ ତୃତୀୟ ପ୍ରକାରର ଉତ୍‌ପ୍ରେରକ ବିକଶିତ କଲେ। ଏହା ସେମାନଙ୍କର ଅତ୍ୟନ୍ତ ଚମତ୍କାର ଆବିଷ୍କାର ଥିଲା। ସେମାନଙ୍କର ଏହି ସଫଳତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏହାକୁ ଅପ୍ରତିସାମ୍ୟ ଜୈବ ଉତ୍‌ପ୍ରେରଣ(ଆସିମେଟ୍ରିକ ଅର୍ଗାନୋକାଟାଲିସିସ୍‌) ନାମରେ ନାମିତ କରିଛନ୍ତି। ଏହା ଅତ୍ୟନ୍ତ ସହଜ ଉପାୟରେ ଜୈବଅଣୁଗୁଡ଼ିକ ଉପରେ ନିର୍ମିତ କରାଯାଇଛି। ସାଧାରଣତଃ ଏହି ଜୈବିକ ଉତ୍‌ପ୍ରେରକ ପରିବେଶ ଉପଯୋଗୀ ଏବଂ ଶସ୍ତା ଉପାୟରେ ଉତ୍ପାଦନ କରାଯାଇଥାଏ। ଏହି ଅପ୍ରତିସାମ୍ୟ ଜୈବ ଉତ୍‌ପ୍ରେରଣ ଆବିଷ୍କାର ପରେ ଜୈବିକ ଉତ୍‌ପ୍ରେରକର ବ୍ୟବହାରରେ ଦ୍ରୁତ ବିସ୍ତାର ହୋଇଅଛି ଏବଂ ଆବଶ୍ୟକ ପଦାର୍ଥର ଉତ୍ପାଦନ କରାଯାଇପାରୁଛି। ଯେତେବେଳେ ପଦାର୍ଥର ଗଠନ ପାଇଁ ଅଣୁଗୁଡ଼ିକ ନିର୍ମାଣ କରାଯାଏ, ପ୍ରାୟତଃ ପରିସ୍ଥିତିରେ ଦୁଇଟି ଭିନ୍ନ ଅଣୁ ନିର୍ମାଣ ହୋଇପାରେ। ବିଶେଷ କରି ଔଷଧୀୟ ଦ୍ରବ୍ୟ ଉତ୍ପାଦନ କରିବା ସମୟରେ ରସାୟନ ବିଜ୍ଞାନୀମାନେ ଏଥିରୁ କେବଳ ଗୋଟିଏ ପ୍ରକାରର ଅଣୁ ଗଠନର ଆବଶ୍ୟକ କରିଥାନ୍ତି। କାରଣ, ଏହି ଦୁଇଟି ଭିନ୍ନ ଅଣୁ ମଧ୍ୟରେ ଗୋଟେ ଅଣୁ ମୂଲ୍ୟବାନ ଥିବାବେଳେ ଅନ୍ୟ ଅଣୁଟି ହାନିକାରକ ହୋଇଥାଏ। କିନ୍ତୁ ବେଞ୍ଜାମିନ୍‌ ଲିଷ୍ଟ ଏବଂ ଡେଭିଡ୍‌ ମ୍ୟାକ୍‌ମିଲନଙ୍କର ଏହି ଚମତ୍କାର ଆବିଷ୍କାର ଦ୍ୱାରା ଅତ୍ୟନ୍ତ ସହଜ ଉପାୟରେ ମୂଲ୍ୟବାନ ଅଣୁ ଗଠନ ହୋଇପାରିଛି। ସେମାନଙ୍କର ଏହି ଅପ୍ରତ୍ୟାଶିତ ଆବିଷ୍କାର ଔଷଧୀୟ ଦ୍ରବ୍ୟ ଉତ୍ପାଦନରେ ଅତ୍ୟନ୍ତ ସହାୟକ ହୋଇଛି।
ଏହାଦ୍ୱାରା, ୨୦୦୦ ମସିହାରୁ ନୂତନ ପଦାର୍ଥ ନିର୍ମାଣ ଚମତ୍କାର ବେଗରେ ବିକଶିତ ହୋଇଛି। ଏହି କ୍ଷେତ୍ରରେ ବେଞ୍ଜାମିନ୍‌ ଲିଷ୍ଟ ଏବଂ ଡେଭିଡ୍‌ ମ୍ୟାକ୍‌ମିଲନଙ୍କ ଯଥେଷ୍ଟ ଅବଦାନ ରହିଛି। ସେମାନେ ଦର୍ଶାଇଛନ୍ତି ଯେ, ରାସାୟନିକ ପ୍ରତିକ୍ରିୟାକୁ ଚଲାଇବା ପାଇଁ ଜୈବିକ ଉତ୍‌ପ୍ରେରକ ବ୍ୟବହାର କରାଯାଇପାରିବ। ଏହି ପ୍ରତିକ୍ରିୟାଗୁଡ଼ିକୁ ବ୍ୟବହାର କରି ଅନୁସନ୍ଧାନକାରୀମାନେ ବର୍ତ୍ତମାନ ଅଧିକ ଦକ୍ଷତାର ସହିତ ନୂତନ ଔଷଧୀୟ ଦ୍ରବ୍ୟ ନିର୍ମାଣ କରିପାରିବେ। ଏହି ପ୍ରତିକ୍ରିୟାଗୁଡ଼ିକୁ ବ୍ୟବହାର କରି ନୂତନ ପଦାର୍ଥ ପ୍ରସ୍ତୁତ କରାଯାଇପାରିବ; ଯାହା ସୂର୍ଯ୍ୟ ଆଲୋକକୁ ବିଦ୍ୟୁତ୍‌ଶକ୍ତିରେ ରୂପାନ୍ତର କରିବାରେ ଅଧିକ ସହାୟକ ହେବ, କୃଷିକ୍ଷେତ୍ରରେ ଉତ୍ପାଦନ କ୍ଷମତାର ବୃଦ୍ଧିହେବ, ପ୍ରଦୂଷଣ ନିୟନ୍ତ୍ରଣ କରାଯାଇପାରିବ ଇତ୍ୟାଦି। ଏହି ଅପ୍ରତ୍ୟାଶିତ ଆବିଷ୍କାର ମାନବଜାତି ପାଇଁ ସବୁଠାରୁ ଫଳପ୍ରଦ ହୋଇପାରିଛି ଏବଂ ନୂତନ ସ୍ବପ୍ନକୁ ସାକାର କରିଛି। (ଉତ୍ସ:ଜୋହାନ ଜର୍ନାଷ୍ଟାଦ/ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସ)
ପ୍ରଧାନ ବୈଜ୍ଞାନିକ
ଇନ୍‌ଷ୍ଟିଚ୍ୟୁଟ ଅଫ ମିନେରାଲ୍‌ସ୍‌ ଆଣ୍ଡ ମ୍ୟାଟେରିଆଲ୍‌ସ ଟେକ୍ନୋଲୋଜି, ଭୁବନେଶ୍ୱର
ମୋ:୭୯୭୮୦୧୨୨୭୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେଶୀ ଗଛର ସୁରକ୍ଷା କରୁଛନ୍ତି ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି। ଅନନ୍ତ ୧୯୭୭ରେ ବିଦର୍ଭ ଅଞ୍ଚଳର ଫୁଲି…

ଐଶ୍ୱର୍ଯ୍ୟ ଭିଡ଼ରେ ନିର୍ବାସନ

ଥରେ ଜଣେ ରାଜା ନିଜର ଶିକ୍ଷା, ଦକ୍ଷତା, ବିସ୍ତାରବାଦୀ ଚିନ୍ତାଧାରା, ଯୁଦ୍ଧଖୋର ମନୋବୃତ୍ତିଜନିତ ଅର୍ଥନୈତିକ ସୁଖ ସମୃଦ୍ଧି ଯୋଗୁ ଖୁବ୍‌ କମ୍‌ ଦିନରେ ଜଣେ ବିଚକ୍ଷଣ ସମ୍ରାଟ…

ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ…

ଉତୁରୁଛି ଅପରାଧ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ୩ ଜୁନ୍‌ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା…

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri