ଜମିହରା ଆଦିବାସୀଙ୍କୁ ମିଳୁନି କ୍ଷତିପୂରଣ

ଯୋଡ଼ା/ଚମ୍ପୁଆ,୨୮ା୯(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ତହସିଲ ଅନ୍ତର୍ଗତ କଇନ୍ତା ଗ୍ରାମରେ ଥିବା ଆଦିବାସୀଙ୍କ ଜମିକୁ କାନପୁର ବୃହତ୍‌ ଜଳସେଚନ ପ୍ରକଳ୍ପ ପାଇଁ ଅଧିଗ୍ରହଣ ପରେ ବି ଆର୍ଥିକ କ୍ଷତିପୂରଣ ମିଳି ନ ଥିବା ଅଭିଯୋଗ ହୋଇଛି। ଦୀର୍ଘ ୧୦ ବର୍ଷ ହେଲା ଅଭିଯୋଗ କରିଆସୁଥିଲେ ବି କେହି କର୍ଣ୍ଣପାତ କରୁନଥିବା ବିସ୍ଥାପିତମାନେ କହିଛନ୍ତି।
କାନପୁର ପ୍ରକଳ୍ପ ଦ୍ବାରା ପୂର୍ବରୁ ବିସ୍ଥାପିତ ହୋଇଥିବା ରେଭେନ୍ସାପୁର (କ) ଗ୍ରାମର ଜଗନ୍ନାଥ ତିରିଆ, ନାରାୟଣ ତିରିଆ ଓ ଅମିତ୍ ତିରିଆଙ୍କ କଇନ୍ତା ଗ୍ରାମରେ ଥିବା ଖାତା ନଂ. ୧୬୧/୩୭ ଓ ପ୍ଲଟ ନଂ. ୬୦/୨୨୪୫ରେ ପ୍ରାୟ ୪୦ ଡିସିମିଲ ଜମି ରହିଥିଲା। ଏହାକୁ କାନପୁର ପ୍ରକଳ୍ପ ପକ୍ଷରୁ ଦୀର୍ଘ ୧୦ ବର୍ଷ ହେଲା ଜମି ଅଧିଗ୍ରହଣ କରାଯାଇ ସେଠାରେ ଶାଖା କେନାଲ ନିର୍ମାଣ କାର୍ଯ୍ୟ କରାଯାଉଛି। ମାତ୍ର ପର୍ଯ୍ୟନ୍ତ ସେମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇ ନାହିଁ। ଏ ନେଇ ଜମି ମାଲିକମାନେ ଗତ ୪ ମେ ୨୦୧୬ ରେ ଲିଖିତ ଭାବେ ପ୍ରକଳ୍ପର ସ୍ବତନ୍ତ୍ର ଭୂ ଅର୍ଜନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ କ୍ଷତିପୂରଣ ଦିଆଯାଇ ନାହିଁ। ଜମିହରାମାନେ ଆହୁରି ମଧ୍ୟ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଓଡ଼ିଶା ସରକାରଙ୍କ ପୁନର୍ବାସ ଓ ପୁନଃ ଥଇଥାନ ନୀତି ୨୦୦୬ ଅନୁଯାୟୀ, ଯେଉଁ ପରିବାର ଏକାଧିକବାର ବିସ୍ଥାପିତ ହେଉଥିବେ, ତାଙ୍କୁ ସ୍ବାଭାବିକ ଭାବେ ପ୍ରାପ୍ୟ କ୍ଷତିପୂରଣ ବ୍ୟତୀତ ଉକ୍ତ ରାଶିର ଶତକଡ଼ା ୫୦ ପ୍ରତିଶତ ଅତିରିକ୍ତ କ୍ଷତିପୂରଣ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ହେଲେ ଏଠାରେ ଏହାର ବ୍ୟତିକ୍ରମ ଘଟିଛି। କାରଣ ପୂର୍ବରୁ ବିସ୍ଥାପିତ ହୋଇ ପୁନର୍ବାର ଜମି ହରାଇଥିଲେ ହେଁ ସେମାନଙ୍କୁ ଆର୍ଥିକ କ୍ଷତିପୂରଣ ମିଳି ପାରି ନ ଥିବା ଜମି ମାଲିକ ଜଗନ୍ନାଥ ତିରିଆ ଅଭିଯୋଗ କରି କହିଛନ୍ତି। ଆଦିବାସୀ ଜମି ଅଧିଗ୍ରହଣ ପରେ ବି ପ୍ରକଳ୍ପ କର୍ତ୍ତୃପକ୍ଷ କାହିଁକି ଚୁପ୍‌ ରହିଛନ୍ତି। ସେମାନଙ୍କୁ କାହିଁକି କ୍ଷତିପୂରଣ ପ୍ରଦାନରେ ବିଳମ୍ବ କରାଯାଉଛି। ଏଥିପ୍ରତି ସରକାର ଦୃଷ୍ଟି ଦେବା ପାଇଁ ସେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ: କୋଲକାତାର ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ, ୯।୭(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରେ ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ ଉଡ଼ୁଥିବା…

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ବରଗଡ଼ ଗସ୍ତରେ କମିଶନର ରାମଚନ୍ଦ୍ର ଯାଦବ: କୁରୁଆଁ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ କଲେ ପରିଦର୍ଶନ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ବୁଧବାର ବରଗଡ଼ ଜିଲା ଗସ୍ତରେ ଆସିଥିଲେ ।…

ବରଗଡ଼ର ଗୌରବ: ଆନ୍ତର୍ଜାତୀୟ ଚେସ୍ ‘ଫିଡେ ରେଟିଂ’ ହାସଲ କଲେ ରୋନକ୍ କୁମାର

ବରଗଡ,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ଜଣେ କୁନି ଚେସ୍ ଖେଳାଳି। ବରଗଡ଼ ଚେସ୍ ଆସୋସିଏସନ ତରଫରୁ ପରିଚାଳିତ ପ୍ରଶିକ୍ଷଣ କେନ୍ଦ୍ର…

ଭଞ୍ଜନଗର ଏଏସପିଙ୍କ ମହାନତା: ରାସ୍ତା କଡ଼ରେ ପଡ଼ିଥିବା ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଏଏସପିଙ୍କ ଏହିଭଳି…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri