କୃଷିରୁ ମଧ୍ୟସ୍ଥ ହଟାଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୧୦: କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ସେମାନଙ୍କୁ ସିଧାସଳଖ ବଜାର ସହିତ ଯୋଡ଼ିବା ଦରକାର। କୃଷି ଏବଂ ବଜାର ମଧ୍ୟରେ ଥିବା ମଧ୍ୟସ୍ଥ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି। ଶୁକ୍ରବାର ଲୋକସେବା ଭବନ କନ୍‌ଭେନଶନ ହଲ୍‌ରେ ଓଡ଼ିଶା ଏଗ୍ରି କନ୍‌କ୍ଲେଭ-୨୦୨୧କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ସର୍ବଦା କୃଷକମାନଙ୍କ ଆୟ ବୃଦ୍ଧିକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଏହାକୁ ଦୃଷ୍ଟିରେ ରଖି କୃଷକମାନଙ୍କ ପାଇଁ ଉତ୍ତମ ବଜାର ସୁବିଧା ସୃଷ୍ଟି କରିବାକୁ ହେବ। ଏଗ୍ରିଗେଟର ଏବଂ ପ୍ରୋସେସରମାନଙ୍କ ସହ କୃଷକମାନକୁ ଯୋଡ଼ିବାକୁ ହେବ। କୃଷି ଓ କୃଷକ ସହ ଜଡ଼ିତ ନ ଥିବା ମଧ୍ୟସ୍ଥମାନଙ୍କୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶା ଏବେ ମକା, ବାଜରା, ପନିପରିବା, ଫଳ, ମସଲା, ମାଛ, ସାମୁଦ୍ରିକ ଖାଦ୍ୟ ଏବଂ କୁକୁଡ଼ା ଚାଷ କ୍ଷେତ୍ରରେ ଆଗୁଆ ରାଜ୍ୟ ହୋଇପାରିଛି। ରାଜ୍ୟରେ ବ୍ୟବସାୟିକ, ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସରକାର ଉତ୍ତମ ପରିବେଶ ସୃଷ୍ଟି କରିଛନ୍ତି। ରାଜ୍ୟର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ଜାତୀୟ ଓ ବିଶ୍ୱସ୍ତରର ପୁଞ୍ଜିନିବେଶକାରୀଙ୍କ ପାଇଁ ଉନ୍ମୁକ୍ତ ରହିଛି। ଓଡ଼ିଶା କୃଷି ବ୍ୟବସାୟ କ୍ଷେତ୍ର ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବଡ଼ ବଡ଼ କୃଷି ବ୍ୟବସାୟୀଙ୍କୁ ନିମନ୍ତ୍ରଣ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଜାତୀୟ ଅର୍ଥନୀତିରେ କୃଷକମାନେ ଭିତ୍ତି ପକାଇଥାଆନ୍ତି। ଏହି ଭିତ୍ତି ଉପରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଖମ୍ବ (ପିଲାର) ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। କୃଷି ଓ କୃଷକମାନଙ୍କର ବିକାଶ ହେଉଛି ପ୍ରାଥମିକତା। ଏହି କନ୍‌କ୍ଲେଭରେ ଦେଶର ଅଗ୍ରଣୀ କୃଷି ବ୍ୟବସାୟ କରୁଥିବା ଘରୋଇ କମ୍ପାନୀଗୁଡ଼ିକ ଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ କୃଷକ ଆଧାରିତ ଯୋଜନା ଓ କାର୍ଯ୍ୟକ୍ରମ ଯୋଗୁ କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଉତ୍ପାଦନ ବହୁଗୁଣିତ ହୋଇଛି। ଆମକୁ କୃଷି ସହ ଜଡ଼ିତ ସଂସ୍ଥା ସହିତ ମିଶି କାମ କରିବାକୁ ପଡ଼ିବ, ଯଦ୍ଦ୍ବାରା ଶସ୍ୟ ଅମଳ ପୂର୍ବରୁ ଓ ପରେ ସେହି ବ୍ୟବସ୍ଥାକୁ କୃଷକମାନେ ଅନୁପାଳନ କରିପାରିବେ। ରାଜ୍ୟର ଚାଷୀମାନେ କିପରି ଅଧିକରୁ ଅଧିକ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରିପାରିବେ ତା’ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଲଗାତର ବନ୍ୟା,ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପତ୍ତି ଲାଗି ରହୁଥିବା ବେଳେ ରାଜ୍ୟ ସରକାର ରାଜ୍ୟର କୃଷି ଓ ଅର୍ଥନୀତି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି। କୋଭିଡ୍‌-୧୯ ମହାମାରୀ ସମୟରେ କୃଷି କ୍ଷେତ୍ର ହିଁ ଅର୍ଥନୀତି ପାଇଁ ସଞ୍ଜୀବନୀ ହୋଇଛି। ଓଡ଼ିଶା ଏବେ ଖାଦ୍ୟ ଶସ୍ୟ ଉତ୍ପାଦନରେ ଆତ୍ମନିର୍ଭର ହୋଇପାରିଛି। ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥା କ୍ଷେତ୍ରରେ ଅବଦାନ ପାଇଁ ଦେଶର ତୃତୀୟ ବୃହତ୍‌ ରାଜ୍ୟ ଭାବେ ଉଭା ହୋଇଛି। କୃଷିର ବିକାଶ ସକାଶେ ରାଜ୍ୟ ସରକାର ସ୍ବତନ୍ତ୍ର କୃଷି ବଜେଟ କରିବା ସହ ରାଜ୍ୟ କୃଷି ନୀତି କାର୍ଯ୍ୟକାରୀ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମୃଦ୍ଧି-୨୦୨୦ ବ୍ୟତୀତ ଓଡ଼ିଶା ଶିଳ୍ପ ନୀତି, ଏମ୍‌ଏସ୍‌ଏମ୍‌ଇ ବିକାଶ ନୀତି, ଖାଦ୍ୟ ପ୍ରକ୍ରିୟାକରଣ ନୀତି, କୃଷି ଉଦ୍ୟୋଗୀ ପ୍ରୋତ୍ସାହନ ଯୋଜନା, ଷ୍ଟାର୍ଟଅପ୍‌ ପଲିସି, ଅର୍ଗାନିକ ଫାର୍ମିଂ ପଲିସି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମିଲେଟ ମିଶନ ଭଳି ଅନେକ ଯୋଜନା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଇଜ୍‌ ଅଫ୍‌ ଡୁଇଙ୍ଗ ବିଜ୍‌ନେସ ଜରିଆରେ ଓଡ଼ିଶା କୃଷି ଉଦ୍ୟୋଗକୁ ପ୍ରୋତ୍ସାହିତ କରିଆସିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କୃଷିକ୍ଷେତ୍ର ପାଇଁ ଏକ ବଡ଼ ସହାୟତା ହୋଇପାରିଛି। ଏଥିସହିତ କାଳିଆ, ବଳରାମ ଯୋଜନା ଆଦି ବିଷୟରେ ମନ୍ତ୍ରୀ ଉଲ୍ଲେଖ କରିଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ କନ୍‌କ୍ଲେଭରେ ପ୍ରାରମ୍ଭିକ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ପ୍ରଦୀପ ଜେନା, ଫୁଡ୍‌ସ ଅଫ୍‌ ଆଦାନୀ-ଓ୍ବିଲମର ଲିମିଟେଡ୍‌ର ବିଜ୍‌ନେସ ହେଡ୍‌ ସତ୍ୟେନ୍ଦ୍ର ଅଗ୍ରଓ୍ବାଲ, ଜି ଟେକ୍ନିକୋ ସିଇଓ ସୌନ୍ଦରା ରାଦଜାନେ, ନାଫେଡ ଏମ୍‌ଡି ସଞ୍ଜୀବ ଚଢ଼ା ପ୍ରମୁଖ ଅଭିଭାଷଣ ରଖିଥିଲେ। କୃଷି ସଚିବ ସୁରେଶ କୁମାର ବଶିଷ୍ଠ ସ୍ବାଗତ ଭାଷଣ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?