ଏଇ ଭାରତରେ

୧୨୫ ଏଚ୍‌ଆଇଭି ପଜିଟିଭ ଶିଶୁଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବାରେ ମହାରାଷ୍ଟ୍ରର ମଙ୍ଗଳ ଅରୁଣ ଶାହ ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ। ତାଙ୍କୁ ଶ୍ରଦ୍ଧାରେ ଲୋକେ ମଙ୍ଗଳତାଇ ଡାକନ୍ତି। ମଙ୍ଗଳତାଇଙ୍କୁ ଏବେ ବୟସ ୬୯। ସେ ପଲାଇ ନାମକ କେୟାର ହୋମ୍‌ ଖୋଲି ୨୫ରୁ ଊର୍ଦ୍ଧ୍ୱ ଏଚ୍‌ଆଇଭି ପଜିଟିଭ୍‌ ଅନାଥ ଶିଶୁଙ୍କୁ ରଖିଛନ୍ତି। ସେଲାପୁର ଜିଲା ପନ୍ଧାରପୁର ସହର ନିକଟବର୍ତ୍ତୀ ଟକାଲି ଗାଁରେ ସେ ଏହି ଆଶ୍ରୟସ୍ଥଳୀ ଖୋଲିଛନ୍ତି। ପନ୍ଧରା ସହରରେ ଦେହଜୀବୀମାନଙ୍କୁ ଏଚ୍‌ଆଇଭି/ ଏଡ୍‌ସ ସମ୍ପର୍କରେ ସଚେତନ କରୁଛନ୍ତି। ପ୍ରଥମେ ଅଢ଼େଇ ବର୍ଷ ଏବଂ ଦେଢ଼ ବର୍ଷ ବୟସର ଦୁଇ ଅନାଥ ଭଉଣୀଙ୍କୁ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର କରିଥିଲେ। ଏମାନଙ୍କୁ କୌଣସି ଅନାଥ ଆଶ୍ରମରେ ରଖିବାକୁ ଚେଷ୍ଟା କରି ବିଫଳ ହେବା ପରେ ପଲାଇ ଆଶ୍ରୟସ୍ଥଳୀ ଖୋଲିଥିଲେ। ତାଙ୍କୁ ଏହି କାର୍ଯ୍ୟରେ ଝିଅ ଓ ନାତୁଣୀ ସାହାଯ୍ୟ କରୁଛନ୍ତି। ଆରମ୍ଭରୁ ମଙ୍ଗଳତାଇ ଏକ ଶୁପ କିଚେନ ଚଳାଉଥିଲେ ଓ ସରକାରୀ ହସ୍ପିଟାଲରେ ନର୍ସ ଭାବେ କୁଷ୍ଠ ଓ ଏଚ୍‌ଆଇଭି/ ଏଡ୍‌ସ ରୋଗୀଙ୍କ ସେବା କରୁଥିତ୍ଲେ, ଯାହା ତାଙ୍କୁ ଏଭଳି କାର୍ଯ୍ୟ କରିବାକୁ ପ୍ରେରିତ କରିଥିଲା। ଏବେ ତାଙ୍କ ଝିଅ ଡିମ୍ପଲ ଓ ତାଙ୍କ ଟିମ୍‌ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ନାଟକ ପରିବେଷଣ କରି ପାଣ୍ଠି ଯୋଗାଡ଼ କରୁଛନ୍ତି। କେୟାର ହେମ୍‌ରେ ପିଲାମାନଙ୍କୁ ପଢ଼ାଯାଉଛି। ୨୨ ଜଣ ପ୍ରାଥମିକ ଶ୍ରେଣୀରେ ଥିବାବେଳେ ୯୦ ପିଲା ମାଧ୍ୟମିକ ଶ୍ରେଣୀରେ ପଢ଼ୁଛନ୍ତି। ପିଲାମାନଙ୍କ ଖାଦ୍ୟ, ଚିକିତ୍ସା, ଶିକ୍ଷା ଓ କର୍ମଚାରୀଙ୍କ ଦରମା ବାବଦକୁ ୧୫,୦୦୦ ଟଙ୍କା ଖର୍ଚ୍ଚ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

୪ର୍ଥରୁ ୬ଷ୍ଠକୁ ଖସିଲା

ନିକଟରେ ଏପ୍ରିଲ ୨୦୨୬ରେ ପ୍ରକାଶିତ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବିଶ୍ୱ ଅର୍ଥନୈତିକ ଆଉଟ୍‌ଲୁକ୍‌ ରିପୋର୍ଟ ଅନୁସାରେ ଭାରତ ଭଲ ଅଭିବୃଦ୍ଧି ହାସଲ କରିବା ସତ୍ତ୍ୱେ ଜାପାନ ଏବଂ ବ୍ରିଟେନଠାରୁ…

ଏନ୍‌ଇଇଟି ବାତିଲ

ମେଡିକାଲ, ଇଞ୍ଜିନିୟରିଂ ଭଳି ଅତି ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ଅନିୟମିତତା ଦେଖାଦେବା ଦେଶର ଶିକ୍ଷା ବ୍ୟବସ୍ଥା ଓ ପରିଚାଳନା ସହିତ ଶିକ୍ଷା ମନ୍ତ୍ରଣାଳୟର ଅପାରଗତାକୁ ବାରମ୍ବାର…

ଭୂଗର୍ଭ ଜଳ ସମସ୍ୟା

ଜୀବଜଗତ ବଞ୍ଚିବା ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କଥାରେ ଅଛି ‘ଜଳ ବହୁଳେ ସୃଷ୍ଟି ନାଶ ଏବଂ ଜଳ ବିହୁନେ ସୃଷ୍ଟି ନାଶ’। ଜଳର…

୨୦୨୬ ନିର୍ବାଚନ: ଏକ ବିଶ୍ଳେଷଣ

କେବଳ ଆସାମ ଓ ପୁଡୁଚେରୀକୁ ବାଦ୍‌ ଦେଲେ ଚଳିତ ବିଧାନସଭା ନିର୍ବାଚନରେ ୩ ରାଜ୍ୟରେ ଜନମତ ଶାସକ ଦଳ ବିରୋଧରେ ଯାଇଛି। ଏପରି କି ପଶ୍ଚିମବଙ୍ଗ ଓ…

୭ ବିନ୍ଦୁ

ଗତ ରବିବାର ୧୦ ମେ’ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ସବୁ ଶ୍ରେଣୀ ପାଇଁ ଥିବା ଭଳି ମନେହେଲା। ସ୍ବୀକାର କରିବାକୁ ହେବ…

ଦେବାଳିଆ ମଧ୍ୟସ୍ଥ

ପାକିସ୍ତାନକୁ ଆଉ ସାହା ହେଉନାହାନ୍ତି ଆତଙ୍କବାଦୀ କି ଆମେରିକା। ଦେବାଳିଆ ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଦେଶବାସୀଙ୍କୁ ଦୁଇଓଳି ଖାଇବା ଯୋଗାଇବାକୁ ପାକିସ୍ତାନ ପାଖରେ ସମ୍ବଳ ନାହିଁ।…

ଦୀର୍ଘସୂତ୍ରୀର ବିନାଶ ଘଟେ

ସମସ୍ତଙ୍କର ଏକ ସାଧାରଣ ଅଭିଯୋଗ ‘ସମୟ ନାହିଁ’ା ବାସ୍ତବରେ ସମୟ ଅଛି, ଆମେ ଠିକ୍‌ ସମୟରେ କାର୍ଯ୍ୟଟି କରିବାକୁ ନିଜେ ସୁଲଭ ନାହୁଁ। ସମୟ ପାଖରେ ଆମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri