କୁଜଙ୍ଗ ଧୋୟାଞ୍ଚଳର ୩୪ ଗାଁ ଜଳବନ୍ଦୀ

କୁଜଙ୍ଗ,୧୯ା୮(ଡି.ଏନ.ଏ.): ମହାନଦୀରେ ବନ୍ୟା ଯୋଗୁ ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଧୋୟାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୪ ଦିନ ହେବ ଏହି ଅଞ୍ଚଳର ୩୪ ଗଁାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଏଥିଯୋଗୁ ଏଠାରେ ବସବାସ କରୁଥିବା ପ୍ରାୟ ୧୫ ହଜାର ଲୋକ ହନ୍ତସନ୍ତ ହେଉଛନ୍ତି। ପ୍ରାୟ ୫,୫୦୦ ଗୋରୁ ଓ ୧୫୦୦ ଛେଳି, ମେଣ୍ଢା ଖାଦ୍ୟ ପାଉନାହାନ୍ତି। ଗୁରୁବାର ସନ୍ଧ୍ୟାରେ ଜିଲାପାଳ ପାରୁଲ ପଟୱାରୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ବନ୍ୟା ସ୍ଥିତି ଓ ରିଲିଫ ବଣ୍ଟନ ଉପରେ ସମୀକ୍ଷା କରିଛନ୍ତି। ଏହା ପୂର୍ବରୁ ସେ ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ସାଇଲୋ ପଞ୍ଚାୟତ ଗସ୍ତ କରି ବନ୍ୟାଞ୍ଚଳ ବୁଲି ଦେଖିଥିଲେ। ପରେ ଆୟୋଜିତ ସମୀକ୍ଷା ବୈଠକରେ
ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଓ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ବନ୍ୟା ଜଳର ପ୍ରଭାବ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ ବୋଲି ଏବିଡିଓ ଜ୍ଞାନଦା ରାୟ କହିଛନ୍ତି। ବନ୍ୟା ବିପନ୍ନଙ୍କ ପାଇଁ ରିଲିଫ୍‌ ସାମଗ୍ରୀ ଯୋଗାଇ ଦେବାକୁ ବିଡିଓ ସୌମଶ୍ରୀ ପାଣିଗ୍ରାହୀ ପାରାଦୀପର ଇଫ୍‌କୋ ୟୁନିଟ୍‌ର ନିର୍ଦ୍ଦେଶକ କେ.ଜେ. ପଟେଲ ଓ ପିପିଏଲ୍‌ର ଜେନେରାଲ ମ୍ୟାନେଜର ଜଗନ୍ନାଥ ଖୁଣ୍ଟିିଆଙ୍କୁ ଅନୁରୋଧ କରିଥିଲେ। ଏହା ପରେ ଇଫ୍‌କୋ ପକ୍ଷରୁ ୧୫ କୁଇଣ୍ଟାଲ ଚୁଡ଼ା ଓ ଗୁଡ଼ ସହ ୩୦ ପେଟି ବିସ୍କୁଟ, ୫୦୦ ପ୍ୟାକେଟ କ୍ୟାଣ୍ଡେଲ ଓ ଦିଆସିଲି ପ୍ରଦାନ କରାଯାଇଛି। ସେହିପରି ପିପିଏଲ ପକ୍ଷରୁ ୧୫ କୁଇଣ୍ଟାଲ ଚୁଡା, ୩ କୁଇଣ୍ଟାଲ ଗୁଡ଼, ୩୦ପେଟି ବିସ୍କୁଟ ଯୋଗାଇ ଦିଆଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ସେଗୁଡ଼ିକୁ ବଣ୍ଟନ କରାଯାଇଛି। ବୁଧବାର ପ୍ରଶାସନ ପକ୍ଷରୁ ୩୮ କୁଇଣ୍ଟାଲ ଗୋଖାଦ୍ୟ ବଣ୍ଟନ କରାଯାଇଥିବାବେଳେ ଗୁରୁବାର ଆଉ ୨୩ ଟନ ଗୋଖାଦ୍ୟ ଆସି ପହଞ୍ଚତ୍ଛି। କୁଜଙ୍ଗ ତହସିଲ ପକ୍ଷରୁ ଏ ପର୍ଯ୍ୟନ୍ତ ୨,୨୦୧ ଜରିପାଲ ବଣ୍ଟନ କରାଯାଇଥିବାବେଳେ ଆଉ ୨,୨୫୦ ଜରିପାଲ ଆସି ପହଞ୍ଚତ୍ଛି। ଓସ୍‌ଡମା ପକ୍ଷରୁ ୧୬ ଆସ୍କା ଲାଇଟ ଆସିଥିବା ବେଳେ ସେଥିରୁ ଅନେକ ଅଚଳ ଥିବା ଜଣାପଡିଛି। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଭାଜପା ନେତା ସମ୍ପଦ ସ୍ବାଇଁ କର୍ମୀମାନଙ୍କୁ ନେଇ ଉକ୍ତ ଅଞ୍ଚଳରେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ଅପରପକ୍ଷେ ସରପଞ୍ଚ ବନ୍ଦିତା ଦାସ ଓ ନିର୍ବାହୀ ଅଧିକାରୀ ଦୁଃଶାସନ ରାଉତ ଭଣ୍ଡୁଆ ଗଁାର ୬୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri