Posted inଜାତୀୟ

୧୯୯୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାନ୍ଧୀ ପରିବାରର କେହି ହୋଇ ନାହାନ୍ତି ପ୍ରଧାନମନ୍ତ୍ରୀ ଅବା ମନ୍ତ୍ରୀ: ଖାର୍ଗେ…

ନୂଆଦିଲ୍ଲୀ,୬।୪ : କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ ୧୩ ବିରୋଧୀ ଦଳ ଗୁରୁବାର ଏକ ତ୍ରିରଙ୍ଗା ପଦଯାତ୍ରା କରିଥିଲେ। ଏହି ସମୟରେ ମଲ୍ଲିକାର୍ଜୁନ ଖବରଦାତାଙ୍କୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗଣତନ୍ତ୍ର ବିଷୟରେ ଅନେକ କଥା କହୁଛନ୍ତି, କିନ୍ତୁ ଏହା ଅନୁଯାୟୀ ଚାଲିନାହାଁନ୍ତି।

୧୨ ମିନିଟରେ ୫୦ ଲକ୍ଷ କୋଟିର ବଜେଟ ପାରିତ ହୋଇଛି। ବିରୋଧୀ ଦଳ ଏନେଇ ଆଗ୍ରହୀ ନୁହଁନ୍ତି ବୋଲି ଶାସକ ଦଳ ପକ୍ଷରୁ କୁହାଯାଉଛି। ଯେତେବେଳେ ବିରୋଧୀ କହିବାକୁ ଉଠିଲେ, ସେମାନେ ଆମକୁ କହିବାକୁ ଅନୁମତି ଦେଲେ ନାହିଁ। ଜେପିସି ଗଠନ ପାଇଁ ଆମର ଦାବି ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଛି। ଆମର ପ୍ରଶ୍ନ ହେଉଛି, ଆପଣ ଜେପିସି ଗଠନ କରିବାକୁ କାହିଁକି ଭୟ କରୁଛନ୍ତି?

ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ରାହୁଲ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା’ ପ୍ରସଙ୍ଗ ଉଠା ଯାଇଥିଲା। ପ୍ରଧାନମନ୍ତ୍ରୀ ନିଜେ ସଂସଦରେ ରୁହନ୍ତି ନାହିଁ। ବିଦେଶରେ ରୁହନ୍ତି, ବାହାରେ ବୁଲି ନିର୍ବାଚନ ପ୍ରଚାର କରନ୍ତି, ଶିଳାନ୍ୟାସ କରନ୍ତି ଏବଂ ସବୁଥିରେ ଶ୍ରେୟ ନିଅନ୍ତି।

ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତା ସମ୍ପର୍କରେ ସେ କହିଛନ୍ତି, ଦୁଇ ବର୍ଷ ଜେଲ ଦଣ୍ଡାଦେଶ ପରେ ତାଙ୍କୁ କେତେ ଶୀଘ୍ର ଅଯୋଗ୍ୟ କରାଯାଇଛି। କିନ୍ତୁ ଗୁଜରାଟର ଏମ୍‌ପି ନାରାୟଣ ଭାଇଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ମିଳିଥିଲା, ତଥାପି ସେ ଅଯୋଗ୍ୟ ହୋଇ ନ ଥିଲେ। ତାଙ୍କୁ ୧୬ ଦିନ ସମୟ ଦିଆଯାଇଥିଲା। ଆମେ ନିୟମ ଅନୁଯାୟୀ ଲଢ଼ିବାକୁ ଶାସକ ଦଳ ଗଣତନ୍ତ୍ର ନୁହେଁ ବୋଲି କହୁଛନ୍ତି।

ସେ କହିଛନ୍ତି, ଆମେ ନ୍ୟାୟ ପାଇଁ ସଂଗ୍ରାମ କରୁଛୁ। ବିରୋଧୀ ଦଳର ସମସ୍ତ ନେତା ଏକାଠି ଏହି ପ୍ରସଙ୍ଗ ଏକଜୁଟ ହେବାରେ ଲାଗିଛନ୍ତି। ପ୍ରସଙ୍ଗ ହେଉଛି ଦେଶକୁ ବଞ୍ଚାଇବା।

ପ୍ରଧାନମନ୍ତ୍ରୀଙ୍କ ବଂଶବାଦ ମନ୍ତବ୍ୟ ନେଇ ଖାର୍ଗେ କହିଛନ୍ତି ୧୯୯୦ ମସିହାରୁ ଗାନ୍ଧୀ ପରିବାରର କୌଣସି ସଦସ୍ୟ ପ୍ରଧାନମନ୍ତ୍ରୀ କିମ୍ବା ମନ୍ତ୍ରୀ ହୋଇପାରିଛନ୍ତି କି? ସେମାନେ ଦେଶ ପାଇଁ ଲଢୁଥିବା ଲୋକଙ୍କ ବିରୋଧରେ ଇଡ଼ି ସିବିଆଇ ଚଢ଼ାଉ କରାନ୍ତି। ମାତ୍ର ଗାନ୍ଧୀ ପରିବାର ଦେଶକୁ ଏକଜୁଟ କରିବା ପାଇଁ କାର୍ଯ୍ୟ କରନ୍ତି। ଭାଜପା ଦେଶକୁ ବିଭାଜନ କରିବାରେ ଲାଗିଛି ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri