Posted inଜାତୀୟ

ଆଉ ଫେରାଇ ହେବନି ପୁରସ୍କାର, ପୂର୍ବରୁ ଦେବାକୁ ପଡିବ ସହମତି…

ନୂଆଦିଲ୍ଲୀ,୨୫।୭ : ସରକାରଙ୍କ କୌଣସି ନିଷ୍ପତ୍ତି କିମ୍ବା ଘଟଣାର ପ୍ରତିବାଦରେ ପୁରସ୍କାର ଫେରାଇବାର ଅନେକ ଘଟଣା ଦେଶରେ ସାମ୍ନାକୁ ଆସିଛି। ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ପୁରସ୍କାର ପ୍ରତ୍ୟାବର୍ତ୍ତନ ମଧ୍ୟ ସରକାରଙ୍କୁ ଅନେକ ଲଜ୍ଜାଜନକ ପରିସ୍ଥିତିରେ ପକାଇଛି। ଏଥି ସହିତ ଏଭଳି ଘଟଣା ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ଏକ ସଂସଦୀୟ କମିଟି ବିଶେଷ ପରାମର୍ଶ ଦେଇଛି। ସଂସଦୀୟ କମିଟି କହିଛି ପୁରସ୍କାର ପାଇବା ପୂର୍ବରୁ ଗ୍ରହଣକାରୀଙ୍କୁ ଏନେଇ ସହମତି ଫର୍ମ ପୂରଣ କରିବାକୁ ସୁପାରିଶ କରିଛନ୍ତି।

ସଂସଦୀୟ କମିଟି ପରାମର୍ଶ ଦେଇଛି ଯେତେବେଳେ ବି ସରକାରଙ୍କ ଦ୍ୱାରା ପୁରସ୍କାର ଦିଆଯିବ, ପ୍ରାପ୍ତକର୍ତ୍ତାଙ୍କ ସମ୍ମତି ନିଆଯାଉ। କମିଟିର ଏହି ପରାମର୍ଶର ଉଦ୍ଦେଶ୍ୟ ରାଜନୈତିକ କାରଣରୁ ପୁରସ୍କାର ଫେରସ୍ତ ନ କରିବା। ପରିବହନ, ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ ସହ ଜଡିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ସଂସଦର ଉଭୟ ଗୃହରେ ଏହାର ରିପୋର୍ଟରେ ଏହା କହିଛନ୍ତି।

ପ୍ୟାନେଲ ଆହୁରି ମଧ୍ୟ ପରାମର୍ଶ ଦେଇଛି ଯଦି ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଏହାକୁ ଫେରସ୍ତ କରନ୍ତି, ତେବେ ଭବିଷ୍ୟତରେ ସେ ଏପରି ପୁରସ୍କାର ପାଇଁ ବିବେଚିତ ହେବେ ନାହିଁ । ଏହା ପୁରସ୍କାରର ବିଶ୍ୱସନୀୟତା ଉପରେ ପ୍ରଭାବ ପକାଉଛି ବୋଲି କମିଟି କହିଛି। ଏଥିରୁ ରକ୍ଷା ପାଇବା ପାଇଁ କମିଟି ସରକାରଙ୍କୁ ଏପରି ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛି ଯେଉଁଥିରେ ପୁରସ୍କାର ପ୍ରଦାନ କରିବା ପୂର୍ବରୁ କଳାକାର, ଲେଖକ ଏବଂ ଅନ୍ୟ ବୁଦ୍ଧିଜୀବୀଙ୍କଠାରୁ ସମ୍ମତି ନିଆଯିବ ସେମାନେ ଭବିଷ୍ୟତରେ ପୁରସ୍କାର ଫେରସ୍ତ କରିବେ ନାହିଁ। ଜାତୀୟ ଏକାଡେମୀ ଏବଂ ଅନ୍ୟାନ୍ୟ ସାଂସ୍କୃତିକ ଅନୁଷ୍ଠାନଗୁଡିକର କାର୍ଯ୍ୟ ଉପରେ ସଂସଦୀୟ କମିଟି ଏହାର ୩୫୧ ରିପୋର୍ଟରେ କହିଛି ପୁରସ୍କାର ଫେରସ୍ତ ଦେଶ ପାଇଁ ଏକ ଅପମାନ।

ଏହି ରିପୋର୍ଟ ଉପରେ ରାଜ୍ୟସଭା ସଚିବାଳୟ ମଧ୍ୟ ଏକ ବିବୃତ୍ତି ଜାରି କରିଛି। ଏଥିରେ କୁହାଯାଇଛି ସାହିତ୍ୟ ଏକାଡେମୀ କିମ୍ବା ଅନ୍ୟାନ୍ୟ ଏକାଡେମୀ ଅଣରାଜନୈତିକ ବୋଲି କମିଟି ଗୁରୁତ୍ୱାରୋପ କରିଛି। ଏଥିରେ ରାଜନୀତି ପାଇଁ କୌଣସି ସ୍ଥାନ ନାହିଁ। ଏପରି ପରିସ୍ଥିତିରେ, ଯେତେବେଳେ ବି କୌଣସି ପୁରସ୍କାର ଦିଆଯିବ, ପ୍ରାପ୍ତକର୍ତ୍ତାଙ୍କ ସମ୍ମତି ନିଆଯିବା ଆବଶ୍ୟକ। ଯାହାଫଳରେ ସେ ଏହାକୁ ରାଜନୈତିକ କାରଣରୁ ଫେରସ୍ତ କରିବେ ନାହିଁ, କାରଣ ଏହା ଦେଶ ପାଇଁ ଅପମାନ।

ସଂସ୍କୃତି ମନ୍ତ୍ରଣାଳୟ ସହିତ ସଂସଦର ଏହି ସ୍ଥାୟୀ କମିଟି ଲୋକସଭାର ୨୧ ଜଣ ସଦସ୍ୟ ଏବଂ ରାଜ୍ୟସଭାର ୧୦ ଜଣ ସଦସ୍ୟଙ୍କୁ ନେଇ ଗଠିତ। ଏହାକୁ ରାଜ୍ୟସଭା ଏମପି ତଥା ବରିଷ୍ଠ ଓ୍ବାଇଏସଆର କଂଗ୍ରେସ ନେତା ଭି ବିଜୟାସାଇ ରେଡ୍ଡୀ ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?