କରୋନାଠୁ କମ୍‌ ନୁହେଁ

ବିପ୍ଳବ

କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଟିକାକରଣରେ ଜାତୀୟ ହାରଠୁ ଓଡ଼ିଶା ଆଗରେ ରହିଛି। ପରିସଂଖ୍ୟାନ ଦୃଷ୍ଟିରୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁ ହାର ବେଶ୍‌ କମ୍‌।
ଏ ସବୁର ଶ୍ରେୟ ସରକାରଙ୍କୁ ଦିଆଯାଉଛି। ମାତ୍ର କରୋନାଠୁ ଆଉ ଗୋଟିଏ ବ୍ୟାଧି ଓଡ଼ିଶାକୁ କବଳିତ କରିଚାଲିଛି। ତାହା ହେଉଛି ନିଶା। ଯାହା କରୋନାଠୁ ଆହୁରି ଭୟଙ୍କର ହୋଇଥିଲେ ମଧ୍ୟ ତାହାର କ୍ଷତିକୁ ସରକାର ଅଣଦେଖା କରିଚାଲିଛନ୍ତି।
ମଦ ଶରୀର ପାଇଁ ଏକ ଅନୁଚିତ ପାନୀୟ। ବୈଜ୍ଞାନିକମାନେ କହିଛନ୍ତି, ମଦ୍ୟପାନ ଏକ ପ୍ରକାର ରୋଗ। ତାକୁ ଅଭ୍ୟାସ କରିବା ଯେତିକି ସହଜ ଛାଡ଼ିବା ଆହୁରି କଷ୍ଟକର। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ତଥ୍ୟରୁ ଜଣାଯାଏ, ଭାରତରେ ପ୍ରତିବର୍ଷ ୨.୬ଲକ୍ଷ ଲୋକଙ୍କର ମଦଜନିତ ମୃତ୍ୟୁ ଘଟିଥାଏ। ପ୍ରାୟ ଲକ୍ଷେ ଲୋକ ରାସ୍ତା ଦୁର୍ଘଟଣାରେ, ୩୦ହଜାର ପାଖାପାଖି ମଦ୍ୟପାନଜନିତ କ୍ୟାନ୍‌ସରରେ, ଆଉ ୧.୪ଲକ୍ଷ ଲୋକ ଲିଭର ସମସ୍ୟା ଯୋଗୁ ମୃତ୍ୟୁ ମୁଖରେ ପଡ଼ିଥାନ୍ତି। ମଦ୍ୟପ ଗାଡ଼ି ଚାଳକ ନିଜେ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁମୁଖରେ ପଡ଼ିବା ସହିତ ବେଳେ ବେଳେ ନିରୀହ ଲୋକର ଜୀବନ ନେଇଥାଏ। ଏହି ଦୁର୍ଘଟଣା ପାଇଁ କୋର୍ଟ କଚେରିରେ ଦୀର୍ଘଦିନ ଧରି ମକଦ୍ଦମା ଚାଲେ। ବୀମା କମ୍ପାନୀ କ୍ଷତି ପୂରଣ ଦିଏ ଅଥବା ସରକାର ମୃତବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ବାଧ୍ୟ ହୋଇଥାନ୍ତି। ଏହା ରାଜକୋଷରୁ ବ୍ୟୟ ହୋଇଥାଏ। ତଥାପି ସରକାର ମଦରୁ ଯଥେଷ୍ଟ ରାଜସ୍ବ ପାଉଛନ୍ତି ବୋଲି ଯୁକ୍ତି ଦର୍ଶାନ୍ତି।
ପରିସଂଖ୍ୟାନରୁ ଜଣାଯାଏ, ୨୦୨୦-୨୧ଆର୍ଥିକ ବର୍ଷରେ ସରକାର କମ୍‌ ଅବକାରୀ ରାଜସ୍ବ ପାଇଥିଲେ। କାରଣ ମହାମାରୀ କରୋନା ପାଇଁ ମଦଦୋକାନ ଖୋଲିବା ଲାଗି ଅନୁମତି ମିଳି ନ ଥିଲା। ହେଲେ କରୋନାରେ ସାମାନ୍ୟ ସୁଧାର ଆସୁ ଆସୁ ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଦେଲେ। ମଦ୍ୟପାନଜନିତ ପାରିବାରିକ ଓ ସାମାଜିକ ସମସ୍ୟା କଥା ସମ୍ପୂର୍ଣ୍ଣ ଭୁଲିଗଲେ। ଓଡ଼ିଶାରେ ମଦ୍ୟପାନଜନିତ ରାସ୍ତା ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ପରିସଂଖ୍ୟାନରୁ ଜଣାଯାଏ, ଏହା ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥଳେ ସରକାର ମଦ ବିକ୍ରି ପାଇଁ ଉତ୍ସାହିତ କରିବା ଓ ପୁରସ୍କାର ବ୍ୟବସ୍ଥା କରିବା ଦୁଃଖଦାୟକ। ଚଳିତବର୍ଷ ଜୁଲାଇର ସରକାରୀ ହିସାବରୁ ଜଣାଯାଏ, ଓଡ଼ିଶାର ମାସିକ ମଦବିକ୍ରି ପ୍ରାୟ ୫୬ଲକ୍ଷ ୧୬ହଜାର ଲିଟର ଅର୍ଥାତ୍‌ ଦୈନିକ ୧ଲକ୍ଷ ୮୭ହଜାର ଲିଟର ମଦ ପିଆଯାଉଛି। ଏପରି କ୍ଷେତ୍ରରେ ମଦ୍ୟପାନ ଜନିତ ଲାଭରୁ ରାଜ୍ୟ ଚଳେଇବାକୁ ଯୁକ୍ତି କରାଯାଉଛି। ଓଡ଼ିଶାରେ ମଦ ସମ୍ପୂର୍ଣ୍ଣ ନିଷେଧ ପାଇଁ ୨୦୧୩ରେ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିତ୍ଲା। ଏଥିରେ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଓଡ଼ିଶା ପ୍ରୋହିବିଶନ୍‌ ଆକ୍ଟ୍‌ ୧୯୫୬ ଅନୁଯାୟୀ ସାରା ରାଜ୍ୟରେ ମଦ ସମ୍ପୂର୍ଣ୍ଣ ନିଷେଧ କରାଯିବା କଥା। ମାତ୍ର ସରକାର ତା’ର ବିପରୀତ କାର୍ଯ୍ୟ କରିଚାଲିଛନ୍ତି। ଏ ସମ୍ପର୍କିତ ମାମଲା ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଅଜବ ଯୁକ୍ତି ଦର୍ଶାଯାଇଛି। ମଦ ବନ୍ଦ ହେଲେ ଅର୍ଥନୀତି ସହିତ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେବ। ବିଷାକ୍ତ ମଦ ଓ ନିଷିଦ୍ଧ ଡ୍ରଗ୍ସ କାରବାର ବଢ଼ିବ। ଏପରି କି ଗୁଜରାଟ ସରକାର ୧୯୫୧ରୁ ଓ ବିହାର ସରକାର ୨୦୧୬ରୁ ମଦ ନିଷିଦ୍ଧ କରି ବିଫଳ ହୋଇଛନ୍ତି ବୋଲି ଯୁକ୍ତି ଦର୍ଶାଇଛନ୍ତି। ଏ ଯୁକ୍ତି ବଡ଼ ଅଜବ। ମଦ ବିକ୍ରି ନ ହେଲେ ସେଇ ସୂତ୍ରରୁ ମିଳୁଥିତ୍ବା ରାଜସ୍ବ ମିଳିବନି ଆଉ ଅର୍ଥନୀତି ପ୍ରଭାବିତ ହୋଇପାରେ ଯଦି ଅନ୍ୟସୂତ୍ରରୁ ରାଜସ୍ବ ବୃଦ୍ଧି ନ ହୁଏ। ମାତ୍ର ପର୍ଯ୍ୟଟନ ଶିଳ୍ପ କିପରି ପ୍ରଭାବିତ ହେବ? ନିଷିଦ୍ଧ ଡ୍ରଗ୍ସ ଆଉ ଚୋରାମଦ କାରବାର ବନ୍ଦ କରିବା ଅବକାରୀ ବା ପୋଲିସ୍‌ ବିଭାଗର କାର୍ଯ୍ୟ। ତାକୁ ନ ରୋକି ସରକାର ନିଜେ ମଦ ବିକ୍ରି ସପକ୍ଷରେ ଯୁକ୍ତି କରିବା କେତେଦୂର ଗ୍ରହଣୀୟ?
ସତରେ କ’ଣ ସରକାରଙ୍କ ଅବକାରୀ ରାଜସ୍ବ ହ୍ରାସପାଇଲେ ରାଜ୍ୟ ଦରିଦ୍ର ହୋଇଯିବ, ସରକାରୀ କର୍ମଚାରୀମାନେ ଦରମା ଠିକ୍‌ ସମୟରେ ପାଇବେ ନାହିଁ, ସରକାର ବିଭିନ୍ନ ଯୋଜନାରେ ବାଣ୍ଟୁଥିବା ମାଗଣା ସୁବିଧା ହିତାଧିକାରୀମାନଙ୍କୁ ମିଳିବ ନାହିଁ? ଏମିତି ପ୍ରଶ୍ନ ମନରେ ଉଠେ। ଉଠିବା ବି ସ୍ବାଭାବିକ। ଧରାଯାଉ ଗୋଟିଏ ଲୋକ ମାସକୁ ୨ହଜାର ଟଙ୍କାର ମଦ ପିଏ। ଯଦି ସରକାରଙ୍କ ତରଫରୁ ରାଜ୍ୟରେ ମଦ ନିଷିଦ୍ଧ ହୋଇଯିବ ତେବେ ସେଇ ଲୋକ ୨ହଜାର ଟଙ୍କା କ’ଣ କରିବ? ତାକୁ ଫୋପାଡ଼ି ଦେବ କି ଅନ୍ୟକାମରେ ଲଗାଇବ? ଫୋପାଡ଼ିବ ନାହିଁ ନିଶ୍ଚୟ। ତାକୁ ବ୍ୟାଙ୍କରେ ଥୋଇବ ନ ହେଲେ ଘର ପାଇଁ କିଛି ଜିନିଷ କ୍ରୟ କରିବ ବା ଅନ୍ୟାନ୍ୟ ଖର୍ଚ୍ଚ କରିବ। ସେ ଯେଉଁ ଜିନିଷ କ୍ରୟ କରିବ ତା’ ଉପରେ ଟ୍ୟାକ୍ସ ଦେବ। କାରଣ ପ୍ରତ୍ୟେକ ଜିନିଷର ସର୍ବାଧିକ ଖୁଚୁରା ମୂଲ୍ୟରେ ସରକାରୀ ଟ୍ୟାକ୍ସ ମିଶିକରି ଥାଏ। ତେଣୁ ସରକାର କ୍ଷତି ସହିବାର ପ୍ରଶ୍ନ ଉଠୁ ନାହିଁ । ଯେମିତି ହେଲେ ସରକାରଙ୍କ ପାଖକୁ ରାଜସ୍ବ ଯିବ। ବରଂ ତା’ଅପେକ୍ଷା ମଦ୍ୟପାନ ଜନିତ ସଂଗଠିତ ଅପରାଧ, ଦୁର୍ଘଟଣା, କ୍ଷୟକ୍ଷତିରେ ସରକାରୀ ଅନୁଦାନ, କୋର୍ଟ କଚେରି ଥାନା ଖର୍ଚ୍ଚ, ଅବକାରୀ ଖର୍ଚ୍ଚ ଓ ଆମ୍ବୁଲାନ୍ସ ଖର୍ଚ୍ଚରୁ ସରକାରଙ୍କୁ ମୁକ୍ତି ମିଳିବ। କିଛି ଲୋକଙ୍କର ପରିବାର ସୁଧୁରି ଯିବ। ଯଦି ମହାମାରୀ କରୋନା ମୃତ୍ୟୁ ସହିତ ଆମ ମଦମୃତ୍ୟୁର ତୁଳନା କରାଯାଏ ତେବେ ତାହା ଖୁବ୍‌ ନଗଣ୍ୟ। କରୋନାରେ ଓଡ଼ିଶାରୁ ଦେଢ଼ ବର୍ଷ ଭିତରେ ଚଳିତ ବର୍ଷ ନଭେମ୍ବର ୧୨ ସୁଦ୍ଧା ୮୩୮୯ଜଣଙ୍କର ମୃତ୍ୟୁ ଘଟିଛି। ମାତ୍ର ମଦଜନିତ ମୃତ୍ୟୁସଂଖ୍ୟା ତାହା ତୁଳନାରେ ଢେର ଗୁଣରେ ଅଧିକ।
ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ବଳରେ କରୋନାକୁ ରୋକି ହେବ। ଏଥିପାଇଁ ଲକ୍‌ଡାଉନ୍‌, ଶଟ୍‌ ଡାଉନ୍‌ କରାଯାଉଛି। ବାଣିଜ୍ୟ, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ସରକାର ଜୀବନକୁ ପ୍ରାଥମିକତା ଦେଉଛନ୍ତି। ଆମକୁ ଘରେ ମାସ ମାସ ଧରି ବନ୍ଦ କରି ରଖିଛନ୍ତି। ତେବେ ତାହାଠୁ ଭୟଙ୍କର ମଦ ପାଇଁ କ’ଣ କରିଛନ୍ତି? ସାଧାରଣ ଲୋକଟି ଚାହିଁଲେ କରୋନା କବଳରୁ ବର୍ତ୍ତିପାରିବ, ମାତ୍ର ମଦ କବଳରୁ ବର୍ତ୍ତିବା ସହଜ ନୁହେଁ। ମଦର ପ୍ରସାରକୁ ରୋକିବା ପାଇଁ ମହିଳା ସଂଗଠନ ବା ମଦବିରୋଧୀ ସାମାଜିକ ଅନୁଷ୍ଠାନ ସାମୟିକ ଭାବରେ ଭଙ୍ଗାରୁଜା ବା ଆନ୍ଦୋଳନ କରିପାରିବେ। ତାହାଠାରୁ ଅଧିକ ଆଉ କିଛି କରିପାରିବେ ନାହିଁ। ସ୍ଥାନୀୟ ପୋଲିସ ଓ ପ୍ରଶାସନର କ୍ଷମତା ନାହିଁ କାୈଣସି ସ୍ବୀକୃତିପ୍ରାପ୍ତ ମଦଦୋକାନକୁ ବନ୍ଦ କରିପାରିବ। କେବଳ ସରକାର ଚାହିଁଲେ ଗୋଟିଏ ଆଇନ୍‌ ବଳରେ ପଦେକଥାରେ ବା ଦୁଇ ଚାରୋଟି ଦସ୍ତଖତ ବଦଳରେ ରାଜ୍ୟର ଭାଗ୍ୟ ବଦଳେଇପାରିବେ। ଏଥିପାଇଁ ସରକାର ନିଜର ମାନସିକତା ବଦଳେଇବା ଦରକାର। ଏକ ବିରାଟ ସଫଳତା ପଛରେ କିଛି ତ ବିଫଳତା ଆଉ ଅନ୍ତରାୟ ଆସିବ। ମାତ୍ର ଅବକାରୀ ରାଜସ୍ବରେ ସରକାର ତିଷ୍ଠିଛି ଏହା ଏକ ଅବାନ୍ତର ଯୁକ୍ତି।
ମକୁନ୍ଦପୁର,ବାଙ୍କୀ
ମୋ-୯୪୩୭୪୬୮୦୧୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri