Posted inଜାତୀୟ

ପ୍ରଧାନମନ୍ତ୍ରୀ ହେବାକୁ ଆଶା ବାନ୍ଧିଛନ୍ତି ନୀତୀଶ: ପ୍ରଶାନ୍ତ କିଶୋର

ପାଟନା,୭।୬; ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନୀତୀଶଙ୍କ ବିରୋଧୀ ଏକତାର ପଦକ୍ଷେପକୁ ନାପସନ୍ଦ କରିବା ସହ ତାଙ୍କୁ ଦୃଷ୍ଟି ବାଧିତଙ୍କ ମଧ୍ୟରେ ଶ୍ରବଣ ବାଧିତ ରାଜା ବୋଲି କହି କଟାକ୍ଷ କରିଛନ୍ତି। ସମସ୍ତିପୁରରେ ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଶାନ୍ତ କିଶୋର ପାଟନାଠାରେ ପ୍ରସ୍ତାବିତ ବିରୋଧୀ ଏକତା ବୈଠକକୁ ଟାର୍ଗେଟ କରି କହିଥିଲେ ନୀତୀଶଙ୍କ ଅବସ୍ଥା ସେ ନିଜେ ଜାଣିବା ଜରୁରୀ। ଆଉ ନିଜକୁ ସେ ବିହାରର ଏକମାତ୍ର ଶିକ୍ଷିତ ବ୍ୟକ୍ତି ବୋଲି ଭାବୁଛନ୍ତି, ତେଣୁ ତାଙ୍କ ଚାରିପାଖରେ ମୂର୍ଖମାନଙ୍କୁ ବସାଇଛନ୍ତି।
ପିକେ ଲାଲୁ ପ୍ରସାଦ ଯାଦବଙ୍କ ନାମ ନ ନେଇ କଟାକ୍ଷ କରି କହିଛନ୍ତି ବିହାରର ଜଣେ ନେତା ତାଙ୍କ ନାମ କିପରି ଲେଖିବେ ଜାଣନ୍ତି ନାହିଁ। କିନ୍ତୁ ନୀତୀଶ ତାଙ୍କ ନାମ କିପରି ଲେଖିବେ ତାହା ଜାଣନ୍ତି। ତେଣୁ ଲୋକେ ଭାବୁଛନ୍ତି ନୀତୀଶ ଜଣେ ମହାନ ପଣ୍ଡିତ। ଏଠାରେ ଏପରି ଜଣେ ନେତା ଅଛନ୍ତି, ଯିଏ ତାଙ୍କ ଶର୍ଟ ଉପରେ ଗଞ୍ଜି ପିନ୍ଧନ୍ତି ଏବଂ ନୀତୀଶ ଗଞ୍ଜି ଉପରେ ଏକ ଶର୍ଟ ପିନ୍ଧନ୍ତି, ତେଣୁ ଲୋକମାନେ ଭାବୁଛନ୍ତି ସେ ବହୁତ ବୁଦ୍ଧିମାନ। ନୀତୀଶ ଶିକ୍ଷିତ ହୋଇପାରନ୍ତି, କିନ୍ତୁ ବିହାରର ଏକମାତ୍ର ଶିକ୍ଷିତ ବ୍ୟକ୍ତି ନୁହଁନ୍ତି। ତାଙ୍କ ତୁଳନାରେ ରାଜ୍ୟରେ ହଜାର ହଜାର ଲୋକ ଅଧିକ ଶିକ୍ଷିତ ଏବଂ ବୁଦ୍ଧିମାନ ଅଛନ୍ତି। ନୀତିଶଙ୍କ ବିରୋଧୀ ଏକତା ପଦକ୍ଷେପକୁ ଟାର୍ଗେଟ କରି ସେ କହିଛନ୍ତି, ଆପଣ ଦେଶର ସବୁଠାରୁ ଗରିବ, କିନ୍ତୁ ଗର୍ବ ଜଣେ ରାଜା ମହାରାଜାଙ୍କ ପରି। ଦେଶର ସବୁଠୁ ପଛୁଆ, କିନ୍ତୁ ଆଗରେ ଥିବା ଭଳି ଗର୍ବ ଅନୁଭବ କର। ସତକଥା, ନୀତୀଶ କୁମାର ଦେଶର ପ୍ରଧାନମନ୍ତ୍ରୀ ହେବାକୁ ବଡ଼ ଆଶା ବାନ୍ଧିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri