Posted inଜାତୀୟ

କେହି ନେଇ ପାରିବେ ନାହିଁ କୃଷକଙ୍କ ଜମି: ରାଜନାଥ ସିଂ

ନୂଆଦିଲ୍ଲୀ,୨୭ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପାଖାପାଖି ଏକ ମାସ ହେବ ଦିଲ୍ଲୀ ସୀମାରେ ବିଭିନ୍ନ ରାଜ୍ୟର କୃଷକ ଆନ୍ଦୋଳନ ଜାରି ରଖିଛନ୍ତି । ରବିବାର ହିମାଚଳ ପ୍ରଦେଶ ସରକାରଙ୍କ ୩ ବର୍ଷ ପୁର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ । ଏହି ସମୟରେ ସେ କେନ୍ଦ୍ର ସରକାରଙ୍କ ନୂଆ କୃଷି ନିୟମ କଥା ଉଠାଇଥିଲେ । ଏଥିରେ ସେ କହିଛନ୍ତି କୌଣସି ମା’ର ପୁଅ କୃଷକଙ୍କ ଜମି ଛଡାଇ ନେଇ ପାରିବ ନାହିଁ । ଏହି ବ୍ୟବସ୍ଥା ନୂଆ କୃଷି ଆଇନରେ କରାଯାଇଛି । ଏହାକୁ ନେଇ ଭୁଲ୍ ପ୍ରଚାର କରାଯାଉଛି କି କୃଷକଙ୍କ ଜମି କଣ୍ଟ୍ରାକ୍ଟ ଫାର୍ମିଂ ମାଧ୍ୟମରେ ନିଆଯିବ । ରାଜନାଥ କହିଛନ୍ତି ଯେତେବେଳେ ବି ଦେଶରେ ବ୍ୟାପକ ସୁଧାର କରାଯାଇଛି ଏହାର ପ୍ରଭାବ ଦେଖିବାକୁ କିଛି ସମୟ ଲାଗିଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି କ୍ଷେତ୍ରରେ ସୁଧାର ଆଣିବାକୁ ଆରମ୍ଭ କରିଛନ୍ତି । ପ୍ରତିରକ୍ଷାମନ୍ତ୍ରୀ କୃଷକଙ୍କୁ ଅନୁରୋଧ କରିଛନ୍ତି କି ବର୍ଷେ ଦେଢ ବର୍ଷ କୃଷି ସୁଧାରକୁ ଦେଖି ନିଅନ୍ତୁ । ଏହି ଐତିହାସିକ କୃଷି ସୁଧାରରେ ସେହି ଲୋକମାନଙ୍କ ଗୋଡ ତଳୁ ମାଟି ଖସିଯାଇଛି, ଯେଉଁମାନେ କୃଷକଙ୍କ ନାଁରେ ନିଜର ସ୍ୱାର୍ଥ ସାଧନ କରୁଥିଲେ । ସେମାନଙ୍କ ଧନ୍ଦା ଶେଷ ହୋଇଯିବ । ସେଥିପାଇଁ ଜାଣିଶୁଣି ଦେଶର କିଛି ଅଞ୍ଚଳରେ ଏକ ଭୁଲ କାହାଣୀ ତିଆରି କରି କହୁଛନ୍ତି କି ଆମ ସରକାର ଏମ୍‌ଏସ୍‌ପି ବ୍ୟବସ୍ଥା ଉଠାଇ ଦେବାକୁ ଚାହୁଁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିଲେ ସୁନୀଲ ଜାଖର

ନୂଆଦିଲ୍ଲୀ,୧୯।୫: ଭାଜପାରେ ଯୋଗ ଦେଲେ ପଞ୍ଜାବ କଂଗ୍ରେସରର ବରିଷ୍ଠ ନେତା ସୁନୀଲ ଜାଖର। ଭାଜପା ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ଗୁରୁବାର ଯୋଗ ଦେଇଛନ୍ତି।...

ଭାରତରେ ଆକ୍ରମଣ ଷଡ଼ଯନ୍ତ୍ର: ଲଞ୍ଚ୍‌ପ୍ୟାଡ୍‌-୬ରେ ଆତଙ୍କବାଦୀଙ୍କୁ ତାଲିମ ଦେଉଛି ପାକିସ୍ତାନ

ଶ୍ରୀନଗର,୧୨।୩: ଭାରତରେ ଆତଙ୍କବାଦୀ ଆକ୍ରମଣ କରାଇବା ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ଏହି ମର୍ମରେ ନିୟନ୍ତ୍ରଣ ରେଖାଠାରୁ କିଛି କିଲୋମିଟର ଦୂରରେ ଜୈଶ୍‌ କମାଣ୍ଡର...

ସୋନଭଦ୍ରା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଯୋଗୀ

ସୋନଭଦ୍ରା,୨୧।୭: ଜମି ବିବାଦକୁ ନେଇ ଉତ୍ତର ପ୍ରଦେଶର ସୋନଭଦ୍ରାରେ ୧୦ ଜଣଙ୍କୁ ଗୁଳିକରି ହତ୍ୟା କରାଯିବା ପରେ ରାଜନୀତି ହୋଇଛି ଉଷ୍ମ। ଏହି ଘଟଣାକୁ ନେଇ...

ଚାଷୀଙ୍କ ହାବୁଡ଼ରେ ପଡିଲେ କଙ୍ଗନା

ଅମୃତସର,୩।୧୨: ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ପଞ୍ଜାବର ଚାଷୀମାନେ ଶୁକ୍ରବାର ଘେରିଯାଇଥିଲେ। କଙ୍ଗନା କାର୍‌ରେ ଯାଉଥିବା ବେଳେ କୃଷକମାନେ...

ରଣବୀରଗଡ଼ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ: ସର୍ଚ୍ଚ ଅପରେଶନ୍‌ ଜାରି

ଶ୍ରୀନଗର,୨୫।୭: ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗର ଉପକଣ୍ଠରେ ସେନା ପକ୍ଷରୁ ଆତଙ୍କବାଦୀଙ୍କ ବିରୋଧରେ ଏକ ବଡ଼ ସର୍ଚ୍ଚ ଅପରେଶନ୍‌ ଅଭିଯାନ ଆରମ୍ଭ କରାଯାଇଛି। ଶ୍ରୀନଗର ଉପକଣ୍ଠରେ ଥିବା...

ଦିଲ୍ଲୀରେ କମିଲା ଚିକେନ ଦାମ୍‌

ନୂଆଦିଲ୍ଲୀ,୧୧।୧: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ଥମି ନ ଥିବାବେଳେ ଏବେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ଏଠାରେ ୧୫ ପାର୍କରେ ୯୧ କାଉ...

ଶୁଭେନ୍ଦୁଙ୍କଠାରୁ ହାର୍‌ ମାନିବାକୁ ପ୍ରସ୍ତୁତ ନାହାନ୍ତି ଦିଦି: ଜୁନ୍‌ ୨୪ ଶୁଣାଣି

କୋଲକତା,୧୮।୬: ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଯାଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପରେ ସେ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟ...

ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ଯୋଗୀ

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ଯୋଗୀ ଆଦିତ୍ୟନାଥ ମାର୍ଚ୍ଚ ୨୫ରେ ପୁଣିି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହାର...

Advertisement
Archives

Model This Week