Posted inଫୁରସତ

ନାହିଁ ସେଇ ମଜା

ଦୂର ଜାଗା ମନା:କରୋନା ପାଇଁ ଲାଗିଥିବା କଟକଣା କାରଣରୁ ଏବର୍ଷ ବୁଲାବୁଲି କରିବାର ସୁଯୋଗ ମିଳିନି। ହେଲେ ବର୍ଷ ଶେଷ ବେଳକୁ ଖ୍ରୀଷ୍ଟମାସ ଆଉ ନୂଆବର୍ଷ ପାଳିବାକୁ ଲୋକଙ୍କ ମନରେ କିଛିଟା ଉତ୍ସାହ ଦେଖାଦେଇଛି। ଏପଟେ କଟକଣା ଟିକିଏ କୋହଳ ହୋଇଥିବାରୁ ବିଭିନ୍ନ ପର୍ଯ୍ୟଟନ ସ୍ଥାନକୁ ଯିବାର ଅନୁମତି ବି ମିଳିଲାଣି। ତେଣୁ ପିଲାଙ୍କୁ ସପରିବାରେ ଧରି ଏବେ ଅନେକେ ପିକ୍‌ନିକ୍‌ କରିବା ଆରମ୍ଭ କରିଛନ୍ତି। କରୋନା କଟକଣା ଭିତରେ ପିକ୍‌ନିକ୍‌ ପାଇଁ ଲୋକେ ଏବେ ପାଖ ସ୍ଥାନକୁ ହିଁ ଯିବାକୁ ଇଚ୍ଛା କରୁଛନ୍ତି।
ସାନିଟାଇଜର, ମାସ୍କ: ଆଗରୁ ପିକ୍‌ନିକ୍‌ ଯିବା ପୂର୍ବରୁ ପାଣି ବୋତଲ, ଖାଦ୍ୟ, ପୋଷାକ ଆଦି ବିଭିନ୍ନ ଜିନିଷ ସାଇତି ସାଙ୍ଗରେ ନେବାକୁ ପଡୁଥିଲା, କିନ୍ତୁ ଏବେ ସର୍ବପ୍ରଥମେ ସାନିଟାଇଜର ଆଉ ମାସ୍କର ଆବଶ୍ୟକତା ରହିଛି। କୌଣସି ସ୍ଥାନକୁ ଯିବା ପରେ ସେଠାରେ ପ୍ରଥମେ ସାନିଟାଇଜ୍‌ କରିବା ଉଚିତ। ଏହା ସହିତ ବାହାରେ ଲୋକଙ୍କ ସଂସ୍ପର୍ଶରେ ଆସିବାବେଳେ ମାସ୍କ ପିନ୍ଧିବା କିମ୍ବା ଦୂରତା ବଜାୟ ରଖିବା ନିହାତିଭାବେ ବୁଦ୍ଧିମାନର କଥା।
ପିକ୍‌ନିକ୍‌ ସ୍ପଟ: ପିକ୍‌ନିକ୍‌ କରିବା ପାଇଁ ପ୍ରାୟତଃ ଲୋକେ ବସ୍‌ କିମ୍ବା ଟ୍ରେନ ଅବା ନିଜର ଗାଡ଼ି କରି ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। କିନ୍ତୁ ଏଥର କରୋନା ସବୁଥିରେ ବ୍ରେକ୍‌ ଲଗାଇଛି। ଲୋକେ କଟକଣା ଭିତରେ ପିକ୍‌ନିକ୍‌ ତ କରୁଛନ୍ତି, କିନ୍ତୁ ପିକ୍‌ନିକ୍‌ ନିମନ୍ତେ ପୂର୍ବଭଳି ବିଭିନ୍ନ ପର୍ଯ୍ୟଟନ ସ୍ଥାନ ଯାଉ ନାହାନ୍ତି। ଘରେ ସମସ୍ତେ ଏକାଠି ବାହାରକୁ ଆସି ଶପିଂ କରିବା କି ବୁଲାବୁଲି କରି ଖିଆପିଆ କରିବା ବି ଏବେ ପିକ୍‌ନିକ୍‌ ଭଳି ମଜା ନେଉଛନ୍ତି। କାରଣ ମାସ ମାସ ଧରି ଘର ଭିତରେ ରହିବା ଫଳରେ ସମସ୍ତେ ଏକାଠି ହୋଇ ବାହାରେ ବୁଲିବା ବି ଏକପ୍ରକାରର ପିକ୍‌ନିକ୍‌। ତା’ ଛଡ଼ା ପିକ୍‌ନିକ୍‌ ସ୍ପଟଗୁଡ଼ିକ କାଳେ ଗହଳି ହେଉଥିବ ଭାବି ଅନେକେ ମଧ୍ୟ ସେଠାକୁ ଯାଉ ନାହାନ୍ତି।
ବେପାର ମାନ୍ଦା: ପିକ୍‌ନିକ୍‌ ପାଇଁ ବିଭିନ୍ନ ସଂସ୍ଥା ଦୁଇ ଦିନିଆ, ପାଞ୍ଚ ଦିନିଆ, ସାତ ଦିନିଆ କି ୧୫ ଦିନିଆ ପ୍ୟାକେଜ୍‌ ବି ଦେଇଥାନ୍ତି। ସାଧାରଣତଃ ପରିବାରର ସବୁ ସଦସ୍ୟ ବର୍ଷକୁ ଥରେ ଏହି ସମୟରେ ଖ୍ରୀଷ୍ଟମାସ ଆଉ ନୂଆବର୍ଷ ଛୁଟିଥିବାରୁ ପିକ୍‌ନିକ୍‌ କରିବାକୁ ଯାଇଥାନ୍ତି। ଏବର୍ଷ କିନ୍ତୁ କରୋନା ପାଇଁ ବିଭିନ୍ନ ଟ୍ରାଭେଲ ଏଜେନ୍ସିରେ ଆଉ ଭିଡ଼ ହୋଇନି। କାରଣ ଲୋକେ ପିକ୍‌ନିକ୍‌ ପାଇଁ ଦୂର ଜାଗାକୁ ଯାଇ ନାହାନ୍ତି। ଏହି ଦୃଷ୍ଟିରୁ ଟ୍ରାଭେଲ ଏଜେନ୍ସିଗୁଡ଼ିକର ବେପାର ବି ଢେର୍‌ ମାନ୍ଦା ପଡ଼ିଛି।
ଘର ଖାଦ୍ୟ: କାଁ ଭାଁ ପିକ୍‌ନିକ୍‌ ପାଇଁ ପରିବାର ମିଶି କେଉଁଠିକୁ ଯାଉଛନ୍ତି। ହେଲେ ଏଥିପାଇଁ ଗୃହିଣୀମାନେ ପ୍ରାୟତଃ ଘରୁ ଖାଦ୍ୟ ତିଆରି କରିବା ପାଇଁ ଚେଷ୍ଟା କରୁଛନ୍ତି। କରୋନା ପାଇଁ ଏବେ ଗୃହିଣୀମାନେ ବେଶି ସଚେତନ। ପରିବାରରେ ସମସ୍ତଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନେ ନିଜେ ଖାଦ୍ୟ ତିଆରି କରି ସାଙ୍ଗରେ ନେବାକୁ ଉଚିତ ମନେ କରୁଛନ୍ତି। ନିହାତି ଛୋଟ ମୋଟ ସ୍ନାକ୍ସ ହୁଏତ ବାହାରୁ କିଣି ଖାଇହେବ କିନ୍ତୁ ମୁଖ୍ୟ ରନ୍ଧା ଖାଦ୍ୟ ଘରେ ଖାଇବା ଭଲ ବୋଲି ଗୃହିଣୀମାନେ ମତ ଦେଉଛନ୍ତି।

ଏମାନେ ଯାହା କହନ୍ତି
ଅପେକ୍ଷା ଆରବର୍ଷକୁ: ପ୍ରତିବର୍ଷ ଆମେ ଡିସେମ୍ବର ମାସରେ ଫ୍ୟାମିଲି ପିକ୍‌ନିକ୍‌ରେ ଯାଉ। କିନ୍ତୁ ଏଥର ପିକ୍‌ନିକ୍‌ ପାଇଁ କୌଣସି ଦୂର ଜାଗାକୁ ଯାଇ ହେଲାନି। ବାବା ମନାକଲେ କରୋନା ପାଇଁ ଦୂରକୁ ଯାଇହେବନି, ତେଣୁ ଏଇଠି ପାଖକୁ ଯାଇ ବୁଲି ଆସିବା। ସେଥିପାଇଁ ଆମେ କୋଣାର୍କ ଯାଇଥିଲୁ। ମନ୍ଦିର ଭିତରକୁ ସିନା ଯାଇ ପାରିଲୁନି ହେଲେ ବେଳାଭୂମିରେ କିଛି ସମୟ କଟାଇ ଗୋଟିଏ ଦିନରେ ଫେରି ଆସିଲୁ। ହେଲେ ପିକ୍‌ନିକ୍‌ରେ ବି ଆମକୁ ଘର ତିଆରି ଖାଇବା ଜିନିଷ ହିଁ ମିଳିଲା। ମାମା ଘରୁ ସବୁ ରୋଷେଇ କରି ନେଇଥିଲେ ଆମେ ସେଇଠି ବସି ଖାଇଲୁ। ବାହାରୁ କିଛି ଖାଇବା ପାଇଁ ବାବା ମନାକଲେ। କରୋନା ପାଇଁ ପିକ୍‌ନିକ୍‌ର କିଛି ମଜା ଆସିଲାନି। ସେଥିପାଇଁ ବାବା କହିଛନ୍ତି କରୋନା ପୂରା କମିଗଲେ ଆଉ ଥରେ ଆମେ ପିକ୍‌ନିକ୍‌ କରିବୁ।
-ଅଭୀପ୍‌ସା ପତି, ଯୁକ୍ତ ଦୁଇ ଛାତ୍ରୀ, ଶୈଳବାଳା ମହିଳା ମହାବିଦ୍ୟାଳୟ, କଟକ
ଗାଁକୁ ଗଲେ ପିକ୍‌ନିକ୍‌ ଭଳି ଲାଗେ
ଏବର୍ଷ ପିକ୍‌ନିକ୍‌ ଯିବାକଥା ଆମେ ଭାବିନୁ। କରୋନା ପାଇଁ ତ ସବୁଆଡ଼େ କଟକଣା। ତେଣୁ ପିକ୍‌ନିକ୍‌ର କିଛି ମଜା ଆସିବନି। କିନ୍ତୁ ନୂଆ ବର୍ଷରେ କେତେଜଣ ନିକଟ ସମ୍ପର୍କୀୟଙ୍କ ସହିତ ଏକାଠି ମିଶି ପାର୍ଟି କରିବୁ ବୋଲି ଭାବିଛୁ। ସେଥିପାଇଁ ଆମେ ସମସ୍ତେ ଗାଁକୁ ଯିବୁ ଆଉ ନୂଆବର୍ଷ ପରଦିନ ଫେରି ଆସିବୁ। ଅବଶ୍ୟ ଗାଁରେ ଥରେ ବୁଲି ଆସିଲେ ପିକ୍‌ନିକ୍‌ ଭଳି ହିଁ ଲାଗିଥାଏ। କିନ୍ତୁ ଦୂର ଜାଗାକୁ ଏବର୍ଷ ଯାଇ ହେଲାନି।
-ରିତୁ ରୌମ୍ୟା ସାମଲ,
ଫିଜିକ୍ସ ଛାତ୍ରୀ, କିଟ୍‌, ଭୁବନେଶ୍ୱର
ବୁଲାବୁଲି କଲେ ପିକ୍‌ନିକ୍‌ ଭଳି ଲାଗୁଛି: ଏବର୍ଷ ଆରମ୍ଭରୁ ପ୍ରାୟ ବର୍ଷେ ହେଲାଣି ଘରେ ରହି ସମସ୍ତେ ବୋର୍‌ ହୋଇଗଲେଣି। ତେଣୁ ପିକ୍‌ନିକ୍‌ ଯାଇ ନ ଥିଲେ ପିଲାଙ୍କ ମୁଣ୍ଡ ଖରାପ ହୋଇ ଯାଇଥାନ୍ତା। ପାଖ ଜାଗା ସବୁ ହେଉ ପଛକେ ସମସ୍ତେ ଏକାଠି ଟିକେ ବାହାରକୁ ଯାଇ ବୁଲାବୁଲି କରି ଖିଆପିଆ କରି ଆସିଲୁଣି। ନୂଆବର୍ଷକୁ ଟିକେ ଭଲକି ମନେଇବାକୁ ପ୍ଲାନ କରିଛୁ। ଏବେ କରୋନା ଭୟ ଟିକେ କମ୍‌ ହୋଇଥିବାରୁ ଆମେ ସମସ୍ତେ ବାହାରକୁ ମାସ୍କ ପିନ୍ଧି ସାନିଟାଇଜର ନେଇ ଯାଉଛୁ ଆଉ ପରିଷ୍କାର ପରିଚ୍ଛନ୍ନ ହୋଟେଲ ଦେଖି ଖାଉଛୁ।
-ପ୍ରଭାସିନୀ ସାମନ୍ତରାୟ, ଗୃହିଣୀ, ରାମ୍ପୋ, ମାର୍କୋଣା, ବାଲେଶ୍ୱର
ବେଶି ମଜା ଲାଗିଲାନି: ପିକ୍‌ନିକ୍‌ ତ ଆମେ ଯାଇଥିଲୁ। କରୋନା କଟକଣା ଟିକେ କୋହଳ ହେଲାଣି ବୋଲି ପିଲାମାନଙ୍କ ସହ ଯାଇ ଟିକେ ବୁଲି ଆସିଲୁ। ଗୋଟିଏ ଦିନରେ କେବଳ ଏଇ ପାଖ ଜାଗାକୁ ଯାଇ ଫେରି ଆସିଲୁ। ମତେ କିନ୍ତୁ ଏଥର ପିକ୍‌ନିକ୍‌ର ମଜା ଜମାରୁ ଆସିଲାନି। କାହିଁକି ନା ସବୁ ଦିନ ଭଳି ମୁଁ ହିଁ ରୋଷେଇ କରି ଘରୁ ସାଙ୍ଗରେ ନେଇଗଲି ଆଉ ପାର୍କରେ ବସି ମୁଁ ହିଁ ଖାଦ୍ୟ ପରଷିଲି। କରୋନା ପାଇଁ କୌଣସି ହୋଟେଲରେ ଖାଇଲୁନି। ବାହାରେ ବୁଲି ବାହାରେ ଖାଇବାର ମଜା ଟିକେ ଅଲଗା। ଖାଲି ପିଲାମାନେ ଜିଦ୍‌ କଲେ ବୋଲି ଆମେ ସମସ୍ତେ ଗୋଟିଏ ଗାଡ଼ିରେ ଯାଇ ଫେରି ଆସିଲୁ।
-ସ୍ମିତାଞ୍ଜଳି ବେହେରା, ଗୃହିଣୀ, ପ୍ରତାପନଗରୀ, କଟକ

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri