Posted inଫୁରସତ

ନା ଫଳ ନା ପରିବା

ଝୁଡିରେ ରଖାଯାଇଥିବା ତାଜା କମଳା ହେଉ କି ସଦ୍ୟ ଖୋଳା ହୋଇ ଅଣାଯାଇଥିବା ଆଳୁର ଏହି ଫଟୋ ଦେଖି ଭାରି ଇଚ୍ଛା ହେଉଥିବ ଏମିତି ତାଜା ଫଳ ଓ ପନିପରିବା ମିଳନ୍ତା କି! କିନ୍ତୁ ଜାଣି ରଖନ୍ତୁ ଏସବୁ ସତସତିକା ନୁହେଁ। ଯଦି ଏହାକୁ ଛୁରିରେ କାଟିବେ ତେବେ ଜାଣିପାରିବେ ଏହା କ’ଣ। ପ୍ରକୃତରେ ଏହି ତାଜା ଫଳ ଓ ପନିପରିବା ହେଉଛି ବନ୍‌ ଓ କେକ୍‌। ଏହାକୁ ପ୍ରସ୍ତୁତ କରିଛନ୍ତି ଭିଏତ୍‌ନାମର ମିଷ୍ଟାନ୍ନ ପ୍ରସ୍ତୁତକାରୀ ଲି ଥୁୟ। ପ୍ରଥମେ ଷ୍ଟିମ୍‌ଡ ବନ ତିଆରି କରିବା ପରେ ଏହା ଉପରେ ଖାଇବା ରଙ୍ଗ ଏସେନ୍‌ସିଆଲ ଅଏଲ୍‌ ଆଦି ବ୍ୟବହାର କରି ତାକୁ ସତସତିକା ଫଳ ଓ ପରିବାର ରୂପ ଦିଅନ୍ତି। ସେ ତିଆରି କରିଥିବା ଆଳୁ ତ ଏତେ ବାସ୍ତବ ଲାଗେ ଯେ, ନ କାଟିବା ପର୍ଯ୍ୟନ୍ତ କେହି ବିଶ୍ୱାସ କରିପାରିବେ ନାହିଁ ତାହା ଆଳୁ ନୁହେଁ ବନ୍‌ ବୋଲି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀରେ ଲାଗିବ ସୂର୍ଯ୍ୟପରାଗ, ସୂର୍ଯ୍ୟ ଚାରିପଟେ ଦେଖାଯିବ ନିଆଁର ବଳୟ! କେବେ ଦେଖି ନ ଥିବେ…

୬ ଫେବୃଆରୀ ୨୦୨୭ ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଆକାଶରେ ‘ରିଙ୍ଗ ଅଫ ଫାୟାର୍‌’ (Ring of Fire) ଅର୍ଥାତ ନିଆଁର ବଳୟ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri