‘ଲିଙ୍ଗରାଜଙ୍କ ପାଇଁ ହୋଇନି ବାଇ-ଲ ପ୍ରତ୍ୟାହାର’

ଭୁବନେଶ୍ୱର, ୧୦ା୨(ବ୍ୟୁରୋ): କେବଳ ପୁରୀ ଶ୍ରୀମନ୍ଦିର ପାଇଁ ବାଇ-ଲ ପ୍ରତ୍ୟାହାର ହୋଇଛି। ଲିଙ୍ଗରାଜ ମନ୍ଦିର ପାଇଁ ହୋଇନାହିଁ। ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ (ଏନ୍‌ଏମ୍‌ଏ)ର ପ୍ରସ୍ତାବିତ ଚିଠା ଉପନିୟମ (ବାଇ-ଲ) ପ୍ରତ୍ୟାହାର ସମ୍ପର୍କରେ ପ୍ରତିକ୍ରିୟା ରଖି ମଙ୍ଗଳବାର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଏହା କହିଛନ୍ତି। ପଟେଲ କହିଛନ୍ତି, ଲିଙ୍ଗରାଜ ମନ୍ଦିର ନିମନ୍ତେ ପ୍ରସ୍ତାବିତ ବାଇ-ଲ ସମ୍ପର୍କିତ ସର୍ବସାଧାରଣ ନୋଟିସ ବଜାୟ ରହିଛି। ବିଭିନ୍ନ ମନ୍ଦିରର ଖନନ କାର୍ଯ୍ୟ ଯେଭଳି ଜେସିବି ଦ୍ୱାରା ଖୋଳାଚାଲିଛି, ତାହା ଠିକ୍‌ ନୁହେଁ। ଏଏସ୍‌ଆଇର ଗୋଟିଏ ଟିମ୍‌ ଏହାର ତଦନ୍ତ କରିଛନ୍ତି। ତା’ର ରିପୋର୍ଟ ଆସିବାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ପୁରାତନ ସଂସ୍କୃତିର କୀର୍ତ୍ତିରାଜିକୁ ଏଭଳି ନଷ୍ଟ କରିବା ଠିକ୍‌ ନୁହେଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ଏନ୍‌ଏମ୍‌ଏକୁ ନେଇ ବିଜେଡି-ଭାଜପା ଭିତରେ ଶ୍ରେୟ ରାଜନୀତି ଆରମ୍ଭ ହୋଇଯାଇଛି।
ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଏନ୍‌ଏମ୍‌ଏର ବାଇ-ଲ ପ୍ରତ୍ୟାହାର କରିଥିବାରୁ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ ଏବଂ ଓଡ଼ିଶା ଭାଜପାର ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ରମନ୍ତ୍ରୀ ପଟେଲଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। ପୁରୀ ଶ୍ରୀମନ୍ଦିର ଏବଂ ତା’ର ଚତୁଃପାଶର୍‌ବକୁ ସୌନ୍ଦର୍ଯ୍ୟକରଣ ଏବଂ ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଯାହା ବ୍ୟବସ୍ଥା କରାଯିବ, ତାହା ସମସ୍ତ ନିଯୋଗ, ସେବାୟତ, ସ୍ଥାନୀୟ ବାସିନ୍ଦା ଓ ଷ୍ଟେକ ହୋଲ୍‌ଡରଙ୍କ ସହ ଚର୍ଚ୍ଚା ଆଲୋଚନା କରି ନିଷ୍ପତ୍ତି ନିଆଯିବ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ବ୍ୟକ୍ତିଗତ ଭାବେ ପୁରୀ ଆସି ସମସ୍ତଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ା ଏହାପରେ ଭାଜପା ସଦସ୍ୟ ଓ ଶ୍ରୀମନ୍ଦିର ସେବାୟତମାନେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। ପୁରୀ ଶ୍ରୀମନ୍ଦିର ଏବଂ ତା’ର ନୀତିକାନ୍ତି, ପରମ୍ପରା, ସେବାୟତ ଓ ଭକ୍ତ ସମସ୍ତଙ୍କ ଭାବାବେଗ ଓ ଆବଶ୍ୟକତାକୁ ଅକ୍ଷୁଣ୍ଣ ରଖିବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ ା ମୋଦି ସରକାର ଥିବା ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମନ୍ଦିର ଉପରେ କୌଣସି ଆଞ୍ଚ ଆସିବ ନାହିଁ ବୋଲି ଶାହା ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଥିବା ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି। ଏହି ଅବସରରେ ପ୍ରତିନିଧି ଦଳ ଜଗନ୍ନାଥ ମନ୍ଦିର, ସୂର୍ଯ୍ୟ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିରର ସଂରକ୍ଷଣ ସମ୍ପର୍କରେ ଆଲୋଚନା ହୋଇଛି।
ଅନ୍ୟପକ୍ଷରେ ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର କହିଛନ୍ତି, ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପୁରୀକୁ ଶ୍ରୀହୀନ କରିବାକୁ କିଏ ଚକ୍ରାନ୍ତ କରୁଛି, କିଏ ଏଭଳି ସର୍କୁଲାର ଜାରି କରିଥିଲା, ତାହାର ତଦନ୍ତ ହେବା ଦରକାର। ଶ୍ରୀମନ୍ଦିର ବାଇ-ଲ ଇସ୍ୟୁ ହେବାର ୩ ଦିନ ପରେ ପ୍ରତ୍ୟାହୃତ ହେଲା। ହେଲେ କାହାର ଅନୁମତିରେ ଏପରି ହେଲା। ଭାଜପା ନେତା ଗୋଲକ ମହାପାତ୍ର କହିଛନ୍ତି, ଏନଏମ୍‌ଏ ଅଧିକାରୀ ଯେତେବେଳେ ଆସିଥିଲେ ରାଜ୍ୟ ସରକାରଙ୍କ ଲୋକ ସେତେବେଳେ ସେମାନଙ୍କୁ ନେଇକି ଗଲେ। ସେତେବେଳେ କହିବା ଦରକାର ଥିଲା। ସେତେବେଳେ ରାଜ୍ୟ ସରକାରଙ୍କ ଯେଉଁ ଅଫିସରମାନେ ଯାଇଥିଲେ ସେମାନଙ୍କର ଜ୍ଞାନର ଅଭାବ ରହିଛି। ତେଣୁ ଘଟଣାର ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି। ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ମହାପ୍ରଭୁଙ୍କ କାର୍ଯ୍ୟରେ କେହି ଶ୍ରେୟ ନେବା ଠିକ୍‌ ନୁହେଁ। ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି, ଶ୍ରୀମନ୍ଦିର କାମ କେବେ ଅଟକିବ ନାହିଁ ତାହା ପ୍ରମାଣିତ ହୋଇଛି ବୋଲି ସଞ୍ଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri