Posted inଜାତୀୟ

ଆଉ ଯିବାକୁ ପଡିବନି ସରକାରୀ ଅଫିସ, ଘରେ ବସି ପାଇବେ ମାଗଣା ଚାଉଳ, ଜାଣନ୍ତୁ…

ଦେଶର ପ୍ରତ୍ୟକ ନାଗରିକଙ୍କୁ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ଖାଦ୍ୟ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏହି ସୁବିଧା ପାଇବାକୁ ରାସନ କାର୍ଡ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଦସ୍ତାବିଜ ଭାବେ ପରିଗଣିତ ହୋଇଥାଏ ।

ଆପଣମାନଙ୍କ ଭିତରେ ଅନେକ ଜଣଙ୍କ ନିକଟରେ ରାସନ କାର୍ଡ ଥିବା ବେଳେ ଅନେକ ଜଣ ନୂଆକରି ଏହି କାର୍ଡ ଆବେଦନ କରିବାକୁ ଚାହୁଁଥିବେ । ତେବେ ବାରମ୍ୱାର ବିଭିନ୍ନ ଯାଗାକୁ ଦୌଡିବା ପରେ ମଧ୍ୟ ଆପଣଙ୍କୁ ସଫଳତା ମିଳିପାରୁନାହିଁ କି? ଚିନ୍ତା କରନ୍ତୁ ନାହିଁ ଆମେ ଆପଣଙ୍କୁ ଏକ ନୂଆ ଉପାୟ ସମ୍ପର୍କରେ ଜଣାଇବୁ । ଯେଉଁଥିରେ ଆପଣ ଘରେ ବସି ହିଁ ରାସନ କାର୍ଡ ପ୍ରାପ୍ତ କରିପାରିବେ

ପ୍ରଥମେ ରାଶନ କାର୍ଡ ପାଇବାକୁ ହେଲେ ଲୋକଙ୍କୁ ବିଭିନ୍ନ ସରକାରୀ ଅଫିସରେ ଘଣ୍ଟାଘଣ୍ଟା ଧରି ଲାଇନରେ ଛିଡା ହେବା ସହ ଲମ୍ୱା ସମୟ ଅପେକ୍ଷା କରିବାକୁ ପଡୁଥିଲା । ବର୍ତ୍ତମାନ ଏହି ପ୍ରକ୍ରିୟା ଅତ୍ୟନ୍ତ ସରଳ ଓ ସହଜ ହୋଇଯାଇଛି ।

ବର୍ତ୍ତମାନ ଆପଣ ଉମଙ୍ଗ ଆପ୍ ଜରିଆରେ ନୂଆ ରାଶନ କାର୍ଡ ପାଇଁ ଆବେଦନ କରିପାରିବେ । ଯେଉଁଥିପାଇଁ ଆପଣଙ୍କୁ ଆଉ କୌଣସି ସ୍ଥାନରେ ଘଣ୍ଟାଘଣ୍ଟା ସମୟ ବରବାଦ କରିବାର ଆବଶ୍ୟକତା ନାହିଁ । ଆପାଣ ନୂଆ କାର୍ଡ ପାଇଁ ଆବେଦନ କଲେ ସିଧାସଳଖ ଏହି ଯୋଜନାରେ ସାମିଲ ହୋଇପାରିବେ ।

କେମିତି କରିବେ ଆବେଦନ?
୧. ପ୍ରଥମେ ଆପଣ ନିଜନିଜ ମୋବାଇଲରେ UMANG ଆପ୍ ଡାଉନଲୋଡ କରିନିଅନ୍ତୁ ।
୨. ଏହାପରେ ନିଜ ମୋବାଇଲ ନମ୍ୱରରୁ ରେଜିଷ୍ଟର କରିନିଅନ୍ତୁ ।
୩. ଏହାପରେ ଆପଣଙ୍କ ହୋମ ପେଜ ଖୋଲିଯିବ । ଏହାପରେ ଆପଣ Services ସେକ୍ସନକୁ ଯାଆନ୍ତୁ ।
୪. ଏହାପରେ Utility Servicesରେ ରାସନ କାର୍ଡ ସମ୍ୱଦ୍ଧିୟ ଅପ୍ସନ ଖୋଜନ୍ତୁ ।
୫. Apply Ration Card ଉପରେ କ୍ଲିକ୍ କରନ୍ତୁ ।
୬. ନିଜ ରାଜ୍ୟ ଚୟନ କରି ମଗାଯାଉଥିବା ଆବଶ୍ୟକିୟ ତଥ୍ୟ ଭର୍ତ୍ତୀ କରନ୍ତୁ ।
୭. ବ୍ୟକ୍ତିଗତ ତଥ୍ୟ ଯେପରିକି ନିଜ ନାମ, ପିତାଙ୍କ ନାମ ଓ ଜନ୍ମ ଦିନ ଭଳି ତଥ୍ୟ ଦିଅନ୍ତୁ ।
୮. ଠିକଣା ଓ ଅନ୍ୟ ଜରୁରୀ ତଥ୍ୟ ଭର୍ତ୍ତୀ କରନ୍ତୁ ।
୯. ଶେଷରେ ଆବଶ୍ୟକିୟ ଦସ୍ତାବିଜ ଅପଲୋଡ କରି Submit ବଟନ ଉପରେ କ୍ଲିକ କରନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri