ନୋବେଲ ଫାଉଣ୍ଡେଶନର ୟୁ-ଟର୍ନ: ରୁଷିଆ-ବେଲାରୁଷ -ଇରାନକୁ ଦିଆଯାଇଥିବା ଆମନ୍ତ୍ରଣ ପ୍ରତ୍ୟାହାର କଲା…

ଷ୍ଟକହୋମ,୩।୯: ନୋବେଲ ଫାଉଣ୍ଡେଶନ ରୁଷିଆ, ବେଲାରୁଷ ଏବଂ ଇରାନର ପ୍ରତିନିଧୀଙ୍କୁ ଚଳିତ ବର୍ଷର ନୋବେଲ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବାକୁ ପ୍ରଦାନ କରିଥିବା ଆମନ୍ତ୍ରଣ ପ୍ରତ୍ୟାହାର କରିନେଇଛି। ଫାଉଣ୍ଡେଶନ କହିଛି ସ୍ବିଡେନରେ ହୋଇଥିବା ବିରୋଧ ଏବଂ ପ୍ରତିକ୍ରିୟା ଯୋଗୁଁ ପୁରସ୍କାର ବିତରଣ ଉତ୍ସବରେ ି ଦେଶର କୂଟନୀତିଜ୍ଞଙ୍କ ନିକଟକୁ ପଠାଯାଇଥିବା ଆମନ୍ତ୍ରଣ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି।

ବାସ୍ତବରେ ରୁଷିଆ, ବେଲାରୁଷ ଏବଂ ଇରାନକୁ ନିମନ୍ତ୍ରଣ କରାଯିବା ପରେ ଅନେକ ସ୍ବିଡେନ ସାଂସଦ ଚଳିତ ବର୍ଷର ନୋବେଲ ପୁରସ୍କାର ସମାରୋହ ନେଇ ହୋଇଥିବା ବୈଠକ ଏହା ଘୋଷଣା କରିଥିଲେ। ସ୍ବିଡେନର ପ୍ରଧାନମନ୍ତ୍ରୀ ଉଲଫ କ୍ରିଷ୍ଟରସନ କହିଥିଲେ ଯଦି ମତେ ବିକଳ୍ପ ଦିଆଯାଏ ତେବେ ମୁଁ ରୁଷିଆର ପ୍ରତିନିଧୀଙ୍କୁ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବାକୁ ଦେବି ନାହିଁ।

ରୁଷିଆର ୟୁକ୍ରେନ ଉପରେ ବାଧ୍ୟତାମୂଳକ ଯୁଦ୍ଧ ଏବଂ ହିଜାବ ବିରୋଧୀ ମହିଳା ପ୍ରଦର୍ଶନକାରୀ ତଥା ମାନବିକ ଅଧିକାର ଉପରେ ଇରାନର ଦମନ ସତ୍ତେ ଏହି ଦେଶଗୁଡ଼ିକୁ ନିମନ୍ତ୍ରଣ କରାଯାଇଛି ବୋଲି ସାଂସଦମାନେ କହିଥିଲେ।
ବେଲାରୁଷ ରୁଷିଆର ଏକ ପ୍ରମୁଖ ସହଯୋଗୀ ଏବଂ ଏହାର ନେତା ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋ ରୁଷିଆର ୟୁକ୍ରେନ ଉପରେ ଆକ୍ରମଣକୁ ସମର୍ଥନ କରିଛନ୍ତି। ଏସବୁ ଦେଶ ଯେଉଁମାନେ କୌଣସି ପ୍ରକାରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମର୍ଥନ କରନ୍ତି ନାହିଁ। ଗତ ବର୍ଷ ମଧ୍ୟ ରୁଷିଆ ଏବଂ ଇରାନର କୂଟନୀତିଜ୍ଞମାନଙ୍କୁ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇ ନ ଥିଲା।

ଉଲ୍ଲେଖଯୋଗ୍ୟ, ୬ଟି ନୋବେଲ ସମାରୋହ ମଧ୍ୟରୁ ପାଞ୍ଚଟି ପ୍ରତିବର୍ଷ ୧୦ ଡିସେମ୍ବରରେ ଷ୍ଟକହୋମରେ ଅନୁଷ୍ଠିତ ହେଉଥିବାବେଳେ ଓସଲୋରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?