Posted inଫୁରସତ

ନୋବେଲ ଶାନ୍ତି ପୁରସ୍କାର ବିଜେତା ମାଲାଲା

ପ୍ରତିବର୍ଷ ଜୁଲାଇ ୧୨ରେ, ନୋବେଲ ଶାନ୍ତି ପୁରସ୍କାରପ୍ରାପ୍ତ ମାଲାଲା ୟୁସୁଫଜାଇଙ୍କ ସମ୍ମାନାର୍ଥେ ବିଶ୍ୱ ମାଲାଲା ଦିବସ ପାଳନ କରାଯାଇଥାଏ। ଏହି ତାରିଖ ମଧ୍ୟ ତାଙ୍କର ଜନ୍ମଦିନରେ ପଡେ। ତାଙ୍କ ଭଳି ଜଣେ ଅସାଧାରଣ ଝିଅଙ୍କୁ ସମ୍ମାନ ଦେବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ସେ ଶିଶୁ ଏବଂ ମହିଳାଙ୍କ ଅଧିକାର ପାଇଁ ଲଢ଼଼ିଥିଲେ। ମିଳିତ ଜାତିସଂଘ ଜୁଲାଇ ୧୨କୁ ପାକିସ୍ତାନୀ କାର୍ଯ୍ୟକର୍ତ୍ତା ମଲାଲା ୟୁସୁଫଜାଇଙ୍କୁ ସମ୍ମାନିତ କରିବା ପାଇଁ ବିଶ୍ୱ ମାଲାଲା ଦିବସ ଭାବେ ଘୋଷଣା କରିଥିଲା, ଯିଏ ବାଳିକା ଶିକ୍ଷା ସଂଗ୍ରାମର ଅନ୍ତର୍ଜାତୀୟ ପ୍ରତୀକ ପାଲଟିଥିଲେ। ମାଲାଲା ୟୁସୁଫଜାଇ ଜିଆଉଦ୍ଦିନ ୟୁସୁଫଜାଇ ଏବଂ ତୁର ପେକାଇ ୟୋସେଫଜାଇଙ୍କ ସନ୍ତାନ ଭାବେ ୧୨ ଜୁଲାଇ ୧୯୯୭ରେ ପାକିସ୍ତାନର ମିଙ୍ଗୋରାଠାରେ ଜନ୍ମଗ୍ରହଣ କରିଥିଲେ; ଯାହା ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପାସ୍ତୁନଖ୍ବା ପ୍ରଦେଶର ସ୍ବାତ ଜିଲାରେ ରହିଛି। ତାଙ୍କ ପିତା ଜଣେ ଉତ୍ସାହୀ ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ଶିକ୍ଷକ ଥିଲେ। ସେ ନିଜର ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ତେବେ, ଯେତେବେଳେ ତାଲିବାନ ସହରକୁ ନିୟନ୍ତ୍ରଣ କରିଥିଲେ, ସେତେବେଳେ ବାଳିକାମାନଙ୍କୁ ଶିକ୍ଷା ଉପରେ ବାରଣ କରାଯାଇଥିଲା। ୨୦୦୯ରେ, ମାଲାଲା ନିଜ ସହରରେ ବଢୁଥିବା ସାମରିକ କାର୍ଯ୍ୟକଳାପ ବିଷୟରେ କଥାବାର୍ତ୍ତା କରି ବିସିସିଆଇ ପାଇଁ ଏକ ବ୍ଲଗ ଲେଖିବା ଆରମ୍ଭ କରିଥିଲେ। ତାଙ୍କ ପରିଚୟ ପ୍ରକାଶ ପାଇବା ପରେ ମଧ୍ୟ ମାଲାଲା ଏବଂ ତାଙ୍କ ପିତା ଶିକ୍ଷାର ଅଧିକାର ବିଷୟରେ ସର୍ବସାଧାରଣରେ କହିବା ଜାରି ରଖିଥିଲେ। ୯ ଅକ୍ଟୋବର ୨୦୧୨ରେ, ମାଲାଲା ସ୍କୁଲରୁ ଘରକୁ ଫେରୁଥିବାବେଳେ ତାଲିବାନ ବନ୍ଧୁକଧାରୀ ତାଙ୍କୁ ଆକ୍ରମଣ କରି ତାଙ୍କ ମୁଣ୍ଡ ଓ ବେକରେ ଗୁଳି ଚଳାଇଥିଲା। ସେ ପାକିସ୍ତାନରେ ପ୍ରାରମ୍ଭିକ ଚିକିତ୍ସା ଗ୍ରହଣ କରିଥିଲେ, କିନ୍ତୁ ପରେ ସୁସ୍ଥ ହେବା ପାଇଁ ତାଙ୍କୁ ଇଂଲଣ୍ଡକୁ ପଠାଯାଇଥିଲା।
ଏହି ଦିବସ ଅବସରରେ ବିଶ୍ୱ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱର ପିଲାମାନଙ୍କ ପାଇଁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ନିଶ୍ଚିତ କରିବାକୁ ବିଶ୍ୱ ନେତାମାନେ ଆହ୍ବାନ କରିଥାନ୍ତି।
ବର୍ତ୍ତମାନ ସାରା ବିଶ୍ୱରେ ମହିଳାଙ୍କ ଶିକ୍ଷା ଅଧିକାର ପାଇଁ ଜଣେ କାର୍ଯ୍ୟକର୍ତ୍ତା ଭାବରେ କାର୍ଯ୍ୟ କରିଥାନ୍ତି। ସେ ତାଙ୍କ ପିତାଙ୍କ ସହ ବାଳିକା ଶିକ୍ଷାର ପ୍ରଭାବ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ୨୦୧୩ରେ ମାଲାଲା ପାଣ୍ଠି ଆରମ୍ଭ କରିଥିଲେ। ୨୦୧୪ ରେ, ମଲାଲାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇବାରେ ସର୍ବକନିଷ୍ଠ ବ୍ୟକ୍ତି ହୋଇଥିଲେ। ମାଲାଲାଙ୍କ ଉପରେ ଆକ୍ରମଣ ପରେ ପାକିସ୍ତାନ ପ୍ରଥମ ଶିକ୍ଷା ଅଧିକାର ବିଲ୍‌ ପାସ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?