‘ଦ କଶ୍ମୀର ଫାଇଲ୍ସ’କୁ ନିନ୍ଦା କଲେ କାନାଡା ଫିଲ୍ମ ମେକର, ଓସ୍କାର ପଠାଇଲେ ଲଜ୍ଜିତ ହେବ ଭାରତ

ମୁମ୍ବାଇ: ଚଳିତ ବର୍ଷ ମାର୍ଚ୍ଚରେ ରିଲିଜ୍ ହୋଇଥିବା ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ । ବହୁ ବାଦ ବିବାଦ ପରେ ବି ଏହା ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା । କେବଳ ଦେଶ କାହିଁକି ବିଦେଶରେ ବି ଦର୍ଶକେ ଏହାକୁ ପସନ୍ଦ କରିଥିଲେ । ଏହାରି ଭିତରେ କିନ୍ତୁ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ କାନାଡାର ଫିଲ୍ମ ମେକର ଡାଏଲନ ମୋହନ ଗ୍ରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ଗ୍ରେ କହିଛନ୍ତି ‘ଦ କଶ୍ମୀର ଫାଇଲ୍ସ’ କେବଳ ହିଂସା ସୃଷ୍ଟି କରୁଥିବା ଏକ ଫିଲ୍ମ । ଏହା କେବଳ ଘୃଣାକୁ ବଢାଇବ । ଯଦି ଏହି ଫିଲ୍ମକୁ ଓସ୍କାର ପାଇଁ ପଠାଯାଏ ତେବେ ଭାରତ ଲଜ୍ଜିତ ହେବ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ବଲିଉଡ ଫିଲ୍ମ ମେକର ଅନୁରାଗ କଶ୍ୟପ କହିଥିଲେ, ମୋତେ ଡର ଲାଗୁଛି କି ‘ଦ କଶ୍ମୀର ଫାଇଲ୍ସ’କୁ ଓସ୍କାର ପାଇଁ ପଠା ନ ଯାଉ । ଏହି କଥାକୁ ନେଇ ରାଗି ଯାଇଥିଲେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ଏହାକୁ ନେଇ ଟୁଇଟ କରି ଅନୁରାଗଙ୍କୁ ବିବେକ ଗାଳି ଦେବା ସହ କହିଥିଲେ ‘ଦ କଶ୍ମୀର ଫାଇଲ୍ସ’ ବିରୋଧର ଘୃଣାର କ୍ୟାମ୍ପେନ ଆରମ୍ଭ କରିଛନ୍ତି ଅନୁରାଗ । ଏବେ ଏହି ଟୁଇଟକୁ ରି ଟୁଇଟ କରି କାନାଡା ଫିଲ୍ମମେକର ଗ୍ରେ କହିଛନ୍ତି, ହଁ ‘ଦ କଶ୍ମୀର ଫାଇଲ୍ସ’ ଘୃଣା ସୃଷ୍ଟି କରୁଥିବା ଏକ ଫିଲ୍ମ । ଏହା ଓସ୍କାରକୁ ଗଲେ ଭାରତ ଲଜ୍ଜିତ ହେବ । ଅନୁରାଗ କଶ୍ୟପ ଠିକ କହିଛନ୍ତି ଆଉ ଦେଶ ପାଇଁ ଭଲ ଚିନ୍ତା କରିଛନ୍ତି । ଏବେ ପର୍ଯ୍ୟନ୍ତ ଏହାକୁ ନେଇ ବିବେକଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ ।
ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୧୧ରେ ରିଲିଜ ହୋଇଥିବା ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମ ମାତ୍ର ୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ବେଳେ ଏହା ୩୦୦ କୋଟି ବ୍ୟବସାୟ କରିଥିଲା । ଦର୍ଶକେ ଏହାକୁ ଖୁବ୍ ପସନ୍ଦ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚା ସୃଷ୍ଟି କଲାଣି ବୈଭବ ସୂର୍ଯ୍ୟବଂଶୀଙ୍କ ‘New Chapter’ ଷ୍ଟୋରୀ, ଏହା ଡେବ୍ୟୁର ଏକ ସଙ୍କେତ ନା ଏକ ନୂଆ ସରପ୍ରାଇଜ? ଜାଣନ୍ତୁ…

ନୂଆଦିଲ୍ଲୀ,୪।୭: ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଭାରତର ପ୍ରତିଭାବାନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କେବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ। ଏହି ଶନିବାର ମାଞ୍ଚେଷ୍ଟରରେ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: ସୁନା-ରୁପା ଅଳଙ୍କାର ଜବତ, ୪ ଡକାୟତଙ୍କୁ ଗିରଫ କରି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ମାସ ହେବ ଚୋରି, ଡକାୟତି ବଢ଼ିଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।…

ମହଙ୍ଗା ମାଡ଼ରୁ ରକ୍ଷା ନାହିଁ; ସାଇତି ରଖନ୍ତୁ ଟମାଟୋ, ପୁଣି ବଢ଼ିଲା ଦର…

ନୂଆଦିଲ୍ଲୀ,୪ା୭: ରୋଷେଇ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଟମାଟୋ ପୁଣି ଥରେ ଲୋକଙ୍କ ବଜେଟ୍ ଉପରେ ପ୍ରଭାବ ପକାଇବା ଆରମ୍ଭ କଲାଣି। ଦେଶର ଅନେକ ରାଜ୍ୟରେ ଏହାର…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରିଷିଡ଼ା,୪ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ହରି ବାରିକଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ…

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ସମସ୍ତ ପଦବୀରୁ ଇସ୍ତଫା ଦେଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

କୋଲକାତା,୪।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଏବଂ ବଙ୍ଗ…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

ବିଧାୟକ ଅଶୋକ ଦାସଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ, ସମସ୍ୟାରେ ଥିବା କହି ମାଗୁଛନ୍ତି ଟଙ୍କା

ଭୁବନେଶ୍ୱର, ୪/୭: କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ନାଁରେ ଏକ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି କିଛି ଅସାମାଜିକ ବ୍ୟକ୍ତି ଟଙ୍କା ମାଗୁଥିବା ଅଭିଯୋଗ ସାମ୍ନାକୁ ଆସିଛି।…

୨୦୦-୫୦୦ ଟଙ୍କିଆ ନୋଟ୍‌କୁ ନେଇ RBIର ବଡ଼ ଆଲର୍ଟ; ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪।୭: ବଜାରରୁ କିଣାକିଣି କରିବା ପରେ ମିଳୁଥିବା ଖୁଚୁରା ପଇସାର ଯାଞ୍ଚ ଆମେ ପ୍ରାୟତଃ ତରତରରେ କରିନଥାଉ। କିନ୍ତୁ ଜାଲ ନୋଟର ବଢୁଥିବା ଚଳନ ମଧ୍ୟରେ ଆପଣଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri