କୃଷିରୁ ମଧ୍ୟସ୍ଥ ହଟାଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୧୦: କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ସେମାନଙ୍କୁ ସିଧାସଳଖ ବଜାର ସହିତ ଯୋଡ଼ିବା ଦରକାର। କୃଷି ଏବଂ ବଜାର ମଧ୍ୟରେ ଥିବା ମଧ୍ୟସ୍ଥ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି। ଶୁକ୍ରବାର ଲୋକସେବା ଭବନ କନ୍‌ଭେନଶନ ହଲ୍‌ରେ ଓଡ଼ିଶା ଏଗ୍ରି କନ୍‌କ୍ଲେଭ-୨୦୨୧କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ସର୍ବଦା କୃଷକମାନଙ୍କ ଆୟ ବୃଦ୍ଧିକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଏହାକୁ ଦୃଷ୍ଟିରେ ରଖି କୃଷକମାନଙ୍କ ପାଇଁ ଉତ୍ତମ ବଜାର ସୁବିଧା ସୃଷ୍ଟି କରିବାକୁ ହେବ। ଏଗ୍ରିଗେଟର ଏବଂ ପ୍ରୋସେସରମାନଙ୍କ ସହ କୃଷକମାନକୁ ଯୋଡ଼ିବାକୁ ହେବ। କୃଷି ଓ କୃଷକ ସହ ଜଡ଼ିତ ନ ଥିବା ମଧ୍ୟସ୍ଥମାନଙ୍କୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶା ଏବେ ମକା, ବାଜରା, ପନିପରିବା, ଫଳ, ମସଲା, ମାଛ, ସାମୁଦ୍ରିକ ଖାଦ୍ୟ ଏବଂ କୁକୁଡ଼ା ଚାଷ କ୍ଷେତ୍ରରେ ଆଗୁଆ ରାଜ୍ୟ ହୋଇପାରିଛି। ରାଜ୍ୟରେ ବ୍ୟବସାୟିକ, ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସରକାର ଉତ୍ତମ ପରିବେଶ ସୃଷ୍ଟି କରିଛନ୍ତି। ରାଜ୍ୟର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ଜାତୀୟ ଓ ବିଶ୍ୱସ୍ତରର ପୁଞ୍ଜିନିବେଶକାରୀଙ୍କ ପାଇଁ ଉନ୍ମୁକ୍ତ ରହିଛି। ଓଡ଼ିଶା କୃଷି ବ୍ୟବସାୟ କ୍ଷେତ୍ର ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବଡ଼ ବଡ଼ କୃଷି ବ୍ୟବସାୟୀଙ୍କୁ ନିମନ୍ତ୍ରଣ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଜାତୀୟ ଅର୍ଥନୀତିରେ କୃଷକମାନେ ଭିତ୍ତି ପକାଇଥାଆନ୍ତି। ଏହି ଭିତ୍ତି ଉପରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଖମ୍ବ (ପିଲାର) ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। କୃଷି ଓ କୃଷକମାନଙ୍କର ବିକାଶ ହେଉଛି ପ୍ରାଥମିକତା। ଏହି କନ୍‌କ୍ଲେଭରେ ଦେଶର ଅଗ୍ରଣୀ କୃଷି ବ୍ୟବସାୟ କରୁଥିବା ଘରୋଇ କମ୍ପାନୀଗୁଡ଼ିକ ଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ କୃଷକ ଆଧାରିତ ଯୋଜନା ଓ କାର୍ଯ୍ୟକ୍ରମ ଯୋଗୁ କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଉତ୍ପାଦନ ବହୁଗୁଣିତ ହୋଇଛି। ଆମକୁ କୃଷି ସହ ଜଡ଼ିତ ସଂସ୍ଥା ସହିତ ମିଶି କାମ କରିବାକୁ ପଡ଼ିବ, ଯଦ୍ଦ୍ବାରା ଶସ୍ୟ ଅମଳ ପୂର୍ବରୁ ଓ ପରେ ସେହି ବ୍ୟବସ୍ଥାକୁ କୃଷକମାନେ ଅନୁପାଳନ କରିପାରିବେ। ରାଜ୍ୟର ଚାଷୀମାନେ କିପରି ଅଧିକରୁ ଅଧିକ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରିପାରିବେ ତା’ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଲଗାତର ବନ୍ୟା,ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପତ୍ତି ଲାଗି ରହୁଥିବା ବେଳେ ରାଜ୍ୟ ସରକାର ରାଜ୍ୟର କୃଷି ଓ ଅର୍ଥନୀତି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି। କୋଭିଡ୍‌-୧୯ ମହାମାରୀ ସମୟରେ କୃଷି କ୍ଷେତ୍ର ହିଁ ଅର୍ଥନୀତି ପାଇଁ ସଞ୍ଜୀବନୀ ହୋଇଛି। ଓଡ଼ିଶା ଏବେ ଖାଦ୍ୟ ଶସ୍ୟ ଉତ୍ପାଦନରେ ଆତ୍ମନିର୍ଭର ହୋଇପାରିଛି। ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥା କ୍ଷେତ୍ରରେ ଅବଦାନ ପାଇଁ ଦେଶର ତୃତୀୟ ବୃହତ୍‌ ରାଜ୍ୟ ଭାବେ ଉଭା ହୋଇଛି। କୃଷିର ବିକାଶ ସକାଶେ ରାଜ୍ୟ ସରକାର ସ୍ବତନ୍ତ୍ର କୃଷି ବଜେଟ କରିବା ସହ ରାଜ୍ୟ କୃଷି ନୀତି କାର୍ଯ୍ୟକାରୀ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମୃଦ୍ଧି-୨୦୨୦ ବ୍ୟତୀତ ଓଡ଼ିଶା ଶିଳ୍ପ ନୀତି, ଏମ୍‌ଏସ୍‌ଏମ୍‌ଇ ବିକାଶ ନୀତି, ଖାଦ୍ୟ ପ୍ରକ୍ରିୟାକରଣ ନୀତି, କୃଷି ଉଦ୍ୟୋଗୀ ପ୍ରୋତ୍ସାହନ ଯୋଜନା, ଷ୍ଟାର୍ଟଅପ୍‌ ପଲିସି, ଅର୍ଗାନିକ ଫାର୍ମିଂ ପଲିସି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମିଲେଟ ମିଶନ ଭଳି ଅନେକ ଯୋଜନା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଇଜ୍‌ ଅଫ୍‌ ଡୁଇଙ୍ଗ ବିଜ୍‌ନେସ ଜରିଆରେ ଓଡ଼ିଶା କୃଷି ଉଦ୍ୟୋଗକୁ ପ୍ରୋତ୍ସାହିତ କରିଆସିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କୃଷିକ୍ଷେତ୍ର ପାଇଁ ଏକ ବଡ଼ ସହାୟତା ହୋଇପାରିଛି। ଏଥିସହିତ କାଳିଆ, ବଳରାମ ଯୋଜନା ଆଦି ବିଷୟରେ ମନ୍ତ୍ରୀ ଉଲ୍ଲେଖ କରିଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ କନ୍‌କ୍ଲେଭରେ ପ୍ରାରମ୍ଭିକ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ପ୍ରଦୀପ ଜେନା, ଫୁଡ୍‌ସ ଅଫ୍‌ ଆଦାନୀ-ଓ୍ବିଲମର ଲିମିଟେଡ୍‌ର ବିଜ୍‌ନେସ ହେଡ୍‌ ସତ୍ୟେନ୍ଦ୍ର ଅଗ୍ରଓ୍ବାଲ, ଜି ଟେକ୍ନିକୋ ସିଇଓ ସୌନ୍ଦରା ରାଦଜାନେ, ନାଫେଡ ଏମ୍‌ଡି ସଞ୍ଜୀବ ଚଢ଼ା ପ୍ରମୁଖ ଅଭିଭାଷଣ ରଖିଥିଲେ। କୃଷି ସଚିବ ସୁରେଶ କୁମାର ବଶିଷ୍ଠ ସ୍ବାଗତ ଭାଷଣ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri