ସଂସାରର ବିଜ୍ଞାନ ତତ୍ତ୍ୱ

ମେ ଆମ ଚାରିପାଖରେ ଯେଉଁସବୁ ଘଟଣା ଦେଖୁଛେ ତାହା ସବୁ ବିଜ୍ଞାନର କିଛି ମୌଳିକ ନିୟମ ଅନୁସାରେ ଘଟିଥାଏ । ସୂର୍ଯ୍ୟଙ୍କ ଉଦୟ ଏବଂ ଅସ୍ତ ହେବା, ଋତୁ ପରିବର୍ତ୍ତନ ହେବା, ଗାଡ଼ିରେ ବ୍ରେକ୍‌ ମାରିବା ପରେ କିଛି ବାଟ ଯାଇ ଅଟକିବା, ବଟିକା ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା ଠିକ୍‌ ହେବା, ଉଡ଼ାଜାହାଜ ନିରାପଦରେ ଅବତରଣ କରିବା ଇତ୍ୟାଦି ସବୁ ବିଜ୍ଞାନର ନିୟମ ଅନୁସାରେ ହୋଇଥାଏ। ଏହିସବୁ ନିୟମ ହେଲା ମାଧ୍ୟାକର୍ଷଣ ନିୟମ, ଶକ୍ତି ସଂରକ୍ଷଣ ନିୟମ, ସଂବେଗ ସଂରକ୍ଷଣ ନିୟମ, ଗତି ଓ ଉଷ୍ମଗାତିକ ନିୟମ। ଏହିସବୁ ନିୟମ ପଦାର୍ଥ ବିଜ୍ଞାନର ଶାସ୍ତ୍ରୀୟ ନିୟମ । ଧରନ୍ତୁ ଆପଣ ଜଣେ ବ୍ୟକ୍ତି ଓ ଆପଣଙ୍କ ବୟସ ୪୫ ବର୍ଷ କିନ୍ତୁ ଯଦି ଏକ ଶକ୍ତିଶାଳୀ ଅଣୁ ବୀକ୍ଷଣ ଯନ୍ତ୍ର ନେଇ ଆପଣଙ୍କ ଶରୀରକୁ ନିରୀକ୍ଷଣ କରାଯାଏ, ତା’ହେଲେ ଆପଣଙ୍କ ଦେହରେ ୫୦ ଲକ୍ଷ କୋଟି କୋଷ ପରସ୍ପର ସହିତ ତାଳ ଦେଇ ଅନେକ କାର୍ଯ୍ୟ କରୁଛନ୍ତି । ଆହୁରି ତର୍ଜମା କଲେ ପାଇବେ ଗୋଟିଏ କୋଷ ଭିତରେ ୨୦ ଲକ୍ଷ କୋଟି ପରମାଣୁ ଅଛି । ଏଣୁ ଆପଣ ଜଣେ ୪୫ ବର୍ଷ ବ୍ୟକ୍ତି ବଦଳରେ ଅନେକ ଅଲଗା ଅଲଗା କାର୍ଯ୍ୟ କରି ଶରୀରକୁ ରୂପ ଦେଇଥିବା ୧୦୦୦ ଲକ୍ଷ କୋଟି ପରମାଣୁର ଏକ ବାସସ୍ଥାନ। ଯଦି ବିଜ୍ଞାନ ଦୃଷ୍ଟିରେ ଆହୁରି ସୂକ୍ଷ୍ମ ରୂପରେ ଦେଖାଯାଏ ତା’ହେଲେ ପ୍ରତ୍ୟେକ ପରମାଣୁ ଭିତରେ ଇଲେକ୍ଟ୍ରୋନିକ ପ୍ରୋଟୋନ ଅଛନ୍ତି ଓ ଏସବୁ ଆଲୋକ ବେଗରେ ଗତି କରୁଛନ୍ତି। ଅର୍ଥାତ୍‌ ଆମର ଶରୀର ଆଲୋକ ବେଗରେ ଗତି କରୁଥିବା ସୂକ୍ଷ୍ମ ଶକ୍ତିଶାଳୀ କଣିକାଗୁଡିକର ସମାହାର। ଯଦିଓ ଆମ ଚାରିପଟର ସଂସାର ଏହି ଶାସ୍ତ୍ରୀୟ ପଦାର୍ଥ ବିଜ୍ଞାନର ନିୟମ ଅନୁସାରେ ଚାଳିତ, ଆଶ୍ଚର୍ଯ୍ୟ କଥା ହେଲା ସଂସାରର ଯେଉଁ ଛୋଟ ଛୋଟ କଣିକା ଦ୍ୱାରା ନିର୍ମିତ ଯେମିତିକି କାର୍କ, ଫୋଟୋନ, ଇଲେକ୍ଟ୍ରୋନ, ପ୍ରୋଟୋନ, ନିୟୁଟ୍ରୋନ ଏହି ଶାସ୍ତ୍ରୀୟ ନିୟମକୁ ମାନନ୍ତି ନାହିଁ।

ଶାସ୍ତ୍ରୀୟ ପଦାର୍ଥ ବିଜ୍ଞାନ ଅଣୁ ପରମାଣୁ ସ୍ତରରେ ଅକାମୀ ହୋଇଯାଏ। ଏହିସବୁ ଛୋଟ ଛୋଟ କଣିକା କ୍ୱାଣ୍ଟମ ବିଜ୍ଞାନ ଦ୍ୱାରା ପରିଚାଳିIତI କ୍ୱାଣ୍ଟମ ପଦାର୍ଥ ବିଜ୍ଞାନ ଆଧୁନିକ ଯୁଗର ଏକ ସଦ୍ୟତମ ଓ ରହସ୍ୟମୟ ବିଜ୍ଞାନ। ଏହି ବିଜ୍ଞାନ ଅନୁସାରେ ବିଶ୍ୱର ସମସ୍ତ ପଦାର୍ଥ ତରଙ୍ଗ ଭଳି ବ୍ୟବହାର କରନ୍ତି । ତାହାର ମାନେ ହେଲା ଆମେ ଯେତେ ସବୁ ଜିନିଷ ଦେଖୁଛେ ସବୁ ତରଙ୍ଗମୟ ଓ ସବୁ ଜିନିଷର ପାଣିର କିମ୍ବା ପବନର ଢେଉ ସଦୃଶ ଏକ ନିର୍ଦ୍ଦିଷ୍ଟ ତରଙ୍ଗ ଦୈର୍ଘ୍ୟ ଅଛି। ତରଙ୍ଗ ହେଲା ଏକ ଅଶାନ୍ତ ଅବସ୍ଥା ଯାହା ପଦାର୍ଥ, ପବନ କିମ୍ବା ପାଣିରେ ଶକ୍ତିକୁ ନେଇ ଯାତ୍ରା କରିଥା । ପାଣିର ଢେଉ, ଶବ୍ଦ ତରଙ୍ଗ, ରେଡିଓ ତରଙ୍ଗ ଇତ୍ୟାଦି ସବୁ ଏକ ଏକ ତରଙ୍ଗ ଅଟନ୍ତି। ୧୭୦୪ ରେ ଆଇଜାକ ନିୟୁଟନ ‘ଅପ୍ଟିକ’ ନାମକ ଏକ ପୁସ୍ତକ ରଚନା କରି କହିଲେ, ଆଲୋକ ହେଉଛି କଣିକାମାନଙ୍କର ଏକ ସମୂହ। ଏହାର ଠିକ୍‌ ଶହେ ବର୍ଷ ପରେ ୧୮୦୧ରେ ଥୋମାସ ୟଙ୍ଗ ନାମକ ଆଉଜଣେ ବୈଜ୍ଞାନିକ ତାଙ୍କର ବିଶ୍ୱ ପ୍ରସିଦ୍ଧ ‘ଡବଲ ସ୍ଲିଟ ପରୀକ୍ଷା’ ଦ୍ୱାରା ଆଲୋକ ଏକ ତରଙ୍ଗ ବୋଲି ପ୍ରମାଣିତ କରିଦେଲେ। ତେଣୁ ଆଲୋକକୁ କଣିକା ପରିବର୍ତ୍ତେ ତରଙ୍ଗର ବୋଲି ବିଜ୍ଞାନ ମାନିବାକୁ ବାଧ୍ୟ ହେଲା। କିନ୍ତୁ ଏହାର ଶହେ ବର୍ଷ ପରେ ଆଲବର୍ଟ ଆଇନଷ୍ଟାଇନ ତାଙ୍କର ଯୁଗାନ୍ତକାରୀ ଗବେଷଣାକୁ ୧୯୦୫ ରେ ପ୍ରକାଶିତ କରି ଚହଳ ସୃଷ୍ଟି କରିଦେଲେ। ସେ ପରୀକ୍ଷା କରି ପ୍ରମାଣିତ କରିଦେଲେ ଯେ ଆଲୋକ ଯଦି କୌଣସି ଧାତୁ ଉପରେ ପଡ଼େ ତା’ହେଲେ ଏହା ଧାତୁର ପରମାଣୁରୁ ଇଲେକ୍ଟ୍ରୋନଗୁଡିକୁ ବାହାର କରିବାରେ ସକ୍ଷମ ହୋଇଥାଏ। ଆଲୋକର କଣିକା ଧାତୁର ଅଣୁକୁ ଶକ୍ତି ପ୍ରଦାନ କରିବାରୁ ଏହିପରି ହୋଇଥାଏ ଓ ଏହାକୁ ‘ଫଟୋ ଇଲେକ୍ଟ୍ରିକ ଇଫେକ୍ଟ’ କୁହାଯାଏ। ଆଇନଷ୍ଟାଇନ ଏଥିପାଇଁ ନୋବେଲ ପୁରସ୍କାର ପାଇଲେ ଓ ଆଲୋକ ଉଭୟ ଆଲୋକ ଓ କଣିକାର ପ୍ରକୃତି ବହନ କରେ ବୋଲି ବିଜ୍ଞାନ ମାନିବାକୁ ବାଧ୍ୟ ହେଲା। କିନ୍ତୁ ୧୯୬୪ରେ କ୍ଲସ ଜନ୍‌ସନ ନାମକ ଜଣେ ବୈଜ୍ଞାନିକ ଇଲେକ୍ଟ୍ରୋନ ମଧ୍ୟ ଆଲୋକ ପରି ଉଭୟ କଣିକା ଓ ତରଙ୍ଗ ଭାବରେ ବ୍ୟବହାର କରେ ବୋଲି ପ୍ରମାଣିତ କରିଦେଲେ। ତାଙ୍କ ଗବେଷଣାରେ ଜଣାପଡିଲା ଯେ ଇଲେକ୍ଟ୍ରୋନକୁ ଦେଖିଲେ ତାହା କଣିକା ପରି ଓ ନ ଦେଖିଲେ ତାହା ତରଙ୍ଗ ପରି ବ୍ୟବହାର କରୁଅଛି ।

ଏହା ବିଶ୍ୱର ସମସ୍ତ ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କଲା ଓ ଏହାକୁ ପର୍ଯ୍ୟବେକ୍ଷକ ପ୍ରଭାବ କୁହାଗଲା।
ବିଜ୍ଞାନର ଏହି ତଥ୍ୟ କ୍ୱାଣ୍ଟମ ପଦାର୍ଥ ବିଜ୍ଞାନକୁ ଜନ୍ମ ଦେଇଥିଲା। ପରେ ଜଣାଗଲା ବିଶ୍ୱର ସବୁ ସୂକ୍ଷ୍ମ କଣିକା ଯେମିତିକି ପ୍ରୋଟୋନ, ନିୟୁଟ୍ରୋନ ସମସ୍ତେ ତରଙ୍ଗ ଭଳି ପ୍ରକୃତି ଧାରଣ କରନ୍ତି। ତାହାର ମାନେ ହେଲା ଏହି ସଂସାର ଯେଉଁ ସୂକ୍ଷ୍ମ ତତ୍ତ୍ୱ ଦ୍ୱାରା ନିର୍ମିତ ସେସବୁ ଏକା ସମୟରେ ତରଙ୍ଗ ଓ କଣିକା। ପର୍ଯ୍ୟବେକ୍ଷକ ପ୍ରଭାବ ଅନୁସାରେ ସଂସାରର ସବୁ ଜିନିଷ ତରଙ୍ଗ ଭଳି ବ୍ୟବହାର କରନ୍ତି ଓ ଏହାକୁ ଦେଖିଲା ମାତ୍ରେ ପଦାର୍ଥ କଣିକା ପରି ବ୍ୟବହାର କରିଥାଏ। କ୍ୱାଣ୍ଟମ ବିଜ୍ଞାନରେ ପଦାର୍ଥର ଏହି ଗୁଣର ପ୍ରକୃତ କାରଣକୁ ଏପର୍ଯ୍ୟନ୍ତ ପାଇପାରିନାହିଁ।
ବିଜ୍ଞାନର ଏହି ତଥ୍ୟ ଆଉ ଏକ ରହସ୍ୟ ଉନ୍ମୋଚନ କଲା ଯେ ଆମର ଚାରିପାଖର ଦୁନିଆକୁ ଯେପର୍ଯ୍ୟନ୍ତ ଆମେ ନ ଦେଖୁଛେ ସେ ପର୍ଯ୍ୟନ୍ତ ତାହା ବୋଧେ ସେଠି ନ ଥାଏ। କ୍ୱାଣ୍ଟମ ପଦାର୍ଥ ବିଜ୍ଞାନର ତତ୍ତ୍ୱ ଅନୁସାରେ ଏହି ସମଗ୍ର ସଂସାର ସୂକ୍ଷ୍ମ ସ୍ତରରେ ଶକ୍ତି ତରଙ୍ଗମାନଙ୍କ ଦ୍ୱାରା ନିର୍ମିତ ଓ ଯେବେ କେହି ଏହି ତରଙ୍ଗମାନଙ୍କୁ ଦେଖିବାକୁ ଚେଷ୍ଟା କରେ ଏହି ଶକ୍ତି ତରଙ୍ଗ ପଦାର୍ଥର ରୂପ ଧାରଣ କରିନେଇଥାଏ। ଏହାର ଅର୍ଥ ହେଲା ସମଗ୍ର ବିଶ୍ୱ ଏକ ମିଥ୍ୟା ପ୍ରହେଳିକାପୂର୍ଣ୍ଣ ଓ ଯାହା ଆମେ ଦେଖୁଛେ ଓ ଅନୁଭବ କରୁଛେ ସବୁ ମିଛ ।

ଅନ୍ୟ ଅର୍ଥରେ ବାସ୍ତବିକତା ଏକ ଭ୍ରମ ମାତ୍ର ଓ ଏହା କେବେଳ ସତ ଲାଗେ ଆମେ ଯେତେବେଳ ଏହାକୁ ଦେଖୁ । ଅର୍ଥାତ୍‌ ଆମ ଦେଖିବା ଓ ନ ଦେଖିବା ଉପରେ ଜିନିଷର ଅବସ୍ଥିତି ନିର୍ଭର କରେ ବା ଆମେ ନ ଦେଖିଲା ସମୟରେ ହୁଏତ ଜିନିଷ ଭଳି କିଛି ବସ୍ତୁ ନ ଥାଏ। କ୍ୱାଣ୍ଟମ ପଦାର୍ଥ ବିଜ୍ଞାନର ଏହି ତଥ୍ୟ ଅନୁସାରେ ସଂସାରର ସବୁ ଜିନିଷ ମିଛ ବା ମାୟା ସଦୃଶ। ଆଧୁନିକ ବିଜ୍ଞାନର ତିନିଶହ ବର୍ଷର ଗବେଷଣା ହିନ୍ଦୁ ଧର୍ମଶାସ୍ତ୍ରର ଅନେକ ବର୍ଷ ତଳୁ ଉଲ୍ଲେଖ ଅଛି ଛାନ୍ଦୋଗ ଉପନିଷଦ, ଋଗ୍‌ ବେଦ, ଯଜୁର୍ବେଦ ଓ ବ୍ରହ୍ମ ସଂହିତା ଇତ୍ୟାଦିରେ ସମଗ୍ର ସଂସାର ଶବ୍ଦ ଶକ୍ତିରୁ ଉତ୍ପନ୍ନ ବୋଲି କୁହାଯାଏ। ଭଗବଦ୍‌ ଗୀତାର ୨୬ ଅଧ୍ୟାୟର ୩୨ ତମ ଶ୍ଳୋକରେ କୁହାଯାଇଛି ‘ଶବ୍ଦମାତ୍ରମ ଭୂତସ୍ମାନ୍ନଭଃ’ ଯାହାର ଅର୍ଥ ହେଲା ଶବ୍ଦ ତରଙ୍ଗ ଯୋଗୁ ସଂସାରରେ ସବୁ ପଦାର୍ଥର ସୃଷ୍ଟି ହୋଇଛି। ବିଜ୍ଞାନ ଓ ଅଧ୍ୟାତ୍ମ କେବେ ଅଲଗା ହୋଇ ନ ପାରେ।

ଯାଦୁଗୁଡା, ଝାଡଖଣ୍ଡ
ମୋ:୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

ଗଣତନ୍ତ୍ର ଓ ରାଜନୀତି

ଭାରତୀୟ ସମାଜର ଧାରା, ଦର୍ଶନ, କ୍ରିୟାକଳାପ, ପାଶ୍ଚାତ୍ୟ ଧାରାରୁ ସମ୍ପୂର୍ଣ୍ଣ ଅଲଗା। ଭାରତୀୟ ସମାଜ ବ୍ୟଷ୍ଟିତନ୍ତ୍ର ଆଧାରରେ ଅଧିଷ୍ଠିତ। ପ୍ରାଚୀନ ଯୁଗରେ ମୁନି ଋଷିମାନଙ୍କ ବ୍ୟକ୍ତିଗତ ସତ୍ତା…

ବିଦେଶୀ ଅନୁଦାନ ବିନିଯୋଗ ଅଧିନିୟମ

ବିଭିନ୍ନ ଗୋଇନ୍ଦା ଓ ଅର୍ଥନୈତିକ ଅପରାଧ ନିୟନ୍ତ୍ରଣ ସଂସ୍ଥାର ତଥ୍ୟାନୁସାରେ ଭାରତରେ କାର୍ଯ୍ୟ କରୁଥିବା କିଛି ବେସରକାରୀ ଅନୁଷ୍ଠାନ, ସ୍ବୟଂସେବୀ ସଂସ୍ଥା ଓ ଦାତବ୍ୟ ପ୍ରତିଷ୍ଠାନଗୁଡ଼ିକ ବିଦେଶରୁ…

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

ଏଇ ଭାରତରେ

ଆଇଏଏସ୍‌ ଅଧିକାରୀ ଆର୍ମଷ୍ଟ୍ରଙ୍ଗ ପାମେ ମଣିପୁର ତାମେଙ୍ଗଲଙ୍ଗ ଜିଲାର ତୌସେମ୍‌ରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ଭାବେ ୨୦୧୨ରେ ଯୋଗଦେବା ପରେ ନିଜେ ପାଣ୍ଠି ଯୋଗାଡ଼ କରି ଏକ ରାସ୍ତା…

ସିଭିଲ୍‌ ସର୍ଭିସ୍‌ କା ବିନାଶ

ସରକାର ଚଳାଉଥିବା ଭାଜପାର ନାରା ହେଉଛି – ସବ୍‌କା ସାଥ୍‌ ସବ୍‌କା ବିକାଶ୍‌, ସବ୍‌କା ବିଶ୍ୱାସ୍‌ ଔର ସବ୍‌କା ପ୍ରୟାସ୍‌। ଏବେକାର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ…

ଓଡ଼ିଶାରେ ଆଳୁ ପିଆଜ

ପିଲାଦିନରୁ ଯେବେଠାରୁ ମୋର ହେତୁ ପାଇଲା ସେବେଠାରୁ ମୁଁ ଗୋଟିଏ କଥା ଶୁଣି ଆସୁଛି ଯେ ଓଡ଼ିଶା ସର୍ବଦା ଆଳୁ ପିଆଜ ପାଇଁ ବାହାର ରାଜ୍ୟ ଉପରେ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri