ଜମିହରା ଆଦିବାସୀଙ୍କୁ ମିଳୁନି କ୍ଷତିପୂରଣ

ଯୋଡ଼ା/ଚମ୍ପୁଆ,୨୮ା୯(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ତହସିଲ ଅନ୍ତର୍ଗତ କଇନ୍ତା ଗ୍ରାମରେ ଥିବା ଆଦିବାସୀଙ୍କ ଜମିକୁ କାନପୁର ବୃହତ୍‌ ଜଳସେଚନ ପ୍ରକଳ୍ପ ପାଇଁ ଅଧିଗ୍ରହଣ ପରେ ବି ଆର୍ଥିକ କ୍ଷତିପୂରଣ ମିଳି ନ ଥିବା ଅଭିଯୋଗ ହୋଇଛି। ଦୀର୍ଘ ୧୦ ବର୍ଷ ହେଲା ଅଭିଯୋଗ କରିଆସୁଥିଲେ ବି କେହି କର୍ଣ୍ଣପାତ କରୁନଥିବା ବିସ୍ଥାପିତମାନେ କହିଛନ୍ତି।
କାନପୁର ପ୍ରକଳ୍ପ ଦ୍ବାରା ପୂର୍ବରୁ ବିସ୍ଥାପିତ ହୋଇଥିବା ରେଭେନ୍ସାପୁର (କ) ଗ୍ରାମର ଜଗନ୍ନାଥ ତିରିଆ, ନାରାୟଣ ତିରିଆ ଓ ଅମିତ୍ ତିରିଆଙ୍କ କଇନ୍ତା ଗ୍ରାମରେ ଥିବା ଖାତା ନଂ. ୧୬୧/୩୭ ଓ ପ୍ଲଟ ନଂ. ୬୦/୨୨୪୫ରେ ପ୍ରାୟ ୪୦ ଡିସିମିଲ ଜମି ରହିଥିଲା। ଏହାକୁ କାନପୁର ପ୍ରକଳ୍ପ ପକ୍ଷରୁ ଦୀର୍ଘ ୧୦ ବର୍ଷ ହେଲା ଜମି ଅଧିଗ୍ରହଣ କରାଯାଇ ସେଠାରେ ଶାଖା କେନାଲ ନିର୍ମାଣ କାର୍ଯ୍ୟ କରାଯାଉଛି। ମାତ୍ର ପର୍ଯ୍ୟନ୍ତ ସେମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇ ନାହିଁ। ଏ ନେଇ ଜମି ମାଲିକମାନେ ଗତ ୪ ମେ ୨୦୧୬ ରେ ଲିଖିତ ଭାବେ ପ୍ରକଳ୍ପର ସ୍ବତନ୍ତ୍ର ଭୂ ଅର୍ଜନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ କ୍ଷତିପୂରଣ ଦିଆଯାଇ ନାହିଁ। ଜମିହରାମାନେ ଆହୁରି ମଧ୍ୟ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଓଡ଼ିଶା ସରକାରଙ୍କ ପୁନର୍ବାସ ଓ ପୁନଃ ଥଇଥାନ ନୀତି ୨୦୦୬ ଅନୁଯାୟୀ, ଯେଉଁ ପରିବାର ଏକାଧିକବାର ବିସ୍ଥାପିତ ହେଉଥିବେ, ତାଙ୍କୁ ସ୍ବାଭାବିକ ଭାବେ ପ୍ରାପ୍ୟ କ୍ଷତିପୂରଣ ବ୍ୟତୀତ ଉକ୍ତ ରାଶିର ଶତକଡ଼ା ୫୦ ପ୍ରତିଶତ ଅତିରିକ୍ତ କ୍ଷତିପୂରଣ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ହେଲେ ଏଠାରେ ଏହାର ବ୍ୟତିକ୍ରମ ଘଟିଛି। କାରଣ ପୂର୍ବରୁ ବିସ୍ଥାପିତ ହୋଇ ପୁନର୍ବାର ଜମି ହରାଇଥିଲେ ହେଁ ସେମାନଙ୍କୁ ଆର୍ଥିକ କ୍ଷତିପୂରଣ ମିଳି ପାରି ନ ଥିବା ଜମି ମାଲିକ ଜଗନ୍ନାଥ ତିରିଆ ଅଭିଯୋଗ କରି କହିଛନ୍ତି। ଆଦିବାସୀ ଜମି ଅଧିଗ୍ରହଣ ପରେ ବି ପ୍ରକଳ୍ପ କର୍ତ୍ତୃପକ୍ଷ କାହିଁକି ଚୁପ୍‌ ରହିଛନ୍ତି। ସେମାନଙ୍କୁ କାହିଁକି କ୍ଷତିପୂରଣ ପ୍ରଦାନରେ ବିଳମ୍ବ କରାଯାଉଛି। ଏଥିପ୍ରତି ସରକାର ଦୃଷ୍ଟି ଦେବା ପାଇଁ ସେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଖଣି ଦୁର୍ନୀତିର ପୂର୍ବାଭାସ

ଯାଜପୁର ଅଫିସ,୧ା୧୧: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର, ହରଦେଇପୁର ପ୍ରଭୃତି ଅଞ୍ଚଳରେ ଶନିବାର ବିପୁଳ ପରିମାଣର ଚୋରା ଲୁହାପଥର ଜବତ ହୋଇଛି। ଯାଜପୁରରୋଡ...

ଅନ୍ୟଜମିକୁ ନିଜର ଦର୍ଶାଇ କରାଯାଇଛି ଫସଲ ବୀମା, ଥାନାରେ ମାମଲା, ପୋଲିସର ତନାଘନା

ଲାଠୋର,୩ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧିନ ବେନ୍ଦେର ଗ୍ରାମର ଶେଷଦେବ ପଧାନଙ୍କ ଜମିକୁ ନିଜର ଦର୍ଶାଇ କେତେଜଣ ଫସଲ ବୀମା କରିଛନ୍ତି। ପ୍ରକୃତ ଜମି...

ପୁଅ ପ୍ରେମ ବିବାହ କରି ଚାଲିଯିବା ପରେ ବାପାଙ୍କ ବର୍ବର କାଣ୍ଡ: ସ୍ତ୍ରୀ, ଝିଅଙ୍କୁ ଶାବଳରେ ପିଟି ମାରିଦେବା ପରେ ନିଜେ କଲେ ଆତ୍ମହତ୍ୟା

ଜଗତ୍‌ସିଂହପୁର ଅଫିସ, ୪ା୭: ସ୍ତ୍ରୀ ଓ ଝିଅଙ୍କୁ ଶୁକ୍ରବାର ରାତିରେ ଶାବଳରେ ପିଟି ହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା...

ଟ୍ରାକ୍ଟର ଚଢ଼ାଇ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣା: ବିନା ତଦନ୍ତରେ ଯୁବକ ଗିରଫ ଅଭିଯୋଗ

ଦଶରଥପୁର,୧ା୪(ଡି.ଏନ.ଏ.): ଯାଜପୁର ଜିଲା ଦଶରଥପୁର ତହସିଲ ଅଧୀନ ବୈତରଣୀ ନଦୀର ପଲ୍ଲାସାହି ବାଲିଘାଟରୁ ମଙ୍ଗଳବାର ବେଆଇନ ଭାବେ କେତେକ ଟ୍ରାକ୍ଟର ବାଲି ଉଠାଉଥିଲେ। ଖବର ପାଇ...

ସ୍ପଞ୍ଜ ଆଇରନ କାରଖାନାରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ଜଣେ ମୃତ, ୩ ଆହତ

ଝାରସୁଗୁଡ଼ା ଅଫିସ,୨୭ା୧: ଝାରସୁଗୁଡ଼ା ଜିଲା କୋଲାବିରା ଥାନା ଅନ୍ତର୍ଗତ ରଘୁନାଥପାଲିସ୍ଥିତ ଜୟ ହନୁମାନ ଉଦ୍ୟୋଗ ଲିମିଟେଡ ନାମକ ସ୍ପଞ୍ଜ ଆଇରନ କାରଖାନାରେ ବୁଧବାର ଭୋର ସମୟରେ...

ଭତା, ପୋରଛାହନ୍‌ରୁ ବଁଚିତ୍‌ ଗଣ୍ଡାବଜା କଳାକାର: ବିପଦ୍‌ରେ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି

  ଲାଠୋର, ୨୮ା୧୨ (ଡି.ଏନ୍‌.ଏ.)- ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ବହୁତ୍‌ ପ୍ରାଚୀନ। ସେନ୍‌ତା ଇଠାନର ଜାନିଯାତ୍‌ରା, ପରବ୍‌, ଉଛବ୍‌, ବିହାବରୁ ସଂଗେ ଯୁଡ଼ି ହେଇରହିଛେ...

କାର୍ଡବୋର୍ଡରେ ନନ୍ଦିଘୋଷ ରଥ

ଖୋର୍ଦ୍ଧା ଅଫିସ,୬।୭: ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ଯୁକ୍ତ-୨କଳା ଛାତ୍ର ସୁମିତ୍‌ କୁମାର ଦାଶ। କାର୍ଡବୋର୍ଡକୁ ବ୍ୟବହାର କରି ପ୍ରସ୍ତୁତ କରିଛନ୍ତି ୪ଫୁଟ ଉଚ୍ଚର ନନ୍ଦିଘୋଷ ରଥ।...

ମନା ସତ୍ତ୍ୱେ ଟ୍ରେକରରେ ଯାତ୍ରୀ ପରିବହନ

ପଟ୍ଟାମୁଣ୍ଡାଇ,୧୦ା୯(କଳ୍ପତରୁ ନାୟକ)ପୁରୁଣା ଗାଡ଼ିରୁ ବାହାରୁଥିବା ଧୂଅଁା ଯୋଗୁ ପରିବେଶ ପ୍ରଦୂଷଣ ହେଉଥିବାରୁ ୧୫ ବର୍ଷରୁ ଅଧିକ ସମୟର ଗାଡ଼ିକୁ ରାସ୍ତାରୁ ହଟାଇ ଦେବାକୁ କେନ୍ଦ୍ର ସରକାର...

Advertisement
Archives

Model This Week