ଗଞ୍ଜନା ନ ପାଉ ଗଞ୍ଜେଇ

ଡ. ଗୌରୀଶଙ୍କର ସାହୁ

 

 

ଭଗବାନ୍‌ ବୁଦ୍ଧଙ୍କ ଚିକିତ୍ସକ ବୈଦ୍ୟରାଜ ଜୀବକ ପ୍ରାଚୀନ ଗୁରୁକୁଳ ତକ୍ଷଶିଳାରେ ସାତବର୍ଷ ଧରି ଆୟୁର୍ବେଦ ଶିକ୍ଷାଲାଭ କରିବା ପରେ ଗୁରୁ ତାଙ୍କୁ ଓ ତାଙ୍କ ସହପାଠୀଙ୍କୁ ଅନ୍ତିମ ଜ୍ଞାନପରୀକ୍ଷା ମୁହୂର୍ତ୍ତରେ ନିର୍ଦ୍ଦେଶ ଦେଲେ, ”ଯାଅ, ଯେଉଁ ଉଦ୍ଭିଦର କୌଣସି ଔଷଧୀୟ ଗୁଣ ନ ଥିବ, ତାହା ମୋତେ ଆଣି ସମର୍ପଣ କର।“ ଜଣେ ଜଣେ କରି ସହପାଠୀ କିଛି କିଛି ଗୁଳ୍ମ, ଗଛ ନେଇ ଆସିଲେ ଓ ଗୁରୁଙ୍କୁ ଦେଲେ। ବହୁଦିନ ପରେ ଶେଷରେ ଫେରିଲେ ଜୀବକ। କହିଲେ, ” ଗୁରୁଦେବ, ମୁଁ କ୍ଷମା ପ୍ରାର୍ଥୀ। ମୁଁ ସତତ ପ୍ରୟାସ ସତ୍ତ୍ୱେ ଏପରି ଏକ ଉଦ୍ଭିଦ ପାଇଲି ନାହିଁ, ଯାହାର କୌଣସି ଔଷଧୀୟ ଗୁଣ ନାହିଁ। ଗୁରୁ ଉତ୍ତରଦେଲେ, ”ବତ୍ସ ତୁମର ଶିକ୍ଷା ସମାପ୍ତ ହୋଇଛି। ତୁମେ ଯଶସ୍ବୀ ହୁଅ।“
କହିବା ବାହୁଲ୍ୟ, ସଂସାରରେ ଏମିତି କୌଣସି ଗୁଳ୍ମ, ଲତା ବା ଗଛ ନାହିଁ, ଯାହାର କୌଣସି ଗୋଟିଏ ଅଂଶ ସେ ପତ୍ର ହେଉ କି ଫୁଲ ହେଉ, କି ଚେର କିମ୍ବା ବକଳ; ଯାହାର ଔଷଧୀୟ ଗୁଣ ନାହିଁ। ଅଜ୍ଞାନ ଅମୃତକୁ ବି ଅଦରକାରୀ ସଜାଇଦିଏ। ଏବେ ଯେମିତି ଗଞ୍ଜେଇକୁ ନେଇ ବିବାଦ। ହିମାଳୟ ଅଞ୍ଚଳରେ ଉଚ୍ଚମାନର ଗଞ୍ଜେଇ ଗଛ ମନକୁ ମନ ବଢ଼ିଥାଏ। ରେଢ଼ାଖୋଲର ପାହାଡ଼ୀ ଜଙ୍ଗଲରେ ମୁଁ ଦେଖିଛି କନକନିଆ ଗଞ୍ଜେଇ ବୁଦା। ତେବେ ଗଞ୍ଜେଇ ଭାରତକୁ ପ୍ରକୃତିର ଆଶୀର୍ବାଦ ନା ଅଭିଶାପ ଆଜିର ଆଲୋଚ୍ୟ ପ୍ରସଙ୍ଗ।
ଗଞ୍ଜେଇ ମଞ୍ଜିର ପ୍ରାୟ ୨୫ ପ୍ରତିଶତ ଉଚ୍ଚ ପୋଷକଯୁକ୍ତ ପୁଷ୍ଟିସାର, ପ୍ରାୟ ୩୫ ପ୍ରତିଶତ ଶ୍ୱେତସାର, ୩୫ ପ୍ରତିଶତ ସ୍ନେହସାର ଜାତୀୟ ତୈଳ ଓ ବାକି ମହାର୍ଘ୍ୟ ଜୀବସାର ଓ ଖଣିଜ ଲବଣରେ ପୁଷ୍ଟ। ଗଞ୍ଜେଇରୁ ଚା ଓ ତେଲ ପ୍ରସ୍ତୁତ ହୁଏ, ଯାହା ଆମ ଖାଦ୍ୟ ଅଭ୍ୟାସର ଅଂଶବିଶେଷ। ମହାଦେବଙ୍କ ପାଖରେ ଗଞ୍ଜେଇ ଲାଗି ହୁଏ। ପଣା ସଂକ୍ରାନ୍ତିରେ ବଟା ଭାଙ୍ଗ, ପଣାରେ ଗୋଳାଇ ପିଇବା ଆମ ସଂସ୍କୃତି। କିନ୍ତୁ ଏକ ଅଭିଯୋଗ ଆଳରେ ରାଜ୍ୟ ସରକାର ଶୈବପୀଠରେ ଗଞ୍ଜେଇ ଲାଗିକୁ ନିଷିଦ୍ଧ କରିଛନ୍ତି। ଏହାକୁ ନେଇ ସ୍ତବ୍ଧ ଓ ନିଃଶବ୍ଦ ଓଡ଼ିଆ ଜନଗଣ!
ଓଡ଼ିଶାରେ ଗଞ୍ଜେଇ ଚାଷ ନିଷେଧ ଓ ବେଆଇନ। ଯଦିଓ ପରମ୍ପରାକୁ ପାଥେୟ କରି ଫ୍ରାନ୍ସ, ନେଦରଲାଣ୍ଡ, ଜର୍ମାନୀ, ସ୍ପେନ, ପୋଲାଣ୍ଡ, ଇଟାଲୀ, ଅଷ୍ଟ୍ରେଲିଆ, ଯୁକ୍ତରାଷ୍ଟ୍ର ଆମେରିକା, ମଧ୍ୟପ୍ରାଚ୍ୟର ଅନେକ ଦେଶ ବ୍ୟବସାୟିକ ଗଞ୍ଜେଇ ଚାଷକୁ ଆଇନଗତ ସ୍ବୀକୃତି ଦେଇଛନ୍ତି! ଯଦି ଆମେ ବିଶ୍ୱର ସମ୍ଭ୍ରାନ୍ତ ଜର୍ନାଲ୍‌ ‘ଫୁଡ୍‌’ରେ ୨୦୨୨ ସାଲ୍‌ର ଦ୍ୱାଦଶ ଅଙ୍ଗରେ ପ୍ରକାଶିତ ମେହବୁବା ଇସ୍‌ଲାମ୍‌ ଓ ସାଥୀମାନଙ୍କ ଗବେଷଣା ନିବନ୍ଧକୁ ବିଚାରକୁ ନେବା, ୟୁରୋପୀୟ ଦେଶଗୁଡ଼ିକରେ ବ୍ୟବସାୟିକ ଗଞ୍ଜେଇ ଚାଷକୁ ସ୍ବୀକୃତି ମିଳିବା ପରେ ୟୁରୋପୀୟ ଦେଶଗୁଡ଼ିକରେ ଗଞ୍ଜେଇ ଉପତ୍ାଦନ ହାରାହାରି ୬୧୪ ପ୍ରତିଶତ ବୃଦ୍ଧି ପାଇଛି। ସମଗ୍ର ୟୁରୋପରେ ପ୍ରାୟ ୫୦,୦୮୧ ହେକ୍ଟର ଜମିରେ ଗଞ୍ଜେଇ ଚାଷ ହେଉଛି ଓ ୟୁରୋପୀୟ ସଂଘ ଗଞ୍ଜେଇ ଚାଷପାଇଁ ସବ୍‌ସିଡି ମଧ୍ୟ ଦେଉଛି। ପୋଲାଣ୍ଡରେ ୨୦୧୭ ରେ ସର୍ବାଧିକ ୭୦୦୦ ହେକ୍ଟର ଜମିରେ ଗଞ୍ଜେଇ ଚାଷ ହେଉଥିଲା। ହେଲେ ଆମର ଏଠି ପ୍ରାକୃତିକ ଉପାୟରେ କଅଁଳୁଥିବା ଗଞ୍ଜେଇକୁ ଜାଳିପୋଡ଼ି ପାଉଁଶ କରିଦେବା ପାଇଁ ପୋଲିସ ଓ ମାଜିଷ୍ଟ୍ରେଟ୍‌ମାନଙ୍କୁ କାମରେ ଲଗାଇ ଦେଇଛନ୍ତି ସରକାର।
୨୦୨୨ରେ ପ୍ରକାଶିତ ‘ଫୁଡ୍‌’ ଜର୍ନାଲର ଏକାଦଶ ଅଙ୍କରେ ସ୍ପେନୀୟ ଗବେଷକ କାରମେନ୍‌ କ୍ଲାରୋ-କାଲାଙ୍କ ନିବନ୍ଧ ମୁତାବକ ଗଞ୍ଜେଇ ମଞ୍ଜିରୁ ପ୍ରସ୍ତୁତ ତେଲ ଏକ ବିଶେଷ ଏକକୋଷୀୟ ରକ୍ତକଣିକାଜନିତ ସ୍ନାୟବିକ ପ୍ରଦାହ ନିରୋଧ ପୂର୍ବକ ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ଇଟାଲୀସ୍ଥିତ ମେସିନା ବିଶ୍ୱବିଦ୍ୟାଳୟର ଗବେଷକ ଆଣ୍ଟୋନେଲା ସ୍ମେରିଗ୍ଲିଓ ଓ ସାଥୀମାନଙ୍କ ‘ଫିଟୋଟେରାପିଆ’ ଜର୍ନାଲର ୧୨୭ତମ ଅଙ୍କ ୨୦୧୮ରେ ପ୍ରକାଶିତ ନିବନ୍ଧରେ କର୍କଟ, ମଧୁମେହ ଓ ଶରୀର ଜଳାପୋଡ଼ା ହେବା ରୋଗର ଗଞ୍ଜେଇରୁ ପ୍ରସ୍ତୁତ ଔଷଧ ଅପ୍ରତ୍ୟାଶିତ ଫଳ ପ୍ରଦାନ କରିଥିବାର ପ୍ରମାଣ ଉପଲବ୍ଧ। ପୋଲାଣ୍ଡସ୍ଥିତ ରୋକ୍ଲୋ ପରିବେଶ ଓ ପ୍ରାଣୀ ବିଶ୍ୱବିଦ୍ୟାଳୟର ଗବେଷକ ସେପିଦେହ ଫାଲାହି ଓ ସାଥୀମାନଙ୍କ ଗବେଷଣାତ୍ମକ ନିବନ୍ଧ, ଯାହା ବିଶ୍ୱର ସମ୍ଭ୍ରାନ୍ତ ଜର୍ନାଲ୍‌ ‘ଆନିମଲ୍‌ସ’ର ଦ୍ୱାଦଶ ଅଙ୍କ ୨୦୨୨ରେ ପ୍ରକାଶିତ ହୋଇଛି, ତାହା ପ୍ରମାଣିତ କରୁଛି କିପରି ଗଞ୍ଜେଇ ତେଲର ଉପତ୍ାଦ ଅପସ୍ମାର, ଅରୁଚି, ବମନ, ଆତୁରତା, ଅନିଦ୍ରା ରୋଗପାଇଁ ମହୌଷଧି ଭାବେ କାମ କରୁଛି। ବିଶ୍ୱର ଅନ୍ୟତମ ସମ୍ଭ୍ରାନ୍ତ ଜର୍ନାଲ୍‌ ‘ମୋଲେକୁଲ୍‌ସ’ର ୨୫ତମ ଅଙ୍କରେ ୨୦୨୦ରେ ବସନ୍ତ ରୂପସିଂଘେ ଓ ସାଥୀମାନଙ୍କ ଦ୍ୱାରା ପ୍ରକାଶିତ ନିବନ୍ଧ ମୁତାବକ ‘ଟୋକୋଫେରୋଲ୍‌ସ’ର ଉପସ୍ଥିତି ଯୋଗୁ ଗଞ୍ଜେଇ ମଞ୍ଜିରୁ ପ୍ରସ୍ତୁତ ବିଶେଷ ତେଲ ବିଇଞ୍ଚତ୍ ଆଦି ଅନେକ ଚର୍ମରୋଗର ନିଦାନ ଭାବେ ବ୍ୟବହୃତ ହୁଏ। ପଶୁପକ୍ଷୀମାନେ ମଧ୍ୟ ଗଞ୍ଜେଇ ଓ ଏହାର ଉପତ୍ାଦ ଯୋଗୁ ବିଶେଷ ଭାବେ ଲାଭବାନ୍‌ ହୋଇଥା’ନ୍ତି। ସ୍ପେନୀୟ ଗବେଷକ କାଷ୍ଟିଲୋ ୨୦୧୦ରେ ପ୍ରମାଣିତ କରିଛନ୍ତି କିପରି ଗଞ୍ଜେଇର ଉପତ୍ାଦ ମୂଷାମାନଙ୍କ ମସ୍ତିଷ୍କ କ୍ଷତ ନିଦାନ ପାଇଁ ସଫଳ ମହୌଷଧି। କାର୍ଲସନ୍‌ ପ୍ରମାଣିତ କରିଛନ୍ତି, କିପରି ଗୋଖାଦ୍ୟରେ ଦୈନିକ ୧୪୩ଗ୍ରା./କେଜି ଗଞ୍ଜେଇ ମଞ୍ଜି ପିଠା ଦେବାଦ୍ୱାରା ଗୋବଂଶ ଅଧିକ ଦୁଗ୍ଧ ପ୍ରଦାନ କରିଛନ୍ତି। ଗବେଷକ କଜମାଙ୍କ ଗବେଷଣା ପ୍ରମାଣିତ କରେ ଯେ, ଗଞ୍ଜେଇ ମଞ୍ଜି ପିଠା ଛେଳିକୁ ଖାଦ୍ୟ ସହିତ ଦେଲେ ଯଦିଓ ଏହାର କ୍ଷୀରଦେବା କ୍ଷମତା ବଢ଼ି ନ ଥାଏ, କିନ୍ତୁ କ୍ଷୀରରେ ସ୍ନେହସାର ମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଥାଏ। ଅଗଷ୍ଟ ୨୦୨୦ରେ ରୂପସିଂଘେଙ୍କ ‘ମୋଲେକୁଲ୍‌ସ’ରେ ପ୍ରକାଶିତ ନିବନ୍ଧ ମୁତାବକ ଗଞ୍ଜେଇ ଗଛର ବିଭିନ୍ନ ଅଂଶରୁ ପ୍ରାୟ ୨୫ ହଜାର ପ୍ରକାରର ବିଭିନ୍ନ ଉପଯୋଗୀ ପଦାର୍ଥ ଯେପରିକି ତନ୍ତୁ, ବିଶେଷ ତେଲ, ପ୍ରସାଧନ ସାମଗ୍ରୀ, ଖାଦ୍ୟ ପରିପୂରକ ପୋଷକ ଓ ଔଷଧ ପ୍ରସ୍ତୁତ ହେଉଛି। ଏହା ବସ୍ତ୍ର ଉଦ୍ୟୋଗ, କାଗଜ ଶିଳ୍ପ, ଶବ୍ଦ ବିଜ୍ଞାନ, ତାପ ଅପରିବାହୀ ପଦାର୍ଥ, ବୀଜାଣୁମାରକ ଡିଟରଜେଣ୍ଟ, ଜୈବ ପାଚକ ପ୍ଲାଷ୍ଟିକ ପ୍ରଭୃତି ବ୍ୟାପକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଏହି କିଛି ବର୍ଷ ମଧ୍ୟରେ, ଫାଲାହିଙ୍କ ଦ୍ୱାରା ‘ଆନିମଲ୍‌ସ’ ଜର୍ନାଲ୍‌ରେ ଅଗଷ୍ଟ ୨୦୨୨ରେ ପ୍ରକାଶିତ ନିବନ୍ଧ ମୁତାବକ।
ତେଣୁ ଆମର ଯାହା ଧାରଣା ଅଛି କାମେଶ୍ୱର ମୋଦକ, ମଦନାନନ୍ଦ ମୋଦକ, ଶୁକ୍ର ସଞ୍ଜୀବନୀ ମୋଦକ, ସ୍ତ୍ରୀ ଦର୍ପ ଗଜକେଶ୍ୱରୀ ମୋଦକ, ପୂର୍ଣ୍ଣଚନ୍ଦ୍ରୋଦୟ ମୋଦକ, ଶତାବରୀ ମୋଦକ, ଲକ୍ଷ୍ମୀବିଳାସ ଆଦି କିଛି ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତିରେ ଗଞ୍ଜେଇ କଲି ବ୍ୟବହୃତ ହୁଏ ତାହା ଅର୍ଦ୍ଧ ସତ୍ୟ। ଏଲୋପାଥିକ ଔଷଧରେ ଗଞ୍ଜେଇର ବ୍ୟବହାର ବ୍ୟାପକ। ଜୀବନରୂପୀ ଜଳ ପାଇଁ ତ କୁହାଯାଏ, ”ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ“। ତେବେ ଗଞ୍ଜେଇ ସେବନରେ ଚୁର୍‌ ହୋଇ ଯଦି କିଛି ଲୋକ ନିଶାସକ୍ତ ହେଉଛନ୍ତି (ଯଦିଓ ସେମାନେ କିଛି ଅସାମାଜିକ କାମ ଓ ସାଧାରଣରେ ଉପତ୍ାତ କରିବାର ବିଶେଷ ଉଦାହରଣ ନାହିଁ), ତେବେ କ’ଣ ଆମେ ଗଞ୍ଜେଇ ପରି ଏକ ଅତି ଦରକାରୀ ଓ ଲାଭଜନକ ଗଛକୁ ସମୂଳେ ଧ୍ୱଂସ କରିଦେବା? ମହାଦେବଙ୍କ ପ୍ରିୟ ପଦାର୍ଥକୁ ଦେବାଳୟରେ ନିଷେଧ କରିବା କେବଳ ଯେ ଧର୍ମଦ୍ରୋହୀ କାର୍ଯ୍ୟ ତାହା ନୁହେଁ, ବରଂ ଏହାକୁ ସ୍ବତଃ ବଢ଼ିବାକୁ ନଦେବା ଅଥବା ସରକାରୀ କଳ ଲଗାଇ ନଷ୍ଟ କରିବା ଦେଶ ଓ ଦଶର ଅର୍ଥନୀତି ଓ ସମାଜ ବ୍ୟବସ୍ଥାକୁ ବିପନ୍ନ କରିବ ଯାହା। ପୁନର୍ବିଚାର ଆଜି ସମୟର ଆବଶ୍ୟକତା।
ପ୍ରାଧ୍ୟାପକ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ,
ହିମାଚଳ ପ୍ରଦେଶ
ମୋ: ୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri