ପରିବର୍ତ୍ତନକୁ ବିରୋଧ

ଆକାର ପଟେଲ

 

ଭାରତର ସଂସଦରେ ଉତ୍ତମ ମାନର ବିତର୍କ ଦେଖିବାକୁ ମିଳେନାହିଁ। ଏଠାରେ ଗୁରୁତ୍ୱପୂର୍ଣ୍ଣ ଆଇନ ସମ୍ପର୍କିତ ଆଲୋଚନାରେ ସମୟ ଅଭାବ ରହୁଛି ଓ ବକ୍ତବ୍ୟର ଅଧିକାଂଶ ଭାଗରେ କୌଣସି ଅର୍ଥ ରହୁନାହିଁ। ଏହାବ୍ୟତୀତ ଅରାଜକତା ଓ ଅବ୍ୟବସ୍ଥା, ଘୋଡ଼ା ବେପାର ଏବଂ ବିରୋଧୀ ଓ ସଂଖ୍ୟାଲଘୁଙ୍କ ମତକୁ ଅଣଦେଖା କରିବା ଭଳି ସମସ୍ୟା ସଂସଦରେ ଦେଖିବାକୁ ମିଳୁଛି। ଏବେ ନୂତନ ଭାବେ ନିର୍ମିତ ସଂସଦ ଭବନ ଏହିସବୁ ସମସ୍ୟାର ସମାଧାନ କରିପାରିବ ନାହିଁ। ଏହା ଆଶା କରିବା ବି ବୃଥା। ବନ୍ଦେ ଭାରତ ଟ୍ରେନ୍‌ ଯେଉଁ ସବୁ ସମସ୍ୟା ସମାଧାନ କରିବ ବୋଲି ଯେଭଳି କୁହାଯାଉଛି ବାସ୍ତବରେ ସେସବୁ ସମସ୍ୟା ନାହିଁ। କୁହାଯାଇପାରେ ଯେ, ଏକ ନୂଆ ପରମ୍ପରା ଆରମ୍ଭ କରିବା ପଛରେ ରହିଛି ସ୍ବଚ୍ଛତା କିମ୍ବା ଲକ୍ଷ୍ୟର ଅଭାବ ଏବଂ ନିଜକୁ ପରମ୍ପରାବାଦ (ପରିବର୍ତ୍ତନ ବିରୋଧୀ) ରୂପେ ପ୍ରସ୍ତୁତ କରିବା। ଆସନ୍ତୁ ଦେଖିବା ପରିବର୍ତ୍ତନ କିମ୍ବା ନୂତନତ୍ୱକୁ ବିିରୋଧ କରିବା ସହ ପରମ୍ପରାଗତ ମୂଲ୍ୟ ଓ ସିଦ୍ଧାନ୍ତଗୁଡ଼ିକ ପ୍ରତି କାହିଁକି ରୂଢ଼ିବାଦ ପ୍ରତିବଦ୍ଧ ବୋଲି କୁହାଯାଏ। ପରମ୍ପରାବାଦ ମୂଲ୍ୟ ସବୁ କ’ଣ? ଯେଉଁମାନେ ରୂଢ଼ିବାଦୀ ସେମାନେ ଦୀର୍ଘଦିନରୁ ପ୍ରତିଷ୍ଠିତ ଓ ରୂଢ଼ିଗତ। ବ୍ରିଟେନ୍‌ର ସଂସଦ ୯୦୦ ବର୍ଷର ପୁରୁଣା। ହେନେରି ତୃତୀୟଙ୍କ ଶାସନ କାଳରେ ୧୨୬୩ରେ ଅଗ୍ନିକାଣ୍ଡରେ ଏହି ବିଲ୍ଡିଂର ଅନେକ ଭାଗ ନଷ୍ଟ ହୋଇଯାଇଥିଲା। ଏହା ବ୍ୟତୀତ ୧୨୯୮, ୧୫୧୨ ଏବଂ ୧୮୩୪ରେ ବି ପୁନର୍ବାର ଅଗ୍ନିକାଣ୍ଡ ଘଟିଥିଲା। ପ୍ରତ୍ୟେକ ଥର ବିଲ୍ଡିଂର ଯେତିକି ଅଂଶ ନଷ୍ଟ ହୋଇଥିଲା ତାହାକୁ ମରାମତି କରାଯାଇଥିଲା। ଏହା ହିଁ ହେଉଛି ପରମ୍ପରାବାଦ ଏବଂ ରୂଢ଼ିବାଦ। ଆପଣ ଯଦି ବ୍ରିଟେନ୍‌ର ସଂସଦୀୟ ବିତର୍କକୁ ଲକ୍ଷ୍ୟ କରିବେ ତେବେ ସେଠାରେ ଦୃଢ଼ ଓପଚାରିକତା ଏବଂ ପ୍ରୋଟୋକଲ ଉପରେ ଜୋର୍‌ ଦିଆଯାଉଥିବା ଦେଖିବାକୁ ପାଇବେ। ଏସବୁ ପାଳନ କରିବା ସଦସ୍ୟମାନଙ୍କର ଶୃଙ୍ଖଳା ଯୋଗୁ ସମ୍ଭବ। ଉଭୟ ଦଳ ଏସବୁ ବିଷୟରେ ପରମ୍ପରାବାଦକୁ ଗ୍ରହଣ କରିଥିବାରୁ ଏହା ହୋଇପାରୁଛି। ଭାରତର ସଂସଦ ଭବନ ୧୯୨୭ରେ ଖୋଲାଯାଇଥିଲେ ବି କିଛି ନୂଆ ବିଷୟ ଗ୍ରହଣ କରିନାହିଁ। କିନ୍ତୁ କାହିଁକି ନୂଆ ବିଲ୍ଡିଂର ଆବଶ୍ୟକତା ପଡ଼ିଲା ତାହା ଜଣାପଡ଼ୁନାହିଁ। ଏହାର ଶୁଭାରମ୍ଭ ଧର୍ମୀୟ କର୍ମକାଣ୍ଡରେ ହେବାକୁ ଯାଉଛି। ଏହା ପରମ୍ପରାଗତ ବିଶ୍ୱାସର ଏକ ସଙ୍କେତ। କିନ୍ତୁ ପୂର୍ବରୁ ନିର୍ମିତ ବିଲ୍ଡିଂରେ ଅଧିକ ପରମ୍ପରାବାଦ ସିଦ୍ଧାନ୍ତର ସ୍ଥାନ ନ ଥିଲା।
ସିଦ୍ଧାନ୍ତଗୁଡ଼ିକରେ ବିଚାରଧାରା ନିହିତ ହେବା ଦରକାର। ରୂଢ଼ିବାଦ ଉପରେ ଗୁରୁତ୍ୱ ହିଁ ତା’କାର୍ଯ୍ୟ ସ୍ତରରୁ ଜଣାପଡ଼େ। ଏହା ତତ୍କାଳୀକ ଲାଭର ଊର୍ଦ୍ଧ୍ୱରେ ପରମ୍ପରା ଓ ମୂଲ୍ୟବୋଧଗୁଡ଼ିକୁ ରଖେ। ପରମ୍ପରାବାଦ ଶାସକର ସଂଯମ ହସ୍ତ ଭାବେ କାର୍ଯ୍ୟ କରେ। ଏହା କହେ ଧୀରେ ଚାଲ, ଯାହା କାର୍ଯ୍ୟ କରୁଛ ସେଥିରେ ବିଭ୍ରାଟ କର ନାହିଁ, ଯାହା ପୂର୍ବରୁ ଉତ୍ତରାଧୀକାର ସୂତ୍ରରେ ପାଇଛ ତାହାକୁ ସମ୍ମାନ କର ଏବଂ କାହିଁକି ଏହି କାର୍ଯ୍ୟ କରୁଛ ତାହା ବୁଝିବାକୁ ଚେଷ୍ଟା କର। ପରମ୍ପରାବାଦ କହେ, ସବୁଥିରେ ସୀମା ଅଛି ଏବଂ ସ୍ବୟଂ ଏହି ସବୁ ସୀମାକୁ ପାଳନ କରିବା ସହ ସେସବୁକୁ ସମ୍ମାନ କର। ବହୁ ସମୟରେ ପରମ୍ପରାବାଦୀମାନେ ନୂତନତ୍ୱ କିମ୍ବା ଆବିଷ୍କାର ପରିବର୍ତ୍ତେ ସମ୍ମେଳନ ଓ ଦୃଷ୍ଟାନ୍ତ ଦ୍ୱାରା ସଂସ୍ଥାଗୁଡ଼ିକର ବ୍ୟବସ୍ଥାରେ ଥିବା ଅଲିଖିତ ନିୟମଗୁଡ଼ିକ ପାଳନ କରନ୍ତି। ଏଠାରେ ଏହା ଦୋହରାଇବା ଆବଶ୍ୟକ ଯେ, ବିଶେଷକରି ଯେଉଁଠି ବ୍ୟବସ୍ଥାଗୁଡ଼ିକ ମଧ୍ୟରେ ଉତ୍ତେଜନା ଥାଏ ସେଠାରେ ଏଭଳି ସ୍ଥିତି ଦେଖାଯାଏ। ଉଗ୍ର ସୁଧାରବାଦୀମାନେ ଏସବୁ ଜାଣନ୍ତି ଏବଂ ସେମାନେ ପରମ୍ପରାବାଦ ଓ ରୂଢ଼ିବାଦକୁ ଖାତିର କରନ୍ତି ନାହିଁ। ଏବେ ଭାରତୀୟ ମୁଦ୍ରାରେ ଦେଖାଯାଇଥିବା ଅନିଶ୍ଚିତତା ରୂଢ଼ିବାଦ ଓ ପରମ୍ପରାବାଦର କାର୍ଯ୍ୟ ନୁହେଁ, ବରଂ ଏହା ହେଉଛି ଉଗ୍ର ସୁଧାରବାଦ। ଏଭଳି କାର୍ଯ୍ୟରୁ ଗୋଟିଏ ବିମୁଦ୍ରୀକରଣ ୨୦୧୬ରେ କରାଯାଇଥିଲା। ଏହି ପ୍ରକାର କାର୍ଯ୍ୟର ପରୀକ୍ଷଣ ବ୍ରିଟେନ୍‌ କିମ୍ବା ଆମେରିକା ଭଳି ପାରମ୍ପରିକ ସରକାରରେ ଦେଖିବାକୁ ମିଳେନାହିଁ। ଏହି ଦେଶଗୁଡ଼ିକରେ ଉଚ୍ଚମୂଲ୍ୟ ବର୍ଗର ବିଲ୍‌ ରଖୁଥିବା ଲୋକଙ୍କର ଆମତ୍ବିଶ୍ୱାସ ରହିଛି ଯେ ସେମାନଙ୍କ ଅର୍ଥ ଆଜି, ଆସନ୍ତା କାଲି ଏବଂ ଭବିଷ୍ୟତରେ ବି ଗ୍ରହଣୀୟ ହେବ। ଆମେରିକାରେ ଡଲାରକୁ କିମ୍ବା ବ୍ରିଟେନ୍‌ରେ ପାଉଣ୍ଡକୁ ଦୋକାନୀ ମନା କରିପାରିବେ ନାହିଁ।
ପରମ୍ପରାବାଦକୁ ସମ୍ବିଧାନ ଓ ଏହାର ମୂଲ୍ୟ ଯାଏ ବିସ୍ତାରିତ କରିବାକୁ ହେବ। ଯଦି ଏହା ବହୁଳବାଦ ଓ ସ୍ବାଧୀନତାକୁ ସମର୍ଥନ କରେ ତେବେ ପରମ୍ପରାବାଦୀମାନେ ଏହା ଉପରେ ଗୁରୁତ୍ୱ ଦେବା ଦରକାର। ଯଦି ଏହା ମୌଳିକ ଅଧିକାରଗୁଡ଼ିକୁ ଧରି ରଖେ ତେବେ ଏହାର ମୂଲ୍ୟକୁ ବାରମ୍ବାର ଦୋହରାଇବା ଆବଶ୍ୟକ। ସାମ୍ବିଧାନିକ ଗଣତନ୍ତ୍ରଗୁଡ଼ିକରେ ବିରୋଧୀ ଦଳ ବୈଧ ହେବା ସହ ବିଧାନମଣ୍ଡଳର ଅଂଶ। ସେମାନଙ୍କୁ ଶତ୍ରୁଭାବେ ଦେଖିବା ଏବଂ ସେମାନଙ୍କୁ ଦୋଷ ଦେଇ ଓ ବାହାର କରି ନିଜେ ରକ୍ଷାପାଇବାକୁ ଚେଷ୍ଟା କରିବା ଜଣେ ପରମ୍ପରାବାଦୀଙ୍କ କାମ ନୁହେଁ। କାରଣ ଏହା ଗଣତାନ୍ତ୍ରିକ ନୁହେଁ। ପରମ୍ପରାବାଦୀ ଆଇନ ଅନୁଯାୟୀ ସତର୍କତାର ସହ ଚାଲିବା ଦରକାର ଯାହା ପରିବର୍ତ୍ତନ ଆଣିବ। ଅନ୍ୟପକ୍ଷରେ ଲୋକପ୍ରିୟତା କିମ୍ବା ଜାତୀୟତାବାଦ କାରଣ ପାଇଁ ସମ୍ବିଧାନକୁ ଶେଷ କରିଦେବା ହେଉଛି ଉଗ୍ର ସୁଧାରବାଦ। ବିଚାର କରନ୍ତୁ, ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଓ ବିଭାଜନର ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ତାହା କେଉଁଠି ଅଛି। ଏହା ଅନିଶ୍ଚିତତାର ସ୍ଥାନ ହୋଇଯାଇଛି, କାରଣ ସରକାର ନେଇଥିବା ପଦକ୍ଷେପ ରୂଢ଼ିବାଦୀ କିମ୍ବା ପରମ୍ପରାବାଦୀ ନ ଥିଲା, ଥିଲା ଉଗ୍ର ସୁଧାରବାଦ। ଯେତେବେଳେ ଏହା କୁହାଯାଏ ଯେ, ଭାରତକୁ ଶାସନ କରୁଥିବା ଦଳ ଦକ୍ଷିଣପନ୍ଥୀ ତାହା ସୂଚିତ କରେ ଯେ, ଏହା ପରମ୍ପରାବାଦୀ ଏବଂ ରୂଢ଼ିବାଦୀ, କାରଣ ଏହା ସାମାଜିକ ପରିବର୍ତ୍ତନକୁ ବିରୋଧ କରେ। ଏହା ସ୍ବାଧୀନତାକୁ ବିରୋଧ କରେ। ଏହା ସମୟର ଭାବନାକୁ ଆଧାର କରି ଆଇନଗୁଡ଼ିକର ବ୍ୟାଖ୍ୟା କରେ, କିଛି ମୌଳିକ ସିଦ୍ଧାନ୍ତ ଉପରେ ବିଚାର କରେ ନାହିଁ। କିିନ୍ତୁ ଏହି ପରମ୍ପରାବାଦ ଭାଷାରେ କିମ୍ବା ଆଚରଣରେ ପ୍ରକାଶ ପାଏ ନାହିଁ। ଏହା ଭୁଲ୍‌ ବିଷୟଗୁଡ଼ିକ ପଛରେ ଧାଏଁ।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri