ଏଇ ଭାରତରେ

ସମୟ ଚକ୍ରରେ ବହୁ ବରିଷ୍ଠ ନାଗରିକ ପରିବାର ପାଇଁ ଅଲୋଡ଼ା ହୋଇଯାଆନ୍ତି। ଏମିତି କି ଦିନକୁ ଦୁଇବେଳା ଖାଇବା ଯୋଗାଡ଼ କରିବା ସେମାନଙ୍କୁ କଷ୍ଟକର ହୋଇଯାଏ। ହେଲେ ମୁମ୍ବାଇର ଡ. ଉଦୟ ମୋଦି ଏଭଳି ଅସହାୟ ବରିଷ୍ଠ ନାଗରିକମାନଙ୍କ ସାହାରା ପାଲଟିଛନ୍ତି। ଲକ୍‌ଡାଉନ୍‌ ସମୟରୁ ପାଖାପାଖି ୧୩ ମାସ ହେବ ସେମାନଙ୍କୁ ଖାଦ୍ୟ ଦେଉଛନ୍ତି। ୫୧ ବର୍ଷୀୟ ଡ. ମୋଦି ମୁମ୍ବାଇର ଭାୟାନ୍ଦରସ୍ଥିତ କ୍ଲିନିକ୍‌ରେ ରୋଗୀ ସେବା କରିବା ସହ ସେଥିରୁ ସମୟ ବାହାର କରି ୩୦୦ ଅସହାୟ ବରିଷ୍ଠ ନାଗରିକଙ୍କୁ ଦିନକୁ ଦୁଇବେଳା ଖାଦ୍ୟ ଯୋଗାଉଛନ୍ତି। ଏଥିପାଇଁ ତାଙ୍କୁ ଲୋକେ ‘ଟିିଫିନ ଡାକ୍ତର’ ବୋଲି ସମ୍ବୋଧନ କରୁଛନ୍ତି। ୧୩ ବର୍ଷ ପୂର୍ବେ ତାଙ୍କ ନିକଟକୁ ଚିକିତ୍ସା ପାଇଁ ଜଣେ ବୟସ୍କ ଲୋକ ଆସିଥିଲେ । ଘରେ ପୁଅମାନେ ଖାଇବାକୁ ଦେଉ ନ ଥିବାରୁ ସେ ଡାକ୍ତରଙ୍କୁ ଖାଦ୍ୟ ମାଗିଥିଲେ। ଏହି ଘଟଣା ଦେଖି ଡ. ମୋଦିଙ୍କ ମନୋଭାବ ପରିବର୍ତ୍ତନ ହୋଇଯାଇଥିତ୍ଲା ଓ ଏଭଳି ଅସହାୟଙ୍କୁ ଠାବ କରିବା ଲାଗି ପ୍ରଚାରପତ୍ର ବାଣ୍ଟିଥିଲେ। ଡ. ମୋଦିଙ୍କ ସ୍ତ୍ରୀ ପ୍ରଥମ ୧୫ ଦିନ ୧୧ ଜଣଙ୍କୁ ରୋଷେଇ କରି ଖାଇବାକୁ ଦେଇଥିଲେ। ଅସହାୟଙ୍କ ସଂଖ୍ୟା ବଢ଼ିବା ପରେ ସେ ଏକ ଟ୍ରଷ୍ଟ ଗଠନ କରି ଖାଦ୍ୟ ରୋଷେଇ ଓ ବଣ୍ଟନ ବ୍ୟବସ୍ଥା ନିଜ ଖର୍ଚ୍ଚରେ କରୁଛନ୍ତି। ଏଥିପାଇଁ କର୍ମଚାରୀ ନିଯୁକ୍ତ କରିଛନ୍ତି । ଦୁଇଟି ଟେମ୍ପୋ ଓ ୪ଟି ଭ୍ୟାନ୍‌ରେ କର୍ମଚାରୀମାନେ ଖାଦ୍ୟ ବାଣ୍ଟୁଛନ୍ତି। ଏ ବାବଦରେ ଡ. ମୋଦି ମାସକୁ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ପାଇଁ ଭୋକ

ଭୂପେନ୍ଦ୍ର ପଟେଲ ୧୨ ଡିସେମ୍ବର ୨୦୨୨ରେ ଗୁଜରାଟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଭାରତୀୟ ଜନତା ପାର୍ଟି (ଭାଜପା) ଗୁଜରାଟ ବିଧାନସଭା ନିର୍ବାଚନରେ...

ଏଇ ଭାରତରେ

କୋଭିଡ୍‌ ମହାମାରୀରେ ଜୀବନ ସଙ୍କଟରେ ପଡିଯାଇଛି। ବିଶେଷକରି ପିଲାମାନେ ପାଠପଢାରେ ସମସ୍ୟାର ସମ୍ମୁୁଖୀନ ହୋଇଛନ୍ତି। ଅନ୍‌ଲାଇନ୍‌ରେ ପଢୁଥିଲେ ବି କେବେ ସେମାନେ ସ୍କୁଲକୁ ଯିବେ ତାହା...

ଅସାନି ଆସିଲା

ଚଳିତ ବର୍ଷ ମେ’ ପ୍ରଥମାର୍ଦ୍ଧରେ ପ୍ରଚଣ୍ଡ ତାତି ମଧ୍ୟରେ ଅସାନି ବାତ୍ୟା ଚିନ୍ତାର କାରଣ ପାଲଟିଛି। ପ୍ରତିବର୍ଷ ବାତ୍ୟା ଯୋଗୁ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ,...

ଏଇ ଭାରତରେ

ସ୍ବର୍ଣ୍ଣଚମ୍ପା ଫୁଲଚାଷରୁ ବର୍ଷକୁ ୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମହାରାଷ୍ଟ୍ରର କୃଷକ ରବର୍ଟ ଡିବ୍ରିଟୋ। ଏହା ସହ ସେ ୨୫ଟି ଗାଁରେ ଏହି ଫୁଲଚାଷ...

ବାରୁଦଗଦାରେ ବିଶ୍ୱ

ଡ. ପ୍ରଫୁଲ୍ଲ କୁମାର ସାହୁ ୧୯୪୫ ମସିହା ଅଗଷ୍ଟ ୬ ତାରିଖ ମାନବ ସଭ୍ୟତା ଇତିହାସର କଳାଦିବସ। ସେଦିନ ସକାଳ ହେବା ଆଗରୁ ‘ଇନାଲୋ ଗେ’...

ଶେଷ ଲକ୍ଷ୍ୟ ଅଙ୍ଗଦାନ

ଡା. ଉମେଶ ଚନ୍ଦ୍ର ପାତ୍ର ଅଙ୍ଗଦାନ ଏପରି ଏକ ପ୍ରକ୍ରିୟା ଯେଉଁଥିରେ ଜଣେ ବ୍ୟକ୍ତି (ମୃତ ଓ ଜୀବିତ) ଠାରୁ ସୁସ୍ଥ ଅଙ୍ଗ ଏବଂ ଟିସୁକୁ...

ପାଇକ ବିଦ୍ରୋହ ଓ ଜୟୀ ରାଜଗୁରୁ

ଡ. ପ୍ରଫୁଲ୍ଲ କୁମାର ସାହୁ ଭାରତୀୟ ମୁକ୍ତି ସଂଗ୍ରାମର ଇତିହାସର ପ୍ରଥମ ଶହୀଦ ଜୟୀ ରାଜଗୁରୁ(ଜୟକୃଷ୍ଣ ରାଜଗୁରୁ)। ଓଡ଼ିଆ ଅସ୍ମିତା ଓ ବୀରତ୍ୱର କିମ୍ବଦନ୍ତୀ ପୁରୁଷ।...

ଆତ୍ମନିର୍ଭର ଓଡ଼ିଶା

ଶ୍ୱେତପଦ୍ମାସିନୀ ମହାନ୍ତି   ଓଡ଼ିଶା ‘ଆତ୍ମନିର୍ଭର’ ହେବା ଦରକାର। କିନ୍ତୁ ଏହା ରୋଜଗାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିନି। ପାଠୁଆ, ଅପାଠୁଆ ଓଡ଼ିଆ ପୁଅଙ୍କ ପାଇଁ ଓଡ଼ିଶାରେ...

Advertisement
Archives

Model This Week