ଭୁଶୁଡ଼ିପଡ଼ୁଛି ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା

ନବରଙ୍ଗପୁର,୩।୯(ସଦାଶିବ ପ୍ରହରାଜ)ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧ ହଜାର ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ଅଧ୍ୟକ୍ଷ ପଦବୀ ପ୍ରାୟ ୧ ବର୍ଷରୁ ଊର୍ଦ୍ଧ୍ୱ ହେବ ଖାଲି ପଡିଛି। ମୋଟ ୩୨ ଶିକ୍ଷକ ପଦବୀ ମଧ୍ୟରୁ ୧୬ ଟି ଖାଲି ପଡ଼ିଛି। ନିକଟରେ ଏକାଥରକେ ୬ଜଣ ଶିକ୍ଷକଙ୍କର ରାଜ୍ୟ ବାହାରକୁ ବଦଳି ହୋଇଛି। ସେହି ସ୍ଥାନରେ ଜଣଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇନାହିଁ। ଫଳରେ ପ୍ରାଇମେରି ଓ ସେକେଣ୍ତାରି ପିଲାଙ୍କ ଠିକ୍‌ ପାଠପଢ଼ା ହୋଇପାରୁନାହିଁ। ଏପରିକି ଦଶମ, ଏକାଦଶ ଓ ଦ୍ବାଦଶର ବୋର୍ଡ ପରୀକ୍ଷା ରହିଥିବାବେଳେ ପିଲାମାନେ ଉପଯୁକ୍ତ ଶିକ୍ଷାଦାନରୁ ବଞ୍ଚତ୍ତ ହେଉଛନ୍ତି। ଶିକ୍ଷାଦାନ ଠିକ୍‌ ଭାବେ ହେଉ ନ ଥିବାରୁ ବହୁ ପିଲା ନିୟମିତ ଭାବେ ବିଦ୍ୟାଳୟ ଯାଉନାହାନ୍ତି, ଯାହାକି ଚିନ୍ତାର ବିଷୟ ହୋଇଛି। ଶିକ୍ଷକ ଅଭାବ ଯୋଗୁ ବିଭିନ୍ନ ପାଠ୍ୟକ୍ରମ ଅନୁଯାୟୀ ଠିକ୍‌ ଭାବରେ ପାଠପଢା ହୋଇପାରୁନାହିଁ। କେତେକ ଶ୍ରେଣୀରେ ଦିନକୁ ମାତ୍ର ଗୋଟିଏ ଦୁଇଟି କ୍ଲାସ୍‌ ହେଉଥିବାନେଇ ଛାତ୍ରୀଛାତ୍ର ଓ ଅଭିଭାବକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା।
ବିଦ୍ୟାଳୟରେ ଅଧ୍ୟକ୍ଷ, ପିଜିଟି ଗଣିତ, ପିଜିଟି ବାୟୋଲୋଜି, ପିଜିଟି ହିନ୍ଦୀ, ପିଜିଟି କେମେଷ୍ଟ୍ରି, ଟିଜିଟି ହିନ୍ଦୀ, ଟିଜିଟି ସଂସ୍କୃତ, ଟିଜିଟି ଇଂଲିଶ, ଟିଜିଟି ଗଣିତ, ଟିଜିଟି ପିଏଚ୍‌ଇ, ଟିଜିଟି ଡବ୍ଲ୍ୟୁଇ, ଟିଜିଟି ଲାଇବ୍ରେରି, ପିଆର୍‌ଟି ମ୍ୟୁଜିକ, ଏସ୍‌ଏସ୍‌ଏ ଜଣେ, ଜେଏସ୍‌ଏ ଜଣେ ପିଆର୍‌ଟି ୩ ଜଣ ଓ ଅନ୍ୟାନ୍ୟ ଷ୍ଟାଫ ୬ ଏହିପରି ବିଦ୍ୟାଳୟରେ ମୋଟ ୨୫ କର୍ମଚାରୀ ପଦବୀ ଖାଲି ପଡ଼ିଛି। ସେଥିମଧ୍ୟରୁ କେବଳ ୧୬ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଶିକ୍ଷା ବିଭାଗ ଠିକାରେ ଶିକ୍ଷକ ନିଯୁକ୍ତି କରିବା ପାଇଁ କହୁଥିବାବେଳେ ଏବେ ବର୍ଷ ଅଧାରେ ନବରଙ୍ଗପୁରକୁ ଆସିବାକୁ ସେମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି ବୋଲି ଜଣାପଡ଼ିଛି। ଜଣେ ଶିକ୍ଷକ ଅଧ୍ୟକ୍ଷ ପଦ ଦାୟିତ୍ୱ ସମ୍ଭାଳୁଛନ୍ତି। ଅଧ୍ୟକ୍ଷ ଓ କିରାଣି ପଦବୀ ଖାଲିଥିବାରୁ ଭାରପ୍ରାପ୍ତ ଅଧ୍ୟକ୍ଷ ସେ ସମସ୍ତ କାମ କରୁଛନ୍ତି। ଅଫିସର ସମସ୍ତ କାମ ସହ ଦୈନିକ ୪ଟି ଶ୍ରେଣୀରେ ପାଠ ପଢ଼ାଉଥିବାରୁ ବିଦ୍ୟାଳୟ ପରିଚାଳନାରେ ବାଧା ସୃଷ୍ଟି ହେଉଛି। ଶିକ୍ଷକ ଅଭାବରୁ ବିଦ୍ୟାଳୟରେ ଶିକ୍ଷାଦାନ ଓ କାର୍ଯ୍ୟାଳୟର ଏକମାତ୍ର କିରାଣିଙ୍କୁ ବଦଳି କରାଯାଇଥିବରୁ ଅଫିସ କାର୍ଯ୍ୟରେ ବହୁ ଚାପ ପଡୁଥିବା ଭାରପ୍ରାପ୍ତ ଅଧ୍ୟକ୍ଷ କମିଟି ବୈଠକରେ ପ୍ରକାଶ କରିଛନ୍ତି। ଅନ୍ୟ ଦିଗରେ ବିଦ୍ୟାଳୟର ଖାଲିଥିବା ପଦବୀ ପୂରଣ କରିବା ପାଇଁ ଏମ୍‌ପି ରମେଶ ଚନ୍ଦ୍ର ମାଝି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?