ମଧ୍ୟାହ୍ନଭୋଜନରେ ଆଳୁ ନାହିଁ

ନୟାଗଡ଼,୧୦।୮(ଲୋକନାଥ ମିଶ୍ର): ଆଳୁର ଦରବୃଦ୍ଧି ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଓ ତରକାରୀରୁ ଏହା ଗାଏବ ହୋଇଯାଇଛି। ସେହିପରି ଚାଟ୍‌, ଆଳୁଚପ, ସିଙ୍ଗଡା ପରି ଜଳଖିଆରୁ ମଧ୍ୟ ପରିମାଣ ମଧ୍ୟ ହ୍ରାସ ପାଇଛି। ତରକାରୀ, ଡାଲମା, ଝୋଳ ଓ ଜଳଖିଆରୁ ଆଳୁର ପରିମାଣ ହ୍ରାସ ପରେ ଆଉ ସ୍ବାଦ ରହୁନି।

ଏ ନେଇ ନୟାଗଡ଼ ଘଡୁଆଳର ରବୀନ୍ଦ୍ର କୁମାର ପରିଡା କହିଛନ୍ତି, ଆଳୁ ଦର ବୃଦ୍ଧି ଯୋଗୁ ଅଙ୍ଗନୱାଡି ପକ୍ଷରୁ ଦିଆଯାଉଥିବା ଡାଲମାରେ ଆଳୁ ପଡୁନି। ମଧ୍ୟାହ୍ନଭୋଜନ ତରକାରୀରେ ମଧ୍ୟ ଆଳୁ ହଜିଗଲାଣି। ଜଳଖିଆ ଦୋକାନରେ ସିଙ୍ଗଡା, ଆଳୁଚପ ଓ ଘୁଗୁନିରେ ଆଳୁ ଖୋଜିଲେ ମଳୁନି। ଗାଁ ଗହଳିରେ ଆଳୁ ମଧ୍ୟ ଦୋକାନରେ ମିଳୁନି। ଦଶପଲ୍ଲା ବ୍ଲକ ତିଳାବାଡି ଗାଁର ବାଦଲ ମୁଦୁଲି କହିଛନ୍ତି, ସ୍କୁଲ ମଧ୍ୟାହ୍ନଭୋଜନରେ ଆଳୁ କାଁ ଭାଁ ପଡ଼ିବା ପରେ ତରକାରୀର ସ୍ବାଦ ରହୁନି। ଆଳୁ ଦରବୃଦ୍ଧି ଓ ବଜାରରେ ଆଳୁ ମିଳୁ ନ ଥିବାରୁ ସ୍କୁଲକୁ ଆଳୁ ଆସୁନାହିଁ। ଏଣୁ ଆମକୁ ଅସ୍ବାଦକର ଖାଦ୍ୟ ଖାଇବାକୁ ପଡୁଛି। ନୟାଗଡ଼ ବାଲୁଗାଁର ଲକ୍ଷ୍ମୀପ୍ରୀୟା ପରିଡା କହିଛନ୍ତି, ଆଳୁ ଦର ନ କମିଲେ ଲୋକଙ୍କର ଖାଦ୍ୟ ପଦାର୍ଥର ସ୍ବାଦିଷ୍ଟ ହଜିଯିବ। କିଛିଦିନର ଘଟଣାକୁ ଅନୁଧ୍ୟାନ କଲେ ଜଣାପଡୁଛି ଆଳୁ ଦର ବଢ଼ିବା ପରେ ଆଳୁଚପ, ଚାଟ ପରି ଖାଦ୍ୟ ପଦାର୍ଥରୁ ଆଳୁ ହଜିଗଲାଣି। ଏପରିକି ରୋଷେଇ ଘରେ ମଧ୍ୟ ଆଳୁର ପ୍ରଭାବ ପଡିଛି। ଘର ତରକାରୀରେ ଆଉ ଆଗ ପରି ଆଳୁ ପକାଇ ପାରୁନୁ। ଆଳୁର ଅଭାବ ସମସ୍ତଙ୍କୁ ଭାରି ବାଧୁଛି। ଭାପୁର ବାଇଗୁଣିଆର ଦିପ୍ତୀ ରଞ୍ଜନ ରଥ ନାମକ ଜଣେ ବ୍ୟବସାୟୀ କହିଛନ୍ତି, ଆଳୁ ଦର ସିନା ବଢ଼ିଗଲା, ହେଲେ ଆଳୁ ବ୍ୟବହୃତ ହୋଇ କରାଯାଉଥିବା ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ହୋଇନି। ଏଣୁ ବ୍ୟବସାୟୀମାନେ ଆଳୁଚପ, ସିଙ୍ଗଡା, ଚାଟ ପରି ଜଳଖିଆରୁ ଆଳୁ କମାଇବାକୁ ବାଧ୍ୟ ହୋଇଛନ୍ତି। ଜଳଖିଆରେ ପୂର୍ବପରି ଆଳୁ ଭାଗ ରଖିଲେ କ୍ଷତିକୁ ଏଡାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଳୁର ପରିମାଣ ହ୍ରାସ ପାଇବା ପରେ ଜଳଖିଆର ସ୍ବାଦ କମିଥିଲେ ମଧ୍ୟ କିଛି କରିବାର ନାହିଁ ବୋଲି କହିଥିଲେ। ଜଣେ ଶିକ୍ଷକ ନାଁ ଗୋପନ ରଖି କହିଛନ୍ତି, ଆଳୁ କେଜି ୬୦ ଟଙ୍କା ହୋଇଥିବାବେଳେ ବାଇଗଣର କିଲୋ ୮୦ରୁ ୧୦୦ ଟଙ୍କା ହୋଇଛି। ପୁଣି ଅନ୍ୟ ପରିବାରେ ମଧ୍ୟ ହାତ ମାରି ହେଉନି। ପୂର୍ବରୁ ମଧ୍ୟାହ୍ନଭୋଜନ ତରକାରୀରେ ଅଧିକ ଆଳୁ ପଡୁଥିଲା। ଏବେ ଆଳୁ ପରିମାଣ କମି ଯାଇଥିବାବେଳେ ଅନ୍ୟ ପନି ପରିବା ମଧ୍ୟ ପକାଇ ହେଉନି। ଏଣୁ ତରକାରୀ ଓ ଝୋଳ ପାଣିଆ ହୋଇଯାଉଛି। ଆମର ଇଚ୍ଛା ନ ଥିଲେ ବି ବାଧ୍ୟ ହୋଇ କରିବାକୁ ପଡୁଛି। ଜଣେ ଅଙ୍ଗନୱାଡି କର୍ମୀ କହିଛନ୍ତି, ଆଳୁ ଓ ଅନ୍ୟ ପରିବା ଦର ବଢ଼ିବା ପରେ ଆମ ପାଖରେ ବିକଳ୍ପ ନାହିଁ। ଆଳୁ ଓ ଅନ୍ୟ ପରିବା ପରିମାଣ ନ କମାଇଲେ କେତେଦିନ ହାତରୁ ଦେବୁ। ଏଣୁ ବାଧ୍ୟ ହୋଇ ଆମକୁ ଆଳୁ ଓ ଅନ୍ୟ ପନିପରିବା କମାଉଛୁ। ଦରବୃଦ୍ଧିକୁ ଦେଖି ଆମକୁ କିଛି ସ୍ଥାନରେ ଲୋକଙ୍କ ସହଯୋଗ ମିଳୁଛି ବୋଲି କହିଥିଲେ। ନୂଆଗାଁର ଛାତ୍ର ସୌଭାଗ୍ୟ କୁମାର ସ୍ବାଇଁ କହିଛନ୍ତି, ଗୁପଚୁପରେ ଓ ଚାଟରେ ଆଳୁ ନ ଥିବାରୁ ଭଲ ଲାଗୁନି। ଦୋକାନରେ ଜଳଖିଆ ଖାଇଲେ ପେଟ ପୁରୁନି। ଆଳୁର ପରିମାଣ କମିବାରୁ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ଖାଦ୍ୟର ସ୍ବାଦିଷ୍ଟ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?