ଟଙ୍କା ନ ଦେଲେ ମାଟ୍ରିକ ସାର୍ଟିଫିକେଟ ନାହିଁ

ଆଳି,୨୪ା୮(ଡି.ଏନ.ଏ.): ଚଳିତବର୍ଷ ମାଟ୍ରିକ ପାସ କରିଥିବା ଛାତ୍ରୀଛାତ୍ରମାନଙ୍କୁ ସାର୍ଟିଫିକେଟ ଦେବା ନିମନ୍ତେ ଜୋରଜବରଦସ୍ତ ବିଦ୍ୟାଳୟର ଶିକ୍ଷୟତ୍ରୀଶିକ୍ଷକ ୨୦୦ରୁ ୪୦୦ଟଙ୍କା ମାଗୁଛନ୍ତି। ଯେଉଁ ଛାତ୍ରୀଛାତ୍ର ଟଙ୍କା ଦେଉଛନ୍ତି ତାଙ୍କୁ ସାର୍ଟିଫିକେଟ ମିଳୁଛି। ଯିଏ ଟଙ୍କା ଦେଉନି ତାକୁ ସାର୍ଟିଫିକେଟ ଦିଆଯାଉନି। ଏପରିକି ସେମାନଙ୍କୁ ଟଙ୍କା ପାଇଁ ଦୁର୍ବ୍ୟବହାର କରା ଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ପାସ୍‌ କରିଥିବା ଛାତ୍ରୀଛାତ୍ର। ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରପଡ଼ା ଜିଲା ଆଳି ବ୍ଲକ ଶେଷ ସୀମା ପାଳିମୀ ପଞ୍ଚାୟତରେ ଥିବା ଜନତା ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରୁ। ଚଳିତଥର ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିବା କିରଣ କୁମାର ସେଠୀ, ଅବିନାଶ ଧଳ, ରୋମାଲି ବେହେରା, ସାଗର ସାହୁ, ଜ୍ଞାନ ରଞ୍ଜନ ସାହୁ, ସରୋଜ ବେହେରା, ସୁବ୍ରତ ବେହେରା, ଦୁର୍ଗା ପ୍ରସାଦ ପଣ୍ଡା ଓ ଅବିନାଶ ଦାସ ପ୍ରମୁଖ ଛାତ୍ରୀଛାତ୍ରମାନେ ଏଭଳି ଅଭିଯୋଗ କରିଛନ୍ତି। ସେମାନେ ଚଳିତ ଥର ମାଟ୍ରିକ ପାସ କରିଛନ୍ତି। କଲେଜରେ ଆଡ଼ମିଶନ ନିମନ୍ତେ ମାଟ୍ରିକ ସାର୍ଟିଫିକେଟ ଦରକାର। ସ୍କୁଲକୁ ସାର୍ଟିଫିକେଟ ଆସିବା ପରେ ସେମାନେ ନେବାକୁ ଯାଇଥିଲେ। ହେଲେ ବିଦ୍ୟାଳୟ ପକ୍ଷରୁ ସାର୍ଟିଫକେଟ ବାବଦକୁ ୨୦୦ ଟଙ୍କା ଆଣିବାକୁ କୁହାଯାଇଥିଲା। ମାତ୍ର ସେମାନେ ସାର୍ଟିଫିକେଟ ବାବଦରେ କୌଣସି ଦେୟ ଦେବାକୁ ପଡ଼େନାହିଁ ବୋଲି କହିବା ସହ ୨୦୦ ଟଙ୍କା ଦେବାକୁ ମନା କରିବାରୁ ବିଦ୍ୟାଳୟର କେତେଜଣ ଶିକ୍ଷୟିତ୍ରୀଶିକ୍ଷକ ଦୁର୍ବ୍ୟବହାର କରିଛନ୍ତି ବୋଲି ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। କେତେଜଣ ଛାତ୍ରୀଛାତ୍ର କଲେଜରେ ଆଡମିଶନ କରିବା ଲାଗି ବାଧ୍ୟ ହୋଇ ଧାରକରଜ କରି ୨୦୦ ଟଙ୍କା ଦେଇ ସାର୍ଟିଫିକେଟ ନେଇଛନ୍ତି। ଯେଉଁମାନେ ଟଙ୍କା ଦେଲେ ନାହିଁ ସେମାନଙ୍କୁ ସାର୍ଟିଫିକେଟ ନ ଦେଇ ଫେରାଇ ଦିଆଯାଇଛି। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅବିଭାବକ ସେବତୀ ବେହେରାଙ୍କୁ ପଚାରିବାରେ ମୋ ଝିଅ ରିଆଶ୍ରୀ ଚଳିତ ବର୍ଷ ମାଟ୍ରିକ ପାସ୍‌ କରିଛି। କଲେଜରେ ଆଡମିଶନ କରିବା ପାଇଁ ସେ ସ୍କୁଲ ମଙ୍ଗଳବାର ସାର୍ଟିଫିକେଟ ଆଣିବାକୁ ଯାଇଥିଲା। ହେଲେ ସ୍କୁଲରେ ୨ଶହ ଯଙ୍କା ନ ଦେଲେ ସାର୍ଟିଫିକେଟ ଦେବେ ନାହିଁ କହି ଫେରାଇ ଦେଲେ। ମୋର ଅଭାବୀ ସଂସାର, ବହୁ କଷ୍ଟରେ ୨ ଶହ ଟଙ୍କା ଯୋଗାଡ କରି ସାର୍ଟିଫିକେଟ ଆଣିଲି। ଏହା ଶିକ୍ଷକମାନଙ୍କ ଠିକ୍‌ କାର୍ଯ୍ୟ ନୁହେଁ। ଏ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷକ ମନ୍ମଥ କୁମାର ଶିଅଳଙ୍କୁ ମୋବାଇଲ ଫୋନ ନଂ. ୭୯୭୮୭୬୨୬୫୬କୁ ବାରମ୍ବାର କଲ କରିବା ସତ୍ତ୍ୱେ ସେ ଉଠାଇ ନ ଥିଲେ। ଏ ସମ୍ପର୍କରେ ଆଳି ଶିକ୍ଷା ମଣ୍ଡଳ ଅଧିକାରୀ ସରୋଜକାନ୍ତ ବିହାରୀଙ୍କୁ ପଚାରିବାରୁ ସେ ଏ ନେଇ ଜିଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ କହି ଫୋନ କାଟି ଦେଇଥିଲେ। ସରକାର ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କୁ ଉତ୍ତମ ଶିକ୍ଷା ଦେବାକୁ ବିଦ୍ୟାଳୟକୁ ୫-ଟିରେ ଅନ୍ତର୍ଭୁକ୍ତ କରି ରୂପାନ୍ତୀକରଣ କରୁଛନ୍ତି। ହେଲେ ଛାତ୍ରୀଛାତ୍ରଙ୍କ ନିକଟରୁ ଜୋର ଜବରଦସ୍ତ ମାଟ୍ରିକ ସାର୍ଟିଫିକେଟ ବାବଦରେ ଟଙ୍କା ଆଦାୟ କରିବା କେତେ ଯୁକ୍ତିଯୁକ୍ତ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri