କୁଜଙ୍ଗ ଧୋୟାଞ୍ଚଳର ୩୪ ଗାଁ ଜଳବନ୍ଦୀ

କୁଜଙ୍ଗ,୧୯ା୮(ଡି.ଏନ.ଏ.): ମହାନଦୀରେ ବନ୍ୟା ଯୋଗୁ ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଧୋୟାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୪ ଦିନ ହେବ ଏହି ଅଞ୍ଚଳର ୩୪ ଗଁାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଏଥିଯୋଗୁ ଏଠାରେ ବସବାସ କରୁଥିବା ପ୍ରାୟ ୧୫ ହଜାର ଲୋକ ହନ୍ତସନ୍ତ ହେଉଛନ୍ତି। ପ୍ରାୟ ୫,୫୦୦ ଗୋରୁ ଓ ୧୫୦୦ ଛେଳି, ମେଣ୍ଢା ଖାଦ୍ୟ ପାଉନାହାନ୍ତି। ଗୁରୁବାର ସନ୍ଧ୍ୟାରେ ଜିଲାପାଳ ପାରୁଲ ପଟୱାରୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ବନ୍ୟା ସ୍ଥିତି ଓ ରିଲିଫ ବଣ୍ଟନ ଉପରେ ସମୀକ୍ଷା କରିଛନ୍ତି। ଏହା ପୂର୍ବରୁ ସେ ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ସାଇଲୋ ପଞ୍ଚାୟତ ଗସ୍ତ କରି ବନ୍ୟାଞ୍ଚଳ ବୁଲି ଦେଖିଥିଲେ। ପରେ ଆୟୋଜିତ ସମୀକ୍ଷା ବୈଠକରେ
ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଓ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ବନ୍ୟା ଜଳର ପ୍ରଭାବ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ ବୋଲି ଏବିଡିଓ ଜ୍ଞାନଦା ରାୟ କହିଛନ୍ତି। ବନ୍ୟା ବିପନ୍ନଙ୍କ ପାଇଁ ରିଲିଫ୍‌ ସାମଗ୍ରୀ ଯୋଗାଇ ଦେବାକୁ ବିଡିଓ ସୌମଶ୍ରୀ ପାଣିଗ୍ରାହୀ ପାରାଦୀପର ଇଫ୍‌କୋ ୟୁନିଟ୍‌ର ନିର୍ଦ୍ଦେଶକ କେ.ଜେ. ପଟେଲ ଓ ପିପିଏଲ୍‌ର ଜେନେରାଲ ମ୍ୟାନେଜର ଜଗନ୍ନାଥ ଖୁଣ୍ଟିିଆଙ୍କୁ ଅନୁରୋଧ କରିଥିଲେ। ଏହା ପରେ ଇଫ୍‌କୋ ପକ୍ଷରୁ ୧୫ କୁଇଣ୍ଟାଲ ଚୁଡ଼ା ଓ ଗୁଡ଼ ସହ ୩୦ ପେଟି ବିସ୍କୁଟ, ୫୦୦ ପ୍ୟାକେଟ କ୍ୟାଣ୍ଡେଲ ଓ ଦିଆସିଲି ପ୍ରଦାନ କରାଯାଇଛି। ସେହିପରି ପିପିଏଲ ପକ୍ଷରୁ ୧୫ କୁଇଣ୍ଟାଲ ଚୁଡା, ୩ କୁଇଣ୍ଟାଲ ଗୁଡ଼, ୩୦ପେଟି ବିସ୍କୁଟ ଯୋଗାଇ ଦିଆଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ସେଗୁଡ଼ିକୁ ବଣ୍ଟନ କରାଯାଇଛି। ବୁଧବାର ପ୍ରଶାସନ ପକ୍ଷରୁ ୩୮ କୁଇଣ୍ଟାଲ ଗୋଖାଦ୍ୟ ବଣ୍ଟନ କରାଯାଇଥିବାବେଳେ ଗୁରୁବାର ଆଉ ୨୩ ଟନ ଗୋଖାଦ୍ୟ ଆସି ପହଞ୍ଚତ୍ଛି। କୁଜଙ୍ଗ ତହସିଲ ପକ୍ଷରୁ ଏ ପର୍ଯ୍ୟନ୍ତ ୨,୨୦୧ ଜରିପାଲ ବଣ୍ଟନ କରାଯାଇଥିବାବେଳେ ଆଉ ୨,୨୫୦ ଜରିପାଲ ଆସି ପହଞ୍ଚତ୍ଛି। ଓସ୍‌ଡମା ପକ୍ଷରୁ ୧୬ ଆସ୍କା ଲାଇଟ ଆସିଥିବା ବେଳେ ସେଥିରୁ ଅନେକ ଅଚଳ ଥିବା ଜଣାପଡିଛି। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଭାଜପା ନେତା ସମ୍ପଦ ସ୍ବାଇଁ କର୍ମୀମାନଙ୍କୁ ନେଇ ଉକ୍ତ ଅଞ୍ଚଳରେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ଅପରପକ୍ଷେ ସରପଞ୍ଚ ବନ୍ଦିତା ଦାସ ଓ ନିର୍ବାହୀ ଅଧିକାରୀ ଦୁଃଶାସନ ରାଉତ ଭଣ୍ଡୁଆ ଗଁାର ୬୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri