ରତ୍ନଭଣ୍ଡାର ପ୍ରସଙ୍ଗକୁ ପୁଣି ଅଣଦେଖା

ପୁରୀ ଅଫିସ,୨୮।୯: ଶ୍ରୀମନ୍ଦିରସ୍ଥିତ ନୀଳାଦ୍ରି ଭକ୍ତ ନିବାସଠାରେ ମଙ୍ଗଳବାର ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିବା ବେଳେ ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ପୁଣିଥରେ ଅଣଦେଖା କରାଯାଇଛି। ପୂର୍ବରୁ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ହେବା ନେଇ ଚର୍ଚ୍ଚା ହୋଇଥିଲା। ଏପରି କି ହାଇକୋର୍ଟ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ନଗେନ୍ଦ୍ର କୁମାର ମହାନ୍ତି ମଧ୍ୟ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ ବୋଲି ଗଣମାଧ୍ୟମରେ କହିଥିଲେ। ହେଲେ ବାସ୍ତବରେ ସେଭଳି କିଛି ହେଲା ନାହିଁ। ରତ୍ନଭଣ୍ଡାର ମରାମତି ଓ ରନତ୍ ଅଳଙ୍କାର ଗଣନା ପାଇଁ ଦାବି ହେଉଥିଲେ ମଧ୍ୟ ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଆଦୌ ଗୁରୁତ୍ୱ ଦେଉ ନ ଥିବା ଚର୍ଚ୍ଚା ହେଉଛି।
ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଥମେ ପରିଚାଳନା କମିଟି ବୈଠକ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆରମ୍ଭରୁ ହିଁ ସେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ରତ୍ନଭଣ୍ଡାରର ସାମ୍ପ୍ରତିକ ସ୍ଥିତି ଓ ମରାମତି ସମ୍ପର୍କରେ ଆଲୋଚନା କରାଯିବା ପାଇଁ କମିଟି ଅଧ୍ୟକ୍ଷଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ମାତ୍ର କମିଟି ଏହି ପ୍ରସ୍ତାବକୁ କର୍ଣ୍ଣପାତ କରି ନ ଥିଲା। ରତ୍ନଭଣ୍ଡାର ପ୍ରସଙ୍ଗ ଏଜେଣ୍ଡାରେ ନ ଥିବା କହି ଏଡ଼ାଇ ଦିଆଯାଇଥିଲା। ଜମିଜମା, ଗୁରୁକୁଳ ଓ କାର୍ତ୍ତିକ ନୀତିକାନ୍ତି ଭଳି ପ୍ରସଙ୍ଗରେ ଆଲୋଚନା କରାଯାଇ ବୈଠକ ଶେଷ କରାଗଲା। ଅନ୍ୟପକ୍ଷେ ନିକଟ ଅତୀତରେ ପରିଚାଳନା କମିଟି ଅଧ୍ୟକ୍ଷ ତଥା ସ୍ଥାୟୀ ସଦସ୍ୟ ମହାରାଜ ଗଜପତି ଦିବ୍ୟସିଂହଦେବ ରନତ୍ ଅଳଙ୍କାର ଗଣନା ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ। ରତ୍ନଭଣ୍ଡାର ସ୍ଥିତି ଭଲ ନ ଥିବା କଥା କହିଥିଲେ। ଏହାସତ୍ତ୍ବେ ମଧ୍ୟ ରନତ୍ଭଣ୍ଡାର ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରି ନାହିଁ। ସେହିଭଳି ଅଗଷ୍ଟ ୮ରେ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ରତ୍ନଭଣ୍ଡାର ମରାମତି ଦାବି କରିଥିଲେ। ଏତେ ସବୁପରେ ମଧ୍ୟ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ପାଇଁ ପରିଚାଳନା କମିଟି କାହିଁକି ପ୍ରସ୍ତୁତ ନୁହେଁ, ତାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ପରିଚାଳନା କମିଟିର ପ୍ରତି ମାସରେ ବୈଠକ ବସୁଥିଲେ ମଧ୍ୟ ରତ୍ନଭଣ୍ଡାର ପ୍ରସଙ୍ଗ କେବେହେଲେ ଆଲୋଚନା ବିଷୟସୂଚୀରେ ସାମିଲ ହେଉନାହିଁ। ଅନ୍ୟପକ୍ଷେ ଗତ ପରିଚାଳନା କମିଟି ବୈଠକରେ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କୁ ଏଏସ୍‌ଆଇ କାର୍ଯ୍ୟଧାରା ସମ୍ପର୍କିତ ତଥ୍ୟ ଦାଖଲ କରିବା ପାଇଁ ପରିଚାଳନା କମିଟି ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ଅରୁଣ ମଲ୍ଲିକ ରତ୍ନଭଣ୍ଡାର ସମ୍ପର୍କିତ ସମସ୍ତ କାର୍ଯ୍ୟଧାରା ଓ ତଥ୍ୟ ଧରି ମଙ୍ଗଳବାର ବୈଠକରେ ଉପସ୍ଥିତ ଥିଲେ ମଧ୍ୟ କେହି ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ପାଇଁ ଚାହିଁ ନ ଥିଲେ।
ରତ୍ନଭଣ୍ଡାର ପ୍ରସଙ୍ଗ ପରିଚାଳନା କମିଟି ବୈଠକର ଏଜେଣ୍ଡାରେ ସାମିଲ ନ ଥିଲା। ଏଜେଣ୍ଡାରେ ସାମିଲ ହୋଇ ଆଲୋଚନା ହେଲେ ସବିଶେଷ ସୂଚନା ଦେବୁ।
– ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ବୈଠକରେ କ’ଣ ଆଲୋଚନା ହୋଇଛି ତାହା ସାର୍ବଜନୀନ କରିପାରୁବୁ ନାହିଁ। ପରିଚାଳନା କମିଟିର ନିର୍ଦ୍ଦେଶ, ପରିଚାଳନା କମିଟି ସଦସ୍ୟମାନେ ବୈଠକର ଗୋପନୀୟତା ରକ୍ଷା କରିବେ ଓ କେବଳ କର୍ତ୍ତୃପକ୍ଷ ବୈଠକ ସମ୍ପର୍କରେ ପ୍ରତିକ୍ରିୟା ରଖିବେ। ଏଣୁ ସମ୍ପ୍ରତି ଏହି ସ୍ଥାନରେ ରତ୍ନଭଣ୍ଡାର ପ୍ରସଙ୍ଗରେ କିଛି ବି କହିବା ଠିକ୍‌ ହେବକ ନାହିଁ।
– ସୁଦର୍ଶନ ପଟ୍ଟନାୟକ, ପରିଚାଳନା କମିଟି ସଦସ୍ୟ
ରାଜ୍ୟରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସ୍ବାର୍ଥରେ ନିର୍ମିତ ପରିଚାଳନା କମିଟି ସାଧାରଣ ଆଲୋଚନାଟିଏ ପାଇଁ ମଧ୍ୟ ପ୍ରସ୍ତୁତ ନୁହେଁ। ଏହାର ପଛର ରହସ୍ୟ କ’ଣ ତାହା ସବୁଠାରୁ ବଡ଼ ପ୍ରଶ୍ନ। ରତ୍ନଭଣ୍ଡାର ସୁରକ୍ଷା ଦିଗରେ ପଦକ୍ଷେପ ନେଲେ ପରିଚାଳନା କମିଟି ଓ ରାଜ୍ୟ ସରକାର ଅସୁରକ୍ଷିତ ହୋଇପଡ଼ିବେ।
– ଦିଲୀପ ବରାଳ, ସୂଚନା ଅଧିକାର କର୍ମୀ
ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆଙ୍କ ଅସ୍ମିତା ସହ ଜଡ଼ିତ। ଏଣୁ ଏହାକୁ ତୁରନ୍ତ ଖୋଲାଯାଉ। ରତ୍ନ ଅଳଙ୍କାର ଗଣନା କରାଯିବା ସହ ମରାମତି ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ।
– ପ୍ରଭଞ୍ଜନ ମହାପାତ୍ର, ଭାଜପା ନେତା


Enter your email to get our daily news in your inbox.

All Right Reserved By Dharitri.Com

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri