ଅନୁବନ୍ଧିତ ଦୋକାନରୁ ମିଳୁନି ସେବା

କଟକ ଅଫିସ,୩୧ା୧୨: ରାଜ୍ୟ ସରକାର ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଇ ଅନେକ ଯୋଜନା କରୁଛନ୍ତି। ଏପରି କି ଗରିବ ରୋଗୀଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଏହି ଯୋଜନାର ସୁଫଳ ରୁପାୟନ ସମସ୍ତ ହିତାଧିକାରୀଙ୍କୁ ଠିକ୍‌ରେ ମିଳିପାରୁ ନ ଥିବା ଅଭିଯୋଗ ହେଉଛି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଏସ୍‌ସିସି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଥିବା ରୋଗୀଙ୍କ କ୍ଷେତ୍ରରେ। ଏହି ଯୋଜନାରେ ଅନୁବନ୍ଧିତ ଥିବା ଔଷଧ ଦୋକାନୀ ଇଞ୍ଜେକ୍‌ସନ ଦେଉ ନ ଥିବାରୁ ଭାଗ୍ୟକୁ ଆଦରୀ ରୋଗୀ ବାରଣ୍ଡାରେ ପଡି ରହିଛନ୍ତି।

ରାଜ୍ୟ ସରକାର ବିଏସ୍‌କଓ୍ବୋଇରେ ଏସ୍‌ସିବି ମେଡିକାଲର ଇନ୍‌ଡୋର ରୋଗୀଙ୍କ ପାଇଁ ମାଗଣା ଔଷଧ ବ୍ୟବସ୍ଥା କରିଥିଲେ। ସରକାରଙ୍କ ସହ ଅନୁବନ୍ଧିତ ହୋଇଥିବା ଔଷଧ ଦୋକାନୀ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଉଥିଲେ। ପରବର୍ତ୍ତୀ ସମୟରେ ସେମାନେ ଏବାବଦକୁ ସରକାରଙ୍କଠାରୁ ଟଙ୍କା ପାଇଥାନ୍ତି। ମାତ୍ର ସରକାରଙ୍କ ଉପରେ ଏବାବଦକୁ ସେମାନଙ୍କର ବହୁକୋଟି ଟଙ୍କା ବାକି ରହିଛି। ଟଙ୍କା ନ ମିଳିବାରୁ ସେମାନେ ଆଉ ରୋଗୀଙ୍କୁ ଔଷଧ, ଇଞ୍ଜେକସନ ଦେଉନାହାନ୍ତି। ଫଳରେ ଏସ୍‌ସିବି ମେଡିକାଲ ନ୍ୟୁରୋଲୋଜି ବିଭାଗରେ ଥିବା ବାଲେଶ୍ୱର ଅଞ୍ଚଳର ରୋଗୀ ପ୍ରଭାକର ପାତ୍ର ଦାମୀ ଇଞ୍ଜେକସନ୍‌ କିଣିବାରେ ଅସମର୍ଥ ଥିବାରୁ ଅବସ୍ଥା ଗୁରୁତର ହେବାରେ ଲାଗିଛି। ଏ ନେଇ ସେ କହିଛନ୍ତି, ନ୍ୟୁରୋଲୋଜି ସମସ୍ୟା ଥିବାରୁ ଡାକ୍ତର ମୋତେ ଆଇଭିଆଇଭି ଇଞ୍ଜକ୍‌ସନ ନେବାକୁ କହିଛନ୍ତି। ଏହାର ଦାମ୍‌ ୧୦ ହଜାର ଟଙ୍କା ହୋଇଥିବାରୁ ମୋ ପକ୍ଷରେ କିଣିବା ଅସମ୍ଭବ। ବିଏସ୍‌କଓ୍ବୋଇରେ ସରକାରୀ ଅନୁବନ୍ଧିତ ଔଷଧ ଦୋକାନରୁ ଏହା ମିଳିବା କଥା। ହେଲେ ହସ୍ପିଟାଲ ପରିସରରେ ଥିବା ଉକ୍ତ ଦୋକାନକୁ ଗଲେ ଦୋକାନୀ ଇଞ୍ଜେକସନ ନ ଥିବା କହି ଫେରାଇ ଦେଉଛନ୍ତି। ଏହି ଇଞ୍ଜେକ୍‌ସନ ଯଥାଶୀଘ୍ର ନ ଦେଲେ କୌଣସି ମୁହୂର୍ତ୍ତରେ କିଛି ବି ହୋଇପାରେ ବୋଲି ଡାକ୍ତର କହିଛନ୍ତି। ଏହା ଶୁଣିବା ପରେ ସେ ଓ ତାଙ୍କ ସମ୍ପର୍କୀୟ ଭାଙ୍ଗି ପଡିଛନ୍ତି। ଭାଗ୍ୟକୁ ଆଦରି ହସ୍ପିଟାଲ ବାରଣ୍ଡାରେ ପଡିରହିବା ଛଡା ଅନ୍ୟ ଉପାୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ କରାଯାଇଥିବା ଏକ ଉଲ୍ଲେଖର ପ୍ରତିକ୍ରିୟାରେ ସୋସିଆଲ ମିଡିଆରେ ‘ଦିମାଗି ନକ୍ସଲ ପାର୍ଟି’ (ବୌଦ୍ଧିକ ନକ୍ସଲ ପାର୍ଟି)…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ମହିଳାଙ୍କ ଖାତାକୁ ଆସିବ ୩ହଜାର ଟଙ୍କା, ହେଲେ ସରକାର କାହିଁକି ଦେଉଛନ୍ତି ଏହି ଟଙ୍କା? ଜାଣନ୍ତୁ ଏହା ପଛର ରହସ୍ୟ

କୋଲକାତା,୧୮।୮: ପଶ୍ଚିମବଙ୍ଗ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ପ୍ରକ୍ରିୟା ସୋମବାର (ଅଗଷ୍ଟ ୧୭, ୨୦୨୬) ଠାରୁ ଆରମ୍ଭ ହୋଇଛି। ରାଜ୍ୟ…

ଜନସାଧାରଣଙ୍କ ପାଇଁ ଚିନ୍ତାଜନକ ଖବର: ପେଟ୍ରୋଲ-ଡିଜେଲ ଦାମ୍‌…

ନୂଆଦିଲ୍ଲୀ, ୧୮।୮: ଜନସାଧାରଣଙ୍କ ପାଇଁ ଅନ୍ତର୍ଜାତୀୟ ବଜାରରୁ ଏକ ନୂଆ ଚିନ୍ତାଜନକ ଖବର ଆସୁଛି। Crude Oil ଦରରେ ଲଗାତାର ତୃତୀୟ ଦିନ ପାଇଁ ବୃଦ୍ଧି ଦେଖିବାକୁ…

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଆଖିବୁଜା ଗୁଳି ଚଳାଇଲେ ସପ୍ତମ ଶ୍ରେଣୀର ଛାତ୍ର, ୨ ମୃତ

ମାନିଲା,୧୮।୮: ଫିଲିପାଇନ୍ସର ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣେ ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri