ଲକ୍ଷଣହୀନ, ଗର୍ଭବତୀ, ଶିଶୁଙ୍କ ପାଇଁ ବାରଣ

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ହୋମ୍‌ ଆଇସୋଲେଶନରେ ରହୁଥିବା କରୋନା ଆକ୍ରାନ୍ତ କିପରି ଫାଭିପିରାଭିର ଔଷଧ ଖାଇବେ, ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆବଶ୍ୟକ ପରାମର୍ଶ ଦେଇଛନ୍ତି। ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ କଟକ ଏସ୍‌ସିବିର ମେଡିସିନ ବିଭାଗ ମୁଖ୍ୟ ଡା. ଜୟନ୍ତ ପଣ୍ଡା କହିଛନ୍ତି ଯେ, ଫାଭିପିରାଭିର କୋଭିଡ୍‌-୧୯ ଭୂତାଣୁର ସଂଖ୍ୟା ଓ ପ୍ରଭାବ କମାଇ ଥାଏ। ରୋଗୀଙ୍କୁ ପ୍ରାଥମିକ ଅବସ୍ଥାରେ ଏହି ଔଷଧ ଦେଲେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାର ସମ୍ଭାବନା ରହିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ଠିକ୍‌ ଭାବେ ସେବନ କଲେ ଜ୍ୱର, କାଶର ପ୍ରାଦୁର୍ଭାବ କମିଯାଇପାରିବ। ବର୍ତ୍ତମାନ କରୋନା ରୋଗୀଙ୍କୁ ୫ଦିନ ପାଇଁ ଫାଭିପିରାଭିର ଦେବା ବ୍ୟବସ୍ଥା କରାଯାଇଛି। ଲକ୍ଷଣ ନ ଥିବା ରୋଗୀଙ୍କୁ ଏହା ଦିଆଯାଏ ନାହିଁ। କେବଳ ଲକ୍ଷଣଯୁକ୍ତ ରୋଗୀଙ୍କୁ ଦିଆଯାଇପାରିବ। ସେହିପରି ଗର୍ଭବତୀ, ଛୋଟ ପିଲା ଫାଭିପିରାଭିର ଖାଇପାରିବେ ନାହିଁ। ରୋଗ ଚିହ୍ନଟ ହେବାମାତ୍ରେ ପ୍ରଥମ ଦିନରୁ ଆକ୍ରାନ୍ତଙ୍କୁ ଫାଭିପିରାଭିର ଦିଆଯାଇପାରିବ। ଏହାକୁ ଖାଇଲା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିଲେ ଡାକ୍ତରଙ୍କୁ ଜଣାନ୍ତୁ। ପତଳା ଝାଡ଼ା ହେଲେ, ପେଟ କାଟିଲେ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି ଡା. ପଣ୍ଡା କହିଛନ୍ତି।
ଅଶ୍ୱିନୀ ହସ୍ପିଟାଲର ଡା. ସମ୍ପଦ ଦାସ କହିଲେ, ରୋଗୀଙ୍କ ଲିଖିତ ସମ୍ମତି ପରେ ହିଁ ଏହି ଔଷଧ ଦିଆଯିବ। ୫ଦିନ ମଧ୍ୟରୁ ପ୍ରଥମ ଦିନ ୯ଟି ବଟିକା ସକାଳେ ଓ ୯ଟି ବଟିକା ସନ୍ଧ୍ୟାବେଳେ ଖାଇବାକୁ ହେବ। ସେହିପରି ୨ୟ ଦିନରୁ ୫ମ ଦିନ ପର୍ଯ୍ୟନ୍ତ ୪ଟି ବଟିକା ସକାଳେ ଓ ୪ଟି ବଟିକା ସନ୍ଧ୍ୟାବେଳେ ଖାଇବାକୁ ହେବ। ଫାଭିପିରାଭିର ବା କୌଣସି ଔଷଧ ଖାଇଲେ ମଦ୍ୟପାନ ନ କରିବା ଉଚିତ। ଆଲ୍‌କହଲ ସହିତ ବିଭିନ୍ନ ଔଷଧର ରାସାୟନିକ ପ୍ରତିକ୍ରିୟା ହେଉଥିବାରୁ ମଦ୍ୟପାନ ନିରାପଦ ନୁହେଁ। ତେବେ ଫାଭିପିରାଭିର ଖାଇବାବେଳେ କେଉଁ କେଉଁ ଔଷଧ ଖାଇହେବ ସେ ସମ୍ପର୍କରେ ଡା. ଦାସ ସୂଚନା ଦେଇଛନ୍ତି। ଏହି ଔଷଧ ଖାଉଥିବା ରୋଗୀମାନେ ଅନ୍ୟାନ୍ୟ ଔଷଧ ଯଥା କରୋନା ସମୟରେ ସେବନ କରାଯାଉଥିବା ଆଣ୍ଟିବାୟୋଟିକ, ଭିଟାମିନ ଇତ୍ୟାଦି ଖାଇପାରିବେ। ସେହିପରି ଲୋକମାନେ ପୂର୍ବରୁ ନିୟମିତ ଖାଉଥବା ଔଷଧ ଯେପରିକି ଗ୍ୟାଷ୍ଟ୍ରିକ ଔଷଧ, ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଔଷଧ ଆଦି ଖାଇପାରିବେ ବୋଲି ଡା. ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

ରେଳଧାରଣାରୁ ମିଳିଲା ଯୁବତୀଙ୍କ ମୃତଦେହ, ବଢ଼ିଲା ସନ୍ଦେହ…

ଛତ୍ରପୁର,୧୨।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ନିକଟ ହୁମ୍ବର ଗ୍ରାମ ଦେଇ ଯାଉଥିବା ଚେନ୍ନାଇ-ହାୱଡ଼ା ରେଳଧାରଣା କଡ଼ରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।…

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଭାଜପାରେ ସାମିଲ ହେଲେ ପ୍ରଭାତ ବିଶ୍ୱାଳ, ଶହଶହ ସମର୍ଥକଙ୍କ ସହ ଆସି…

ଭୁବନେଶ୍ୱର,୧୨ା୭: କଟକ ରାଜନୀତିରେ ବଡ଼ଧରଣର ହଲଚଲ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ରବିବାର ଭାଜପାରେ ସାମିଲ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri