Posted inଜାତୀୟ

ନିଜ ଅସ୍ତିତ୍ୱ ବଞ୍ଚାଇବା ପାଇଁ ରାହୁଲଙ୍କ ଶରଣରେ ନୀତୀଶ-ଲାଲୁ: ବାବୁଲାଲ ମରାଣ୍ଡି…

ରାଞ୍ଚି,୨୬।୬ : ଜରୁରୀକାଳୀନ ପରିସ୍ଥିତି ନେଇ ମନ୍ତବ୍ୟ ଦେବା ଅବସରରେ ପୂର୍ବତନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ବିଧାନସଭାର ଭାଜପାର ନେତା ବାବୁଲାଲ ମରାଣ୍ଡି ବିରୋଧୀ ଏକତାକୁ ଟାର୍ଗେଟ କରିଛନ୍ତି। ପାଟନାରେ ବିରୋଧୀ ଦଳର ବୈଠକରେ କଂଗ୍ରେସ, ଆରଜେଡି ଏବଂ ଜେଡିୟୁ ଗୋଟିଏ ପ୍ଲାଟଫର୍ମରେ ଦେଖାଯାଇଥିବାକୁ ଦର୍ଶାଇ ସେ କହିଛନ୍ତି ଆରଜେଡ଼ିର ଲାଲୁ ପ୍ରସାଦ ଯାଦବ ଏବଂ ଜେଡ଼ିୟୁର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସେମାନଙ୍କ ଅସ୍ତିତ୍ୱ ବଞ୍ଚାଇବା ପାଇଁ କଂଗ୍ରେସରେ ରାହୁଲଙ୍କ ଶରଣ ନେଇଛନ୍ତି। ସେମାନଙ୍କୁ ଭାରତରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ନିନ୍ଦା କରିବା ଆବଶ୍ୟକ।

ସୂଚନାଯୋଗ୍ୟ, ୨୫ ଜୁନ, ୧୯୭୫ ରେ ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଲଗାଇଥିଲେ। ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସକ୍ରିୟ ଥିବା ଛାତ୍ର ନେତା ନୀତୀଶ କୁମାର ଏବଂ ଲାଲୁ ଯାଦବ ପ୍ରଥମ ଥର ପାଇଁ ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ। ପରେ ଉଭୟ ଜନତା ପାର୍ଟିରେ ଏକାଠି ହୋଇଥିଲେ। ଭାଜପା ନେତା ବାବୁଲାଲ ମାରାଣ୍ଡି କହିଛନ୍ତି ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିବାରୁ କଂଗ୍ରେସ ମଧ୍ୟ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ। ୨୫ ଜୁନ ଦିନ ଗଣତନ୍ତ୍ରକୁ ବେଡ଼ିରେ ବନ୍ଧା ଯାଇଥିଲା। ଗଣତାନ୍ତ୍ରିକ ଅନୁଷ୍ଠାନ, ମୌଳିକ ଅଧିକାର ଏବଂ ଜନ ବିରୋଧକୁ ରଦ୍ଦ କରାଯାଇଥିଲା। ବିରୋଧୀମାନେ ସବୁ ପ୍ରକାର ନିର୍ଯାତନାର ଶିକାର ହୋଇଥିଲେ। ସେମାନଙ୍କୁ ଜେଲରେ ନିର୍ଯାତନା ଦିଆଯାଉଥିଲା। ସେହି ସମୟରେ ଜେଲ ଯାଇଥିବା ଲୋକଙ୍କ ମଧ୍ୟରେ ଲାଲୁ ପ୍ରସାଦ ଏବଂ ନୀତୀଶ କୁମାରଙ୍କ ଭଳି ନେତା ମଧ୍ୟ ଥିଲେ। ରାଜନୈତିକ ବନ୍ଦୀମାନଙ୍କ ପାଇଁ ଆଣାଯାଇଥିବା ମିସା ଆଇନର ଅପବ୍ୟବହାର କରାଯାଇଥିଲା ।
ବିରୋଧୀ ଦଳର ବୈଠକର ଏକ ଫଟୋ ଟୁଇଟ କରି ସେ ଲେଖିଛନ୍ତି ଆତ୍ମ ସମ୍ମାନ ଥିବା ବ୍ୟକ୍ତି ଆଦୌ ବିରୋଧୀ ଏକତା ମଧ୍ୟରେ କାମ କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ମଡେଲଙ୍କୁ ଛୁରିଭୁସି ହତ୍ୟା

ନୂଆଦିଲ୍ଲୀ,୨୭ା୮: ଦିଲ୍ଲୀର ତିଲକନଗର ଅଧୀନ ନ୍ୟୁ ମହାବୀରନଗର ଅଞ୍ଚଳରେ ଏକ ଭଡ଼ାଘରେ ଜଣେ ୨୧ ବର୍ଷୀୟା ଛାତ୍ରୀ ତଥା ମଡେଲଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ମୁସ୍କାନ ନାମ୍ନୀ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri