ମେନଷ୍ଟ୍ରୁଆଲ କପ୍‌: ସଚେତନତା ଲୋଡ଼ା

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଋତୁସ୍ରାବ ଯାହା ଦିନେ ଏକ ଅକୁହା କଥା ହୋଇ ରହିଥିଲା ଏବେ କିନ୍ତୁ ଏନେଇ ଆଲୋଚନା ହେଲାଣି। ତେବେ ଋତୁସ୍ରାବ ସମୟରେ ସ୍ବଚ୍ଛତା କିଭଳି ଅବଲମ୍ବନ କରାଯିବ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଭାରତରେ ପ୍ରାୟ ୬୪ପ୍ରତିଶତ ମହିଳା ଋତୁସ୍ରାବ ସମୟରେ ସାନିଟାରି ନାପକିନ୍‌ ବ୍ୟବହାର କରିଥାନ୍ତି। ଆଉ କେତେ ଜଣ କପଡ଼ା ଓ ଅନ୍ୟ ପଦ୍ଧତି ଆପଣାଇଥାନ୍ତି। ନିକଟରେ ଏକ ରିପୋର୍ଟରୁ ଜଣାପଡ଼ିଛି, ସାନିଟାରି ନାପକିନ୍‌ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ରୋଗ ହେବାର ସମ୍ଭାବନା ରହିଥାଏ। ନାପ୍‌କିନ୍‌ ସଫା ଦେଖାଯିବା ପାଇଁ ଏଥିରେ କ୍ଲୋରିନ୍‌ ବ୍ଲିଚ୍‌ଡ ଫାଇବର ଦିଆଯାଇଥାଏ, ଯାହା ଡାଇଅକ୍ସିନ ସୃଷ୍ଟି କରିବା ସହ ହରମୋନ୍‌ ଡିଫଙ୍କଶନର ମୂଳ କାରଣ ହୋଇଥାଏ। ସାନିଟାରି ନାପକିନ୍‌ ବଦଳରେ ମେନଷ୍ଟ୍ରୁଆଲ କପ୍‌ର ମଧ୍ୟ ବ୍ୟବହାର କରାଯାଇପାରିବ। ଏ ସମ୍ପର୍କରେ ଅନେକେ ଜାଣିଥିଲେ ମଧ୍ୟ ଏହାର ବ୍ୟବହାର ହୋଇପାରୁ ନାହିଁ। ସାନିଟାରି ନାପକିନ୍‌ ରୋଗ ସୃଷ୍ଟି କରିବା ସହ ପରିବେଶ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ। କିନ୍ତୁ ମେନଷ୍ଟ୍ରୁଆଲ କପ୍‌ ପରିବେଶ ଅନୁକୂଳ ହେବା ସହ ଏହା ଥରେ କିଣିଲେ ଏହାକୁ ପୁନଃ ବ୍ୟବହାର ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବାହର କରାଯାଇପାରିଥାଏ। ଆଉ ଇନ୍‌ଫେକ୍ସନର ସମ୍ଭାବନା ଥିଲେ ମଧ୍ୟ ଅନ୍ୟାନ୍ୟ ତୁଳନାରେ କମ୍‌ ରହିଛି। ତେବେ ଏନେଇ ଅଧିକ ଆଲୋଚନା ଓ ସଚେତନା ଅଭାବ ଯୋଗୁ ଏହାର ବ୍ୟବାହର ବୃଦ୍ଧି ପାଉନାହିଁ। ଏମିତିକି ବଜାରରେ ମଧ୍ୟ ଏହା ପ୍ରାୟ ଉପଲବ୍ଧ ହେଉ ନ ଥିବା ଜଣାପଡ଼ିଛି।
ଏ ନେଇ ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଥିବା ଏକ ମେଡିସିନ ଷ୍ଟୋରରେ କାମ କରୁଥିବା ଜଣେ ମହିଳା କହିଛନ୍ତି, ମେନଷ୍ଟ୍ରୁଆଲ କପ୍‌ ପାଇଁ ଅନେକ ଆସନ୍ତି। କିନ୍ତୁ ଏହା ଏଠାରେ ଉପଲବ୍ଧ ହେଉନାହିଁ। ପ୍ରାୟତଃ ଅନ୍‌ଲାଇନରେ ମିଳିପାରୁଛି। ଏହାର ବ୍ୟବହାର ଆଉ ଟିକେ ବଢ଼ିଲେ ଷ୍ଟୋରରେ ରଖାଯିବ। ସେହିପରି ଏହାକୁ ବ୍ୟବହାର କରୁଥିବା ଜଣେ ଛାତ୍ରୀ କହିଛନ୍ତି, ଋତୁସ୍ରାବ ସମୟରେ ସ୍ବଚ୍ଛତା ନିହାତି ଆବଶ୍ୟକ। ସାନିଟାରି ନାପକିନ୍‌ ତୁଳନାରେ ମେନଷ୍ଟ୍ରୁଆଲ କପ୍‌ ଭଲ। ଏହାକୁ ପରିଷ୍କାର କରି ରଖିଲେ ବାରମ୍ବାର ବ୍ୟବହାର କରିହେବ। ୨୫୦ଟଙ୍କାରୁ ଏହା ଆରମ୍ଭ। ପ୍ୟାଡ୍‌ କିଣିଲେ ମାସକୁ ମାସ ପାଖାପାଖି ୧୦୦ଟଙ୍କା ଖର୍ଚ୍ଚ ଯାଉଛି। ଏହା ଥରେ କିଣିଲେ ଅନେକ ଦିନ ବ୍ୟବହାର କରିହେବ। ଏହାକୁ ଠିକ୍‌ ଭାବରେ ପିନ୍ଧିବାକୁ ହେବ। ଏହାର ଧାରଣ କ୍ଷମତା ମଧ୍ୟ ଅଧିକ। ଏଥିସହ କେଉଁଆଡ଼େ ବି ଆରାମରେ ନେଇ ଯାଇ ହେବ। ଏହା ବଜାରରେ ଉପଲବ୍ଧ ହେବା ଆବଶ୍ୟକ। ସେହିପରି ଏହାର ବ୍ୟବହାର ନେଇ ଡ. ସୁଜାତା ପ୍ରିୟଦର୍ଶିନୀ ମିଶ୍ର କହିଛନ୍ତି, ପ୍ୟାଡକୁ ପ୍ରାୟତଃ ସମସ୍ତେ ବ୍ୟବହାର କରନ୍ତି। କିନ୍ତୁ ଆଜିକାଲିର ଝିଅମାନେ ମେନଷ୍ଟ୍ରୁଆଲ କପକୁ ଅଧିକ ବ୍ୟବହାର କଲେଣି। ଏହାର କାରଣ ଏହା ବାରମ୍ବାର ବ୍ୟବହାର କରିହେବ। ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହା ମେଡିସିନ ଷ୍ଟୋରରେ ମହଜୁଦ ରହିବା ଦରକାର। କିନ୍ତୁ ଏହାକୁ ବ୍ୟବହାର କରିବା ସମୟରେ ଅନେକ ସାବଧାନ ହେବା ଆବଶ୍ୟକ। ନ ହେଲେ ଇନ୍‌ଫେକ୍ସନର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

ଏହି ୨ ବିଧାୟକଙ୍କ ଟିକେଟ୍‌ କାଟିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଜେଡି ପକ୍ଷରୁ ଶନିବାର ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ୨ ବିଧାୟକଙ୍କ ଟିକେଟ କଟିଥିବା ଦେଖାଯାଇଛି। ଖୋର୍ଦ୍ଧା...

ସିଦ୍ଧାନ୍ତ-ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଅନୁଭବ…

ଭୁବନେଶ୍ୱର,୨୭।୪: ୮ଟି ଆସନ ପ୍ରାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଯେଉଁଥିରେ ଅଭିନେତା ଅରିନ୍ଦମ ରାଏଙ୍କୁ କେନ୍ଦ୍ରାପଡା ସାଲେପୁରରୁ ଟିକେଟ୍‌ ନେଇଛି।...

ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ଟିକେଟ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ...

ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଏଇଠୁ ଲଢିବେ…

ଭୁବନେଶ୍ୱର,୨୭।୪: ଓଡିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି। ବିଧାନସଭା ନିର୍ବାଚନ ପାଇଁ ବାକି ଥିବା ୮ ଆସନରେ ପ୍ରାର୍ଥୀ...

ଯୋଡିଶଙ୍ଖ ପାଇଁ ପ୍ରଚାର କଲେ ସୁର ରାଉତରାୟ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଯୋଡି ଶଙ୍ଖକୁ ଭୋଟ ନାରା ପରେ ସୁର ରାଉତରାୟ ଶନିବାର ଏହାକୁ ନେଇ...

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ...

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri