ନାହିଁ ବିଶ୍ରାମାଗାର, ଖରାରେ ଛଟପଟ ହେଉଛନ୍ତି ଯାତ୍ରୀ

କଲ୍ୟାଣସିଂହପୁର, ୧୨।୫ (ଦୀପକ କୁମାର ପରିଡା): ରାୟଗଡା ଜିଲା କଲ୍ୟାଣସିଂହପୁର ସହରରୁ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଯାତ୍ରୀ ବସ୍‌, ଅଟୋ ରିକ୍ସାଠାରୁ ଆରମ୍ଭ କରି ବିଭିନ୍ନ ଭଡା ଗାଡିରେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ରାସ୍ତା କଡରେ ଅପେକ୍ଷା କରୁଛନ୍ତି। କଲ୍ୟାଣସିଂହପୁର ସହରରେ କୌଣସି ସ୍ଥାନରେ ଯାତ୍ରୀ ବିଶ୍ରାମାଗାର ନ ଥିବାରୁ ଖରାରେ ଯାତ୍ରୀମାନେ ଛଟପଟ ହେଉଥିବା ଦେଖିବାକୁ ମିଳିଛି।
କଲ୍ୟାଣସିଂହପୁର ସଦର ଗୁଣ୍ଡିଚା ମନ୍ଦିର ଛକ, ଜଗନ୍ନାଥ ମନ୍ଦିର ଛକ, ରାମ ମନ୍ଦିର ଛକ, ହନୁମାନ ମନ୍ଦିର ଛକ, ପୁରୁଣା ବସ୍‌ଷ୍ଟାଣ୍ଡ ଛକ, କାଳୀ ସୁନ୍ଦରୀ ମନ୍ଦିର ଛକ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ଯାତ୍ରୀ ବିଶ୍ରାମଗାର ସୁବିଧା ନାହିଁ । ପୂର୍ବରୁ ପୁରୁଣା ବସ୍‌ଷ୍ଟାଣ୍ଡ ଛକରେ ଏକ ଯାତ୍ରୀ ବିଶ୍ରାମାଗାର ରହିଥିବାବେଳେ ରାସ୍ତା ପ୍ରଶସ୍ତିକରଣ ସମୟରେ ତାକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଫଳରେ ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବସ୍‌, ଅଟୋକୁ ଡହଡହ ଖରାରେ ଅପେକ୍ଷା କରିବାକୁ ପଡ଼ୁଛି। ଏଭଳି ଜନଗହଳି ପୂର୍ଣ୍ଣ ଛକ ନିକଟରେ ବିଶ୍ରାମାଗାର ନ ଥିବାରୁ ଯାତ୍ରୀମାନେ ବର୍ଷା କିମ୍ବା ଖରା ହେଲେ ଲୋକଙ୍କ ଦୋକାନ ପିଣ୍ଢାରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି। ନ ହେଲେ ଓଦା ହେବାକୁ ପଡୁଛି। ତେଣୁ ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି। ଏ ସମ୍ପର୍କରେ କଲ୍ୟାଣସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସଙ୍କୁ ପଚାରିବାରୁ ସହରର କେଉଁ କେଉଁ ଛକରେ ଯାତ୍ରୀ ବିଶ୍ରାମଗାର ଆବଶ୍ୟକତା ରହିଛି ସେ ଦିଗରେ ପ୍ରଥମେ ଅନୁଧ୍ୟାନ କରାଯିବ। ପରବର୍ତ୍ତୀ ସମୟରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

NEET UG ପରୀକ୍ଷା ବାତିଲ: ଆଗକୁ କ’ଣ ହେବ? ଛାତ୍ରୀଛାତ୍ରଙ୍କୁ ପୁଣି ଥରେ ଆବେଦନ କରିବାକୁ ପଡିବ କି? ପୂର୍ବ ପଞ୍ଜୀକରଣ ବୈଧ ରହିବ କି? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୫: NEET ପେପର୍‌ ଲିକ ଦୁର୍ନୀତି ସମ୍ପର୍କରେ, ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଘଟିଛି। ହଁ, NEET UG ପରୀକ୍ଷା ବିଶେଷକରି NEET UG 2026…

୩୩ ପ୍ରତିଶତ ମହିଳା ସଂରକ୍ଷଣ ଦାବି: ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ପାଟଣା, ୧୨।୫ (ବୀର କିଶୋର ଦାଶ) : ପାଟଣା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜୁ ମହିଳା ଜନତା ଦଳ ପକ୍ଷରୁ “ନାରୀ ଅଧିକାର ଅଭିଯାନ” ଅବସରରେ ମଙ୍ଗଳବାର ଏକ…

ଟ୍ୟୁସନ ଯାଇ ନିଖୋଜ ହେଲେ ଦଶମ ଶ୍ରେଣୀ ଛାତ୍ରୀ, ସାଙ୍ଗ ସହ…

ପାଟକୁରା,୧୨।୫(ରବୀନ୍ଦ୍ର ନାଥ ବାରିକ ): ନିଖୋଜ ହେଲେ ଦଶମ ଶ୍ରେଣୀ ଛାତ୍ରୀ । କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ତଥା କୁଦାନଗରୀ ଥାନା ଅଂଚଳର ଗୋଟିଏ ହାଇସ୍କୁଲରେ…

ଗୋପାଳପୁର–ରାୟଗଡ଼ା ରେଳ ଲାଇନ: ସର୍ଭେ ରିପୋର୍ଟକୁ ପରିବର୍ତ୍ତନ କରି ଚାଲିଛି ଯୋଜନାବଦ୍ଧ …

ଦିଗପହଣ୍ଡି, ୧୨।୫ (ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ଭୀଷ୍ମଗିରି ଗ୍ରାମର ଗୋପାଳ ସମାଜ କୋଠଘର ପରିସରରେ ଦକ୍ଷିଣ ଓଡ଼ିଶା ବିକାଶ ସମିତିର…

କ୍ଷତ ଚିହ୍ନ ଦେଖାଇ ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କଲେ କୃନାଲ, କ୍ୟାପଶନରେ ଲେଖିଲେ…

ନୂଆଦିଲ୍ଲୀ,୧୨ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ରବିବାର ମୁମ୍ୱାଇ ବିପକ୍ଷରେ ୭୩ ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳି ଦଳକୁ ଜିତାଇବା ପରେ…

ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ ମୋଡରେ ବିଜୟ, ମଦକୁ ନେଇ କଲେ ବଡ଼ ଘୋଷଣା

ଚେନ୍ନାଇ,୧୨।୫: ପଶ୍ଚିମବଙ୍ଗ ପରି, ତାମିଲନାଡୁରେ ଏକ ନୂତନ ସରକାର କାର୍ଯ୍ୟଭାର ଗ୍ରହଣ କରିଛି । କାର୍ଯ୍ୟ ଆରମ୍ଭରୁ ଆକ୍ସନ ମୋଡକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଶପଥ ନେବା…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ଟଙ୍କଧରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଆଶ୍ୱସ୍ତି: ଝାରସୁଗୁଡା ରାଜନୀତିରେ ପୁଣି ତେଜିଲା ଆଇନ ଯୁଦ୍ଧ

ଝାରସୁଗୁଡା,୧୨।୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ରାଜନୀତିରେ ପୁଣି ତେଜିଛି ଆଇନ ଯୁଦ୍ଧ। ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଆଶା କରାଯାଇଥିବା ଆଶ୍ୱସ୍ତି। ସୋମବାର ଦେଶର ସର୍ବୋଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri