ଆଉ ୪ ବ୍ରିଟେନ୍‌ ଫେରନ୍ତା ମିଳୁନାହାନ୍ତି

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ଭୁବନେଶ୍ୱରକୁ ଗତ ୨୯ ତାରିଖ ସୁଦ୍ଧା ବ୍ରଟେନ୍‌ରୁ ୬୨ଜଣ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ବୁଧବାର ସନ୍ଧ୍ୟା ସୁଦ୍ଧା ୫୮ ଜଣଙ୍କ ସହ ଯୋଗାଯୋଗ ହୋଇପାରିଛି। କିନ୍ତୁ ଏବେବି ଆଉ ୪ଜଣଙ୍କ ଠିକଣା ମିଳୁ ନାହିଁ। କ୍ଷେତ୍ରସ୍ତରୀୟ ଯାଞ୍ଚ କରିବାକୁ ଗଠିତ ହୋଇଥିବା ବିଏମ୍‌ସି ଟିମ୍‌ ବ୍ରିଟେନ୍‌ ଫେରନ୍ତାଙ୍କ ଦ୍ୱାରା ପ୍ରଦତ୍ତ ଠିକଣାରେ ପହଞ୍ଚତ୍ପାରିନାହାନ୍ତି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ଚିହ୍ନଟ ହୋଇଥିବା ୫୮ ଜଣଙ୍କର ନମୁନା ସଂଗ୍ରହ ହୋଇଥିବାବେଳେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। ଗତ ୨୯ ତାରିଖରେ ବିଏମ୍‌ସି ନିକଟକୁ ଆସିଥିବା ଦ୍ୱିତୀୟ ପର୍ଯ୍ୟାୟ ଫେରନ୍ତାଙ୍କ ତାଲିକାରେ ମୋଟ ୮୮ ଜଣଙ୍କ ନାମ ଉଲ୍ଲେଖ ଥିଲା। କିନ୍ତୁ ଉକ୍ତ ତାଲିକାରେ ୯ ଜଣଙ୍କ ନାମ ଦୁଇଥର ଉଲ୍ଲେଖ ରହିଥିବାବେଳେ ୧୭ଜଣ ଅଣ ବିଏମ୍‌ସି ଅଞ୍ଚଳର ଓ ବାକି ୬୨ଜଣ ଭୁବନେଶ୍ୱରର ଥିଲେ। ଭୁବନେଶ୍ୱରର ଏହି ୬୨ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ୨୪ ଘଣ୍ଟା ମଧ୍ୟରେ ସମ୍ପର୍କ କରାଯିବାକୁ ପ୍ରୟାସ ଜାରି ରହିଛି। ଏନେଇ ଆର୍‌ଆର୍‌ଟି ଟିମ୍‌ ଅଧିକ ସକ୍ରିୟ ଥିବାବେଳେ ଖୁବ୍‌ଶୀଘ୍ର ଏନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯିବ ବୋଲି କମିଶନର କହିଛନ୍ତି।
ସୂଚନାଯୋଗ୍ୟ, ବ୍ରିଟେନ୍‌ରୁ ଭୁବନେଶ୍ୱରକୁ ଫେରିଥିବା ବ୍ୟକ୍ତିଙ୍କ ଫୋନ୍‌ ନମ୍ବର ବନ୍ଦ ଥିବାରୁ ସେମାନଙ୍କୁ ଯୋଗାଯୋଗ ହୋଇପାରି ନ ଥିଲା। ସେମାନଙ୍କୁ ଟ୍ରେସ୍‌ କରିବା ପାଇଁ ବିଏମ୍‌ସି ଜୋନ୍‌ସ୍ତରୀୟ ଟିମ୍‌ ଗଠନ କରି କ୍ଷେତ୍ରସ୍ତରୀୟ ଯାଞ୍ଚ କରିବା ଆରମ୍ଭ କରିଥିଲା। ମଙ୍ଗଳବାର ଏହି ଟିମ୍‌ ମାତ୍ର ୨୪ ଘଣ୍ଟାରେ ଯୋଗାଯୋଗ ହୋଇପାରି ନ ଥିବା ଅଧାରୁ ଅଧିକ ଫେରନ୍ତାଙ୍କୁ ଭେଟି ସେମାନଙ୍କ ନମୁନା ପରୀକ୍ଷା କରାଇଥିଲା। ଏଥିସହ ସେମାନଙ୍କୁ ଘରେ ଏକାକୀ ରହିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?