ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଯିବ ୨ହଜାର ପୋଷ୍ଟକାର୍ଡ

ଭୁବନେଶ୍ୱର, ୩୦।୫(ବ୍ୟୁରୋ): ଅଲ୍‌ ଓଡିଶା ଇପିଏଫ୍‌ ପେନସନର୍ସ ଆସୋସିଏଶନ ଖୋର୍ଦ୍ଧା ଜିଲା ଶାଖା କାର୍ଯ୍ୟକାରିଣୀ କମିଟି ବୈଠକ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ରବିବାର ବୟନିକା କର୍ମଚାରୀ ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ଦାବି ପୂରଣରେ ଭାରତ ସରକାରଙ୍କ ଟାଳଟୁଳ ନୀତିକୁ ଦୃଢ଼ ଭାବେ ନିନ୍ଦା କରାଯାଇ ଥିଲା। ଏଥିସହ ପ୍ରତିବାଦ ସ୍ବରୂପ ରାଜ୍ୟ କମିଟିର ନିଷ୍ପତ୍ତିକ୍ରମେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ୩୦ ହଜାର ପୋଷ୍ଟକାର୍ଡ ପଠାଇବା ଅଭିଯାନକୁ ସ୍ବାଗତ କରାଯାଇଥିଲା। ଜୁନ୍‌ ଶେଷ ସୁଦ୍ଧା ଖୋର୍ଦ୍ଧା ଜିଲା କମିଟି ପକ୍ଷରୁ ୨ହଜାର ପୋଷ୍ଟକାର୍ଡ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯିବ ବୋଲି ସୂଚନା ଦିଆଯାଇଛି। ସାଧାରଣ ସମ୍ପାଦକ ମାୟାଧର ମଲ୍ଲିକ ବିବରଣୀ ପାଠ କରିବା ସହିତ ସର୍ବନିମ୍ନ ପେନ୍‌ସନ ୯ହଜାର ଟଙ୍କାକୁ ବୃଦ୍ଧି ଓ ମହଙ୍ଗା ଭତ୍ତା ପ୍ରଦାନ କରିବା, ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ବର୍ଦ୍ଧିତ ପେନ୍‌ଶନ ତୁରନ୍ତ ପ୍ରଦାନ କରିବା ଓ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ଆଦି ୩ ଦଫା ଦାବି ଉପସ୍ଥାପନ କରିଥିଲେ। ବୈଠକରେ ରାଜ୍ୟ କମିଟି ସଭାପତି ବିଜୟ କୁମାର ଜେନା, ସାଧାରଣ ସମ୍ପାଦକ ତଥା କେନ୍ଦ୍ର ଉପ ସଭାପତି ଭାଗ୍ୟଧର ବ୍ରହ୍ମା, ଖୋର୍ଦ୍ଧା ଜିଲା କମିଟି ଉପସଭାପତି ସଚ୍ଚିଦାନନ୍ଦ ସାମନ୍ତରାୟ, ହରେକୃଷ୍ଣ ବେହେରା, ଯୁଗ୍ମ ସମ୍ପାଦକ ନବକିଶୋର ରଣା ପ୍ରମୁଖ ଉପସ୍ଥିତ ଥିଲେ। ନିଗମ କର୍ମଚାରୀ ମହାସଂଘ ମହାସଚିବ ସରୋଜ କାନ୍ତ ମଲ୍ଲିକ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର

ଭୁବନେଶ୍ୱର,୧୦।୯: ଓଡ଼ିଶାରୁ ବ୍ରିଟେନ୍‌ର ବ୍ୟବସାୟିକ ମଞ୍ଚରେ ଅରୁଣ କରଙ୍କ ଉଲ୍ଲେଖନୀୟ ସଫଳତା। ସେନା ଜୀବନରୁ ଉଦ୍ୟୋଗ ଜଗତକୁ ପ୍ରବେଶ କରି ସଫଳତା ହାସଲ କରିଥିବା ଅରୁଣଙ୍କୁ ଏଲ୍‌ଡିସି…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଲଘୁଚାପ!

ଭୁବନେଶ୍ୱର,୧୦।୯ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?