Posted inଜାତୀୟ

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଭଳି ସମାଲୋଚନା କରୁଥିବା ଲୋକଙ୍କୁ ଚ୍ୟାଲେଞ୍ଜ କରି ସେ କହିଛନ୍ତି ଯେ, ଏହି ଇନ୍ଧନ କାରଣରୁ ଦେଶରେ ଗୋଟିଏ ହେଲେ କାର୍‌ରେ ସମସ୍ୟା ଦେଖାଦେଇଥିବାର ପ୍ରମାଣ ଦିଅନ୍ତୁ।

‘ବିକଶିତ ଭାରତ’ ନାମରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧିତ କରି ଗଡ଼କରୀ କହିଛନ୍ତି ଯେ, ଅଧିକ ଏଥାନଲ ମିଶ୍ରିତ ପେଟ୍ରୋଲ ବ୍ୟବହାରକୁ ନେଇ କିଛି ଲୋକ ଟଙ୍କା ଖର୍ଚ୍ଚ କରି ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ମାଧ୍ୟମରେ ମିଥ୍ୟା ଅପପ୍ରଚାର ଚଳାଉଛନ୍ତି। ଏପର୍ଯ୍ୟନ୍ତ ଇ-୨୦ ପେଟ୍ରୋଲ ପାଇଁ କୌଣସି କାର୍‌ ଖରାପ ହେବାର ମାମଲା ସାମ୍ନାକୁ ଆସିନାହିଁ। ଭାରତ ଇତିମଧ୍ୟରେ ୨୦ ପ୍ରତିଶତ ଏଥାନଲ ମିଶ୍ରଣର ପେଟ୍ରୋଲ୍‌ ଲକ୍ଷ୍ୟ ହାସଲ କରିସାରିଛି, ଯାହା ଦ୍ୱାରା ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା କମିବା ସହ କାର୍ବନ ନିର୍ଗମନ ହ୍ରାସ ପାଇଛି। କୋଇଲା ଏବଂ ପେଟ୍ରୋଲ ଭଳି ଜୀବାଶ୍ମ ଇନ୍ଧନ ଭାରତ ପାଇଁ ଏକ ବଡ଼ ଅର୍ଥନୈତିକ ବୋଝ। ଇନ୍ଧନ ଆମଦାନୀ ପାଇଁ ଦେଶକୁ ବାର୍ଷିକ ୨୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ଏବଂ ଏହା ପରିବେଶ ପାଇଁ ମଧ୍ୟ ବିପଦଜନକ। ତେଣୁ ସ୍ବଚ୍ଛ ଇନ୍ଧନ ଆପଣାଇବା ଦେଶର ପ୍ରଗତି ପାଇଁ ନିହାତି ଜରୁରୀ।

ସେହିଭଳି ମନ୍ତ୍ରୀଙ୍କ ପରିବାରର କମ୍ପାନୀଗୁଡ଼ିକ ଏଥାନଲ ଉତ୍ପାଦନ କରୁଥିବାରୁ ସେ ଏହା ଉପରେ ଅଧିକ ଜୋର୍‌ ଦେଉଛନ୍ତି ବୋଲି ଆସିଥିବା ଅଭିଯୋଗକୁ ଗଡ଼କରୀ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ପରିବାରର ଚିନି କଳ ରହିଛି ସତ, କିନ୍ତୁ ସେମାନଙ୍କ କମ୍ପାନୀ କେବଳ ଏଥାନଲ୍‌ ଉତ୍ପାଦନ ଉପରେ ନିର୍ଭରଶୀଳ ନୁହେଁ। ବ୍ରାଜିଲ ଭଳି ଦେଶରେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ଅଧିକ ଏଥାନଲ୍‌ ଯୁକ୍ତ ଶସ୍ତା ଇନ୍ଧନ ବାଛିବାର ବିକଳ୍ପ ମିଳିଥାଏ, କିନ୍ତୁ ଭାରତରେ ଏବେ ସେଭଳି ବିକଳ୍ପ ଉପଲବ୍ଧ ନାହିଁ।

ଆଖୁ, ମକା ଓ ଚାଉଳ ଭଳି ବାୟୋମାସ୍‌ରୁ ଏଥାନଲ୍‌ ତିଆରି କରାଯାଉଛି। ଗଡ଼କରୀ କହିଛନ୍ତି ଯେ ମକାରୁ ଏଥାନଲ ପ୍ରସ୍ତୁତ କରିବା ନିଷ୍ପତ୍ତି ପରେ ଉତ୍ତର ପ୍ରଦେଶ ଓ ବିହାରର ଚାଷୀମାନେ ବେଶ ଉପକୃତ ହୋଇଛନ୍ତି। ପୂର୍ବରୁ ମକାର ବଜାର ମୂଲ୍ୟ କ୍ୱିଣ୍ଟାଲ ପିଛା ୧,୨୦୦ ଟଙ୍କା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ୧,୮୦୦ ଟଙ୍କା ଥିଲା। କିନ୍ତୁ ଏହି ନିଷ୍ପତ୍ତି ପରେ ମକା ଦର କ୍ୱିଣ୍ଟାଲ ପ୍ରତି ୨,୮୦ ଟଙ୍କାକୁ ବୃଦ୍ଧି ପାଇଛି। ଏହାଦ୍ୱାରା ଦୁଇଟି ଯାକ ରାଜ୍ୟର ଚାଷୀଙ୍କ ପାଖକୁ ୪୫,୦୦୦ କୋଟି ଟଙ୍କାର ଅତିରିକ୍ତ ଆୟ ଯାଇଛି।

ସେହିଭଳି ଆଗାମୀ ଦିନରେ ବିକଳ୍ପ ଓ ସ୍ବଚ୍ଛ ଇନ୍ଧନର ବ୍ୟବହାର ବଢ଼ାଇବା ପାଇଁ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ (CMVR) ରେ ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହାଦ୍ୱାରା ଦେଶରେ ’ଫ୍ଲେକ୍ସ-ଫ୍ୟୁଲ’ ଓ ସମ୍ପୂର୍ଣ୍ଣ ଜୈବ-ଇନ୍ଧନ ଚାଳିତ ଗାଡ଼ି ଚଳାଚଳ ପାଇଁ ରାସ୍ତା ସଫା ହେବ। ଏହି ପ୍ରସ୍ତାବିତ ନିୟମ ଅନୁଯାୟୀ ଇ-୮୫ (୮୫% ଏଥାନଲ ମିଶ୍ରିତ ପେଟ୍ରୋଲ), ଇ-୧୦୦ (ଶୁଦ୍ଧ ଏଥାନଲ), ବି-୧୦୦ ବାୟୋ-ଡିଜେଲ ଏବଂ ହାଇଡ୍ରୋଜେନ-ସିଏନ୍‌ଜି (H-CNG) ମିଶ୍ରଣ ଭଳି ପରିବେଶ ଅନୁକୂଳ ଇନ୍ଧନର ବ୍ୟବହାରକୁ ପ୍ରୋତ୍ସାହନ ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ! ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ ହେବ…

ମୁମ୍ବାଇ,୧୬।୭: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ଓପନର ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରର ଅନ୍ତ ଘଟିବାକୁ ଯାଉଛି। ଲର୍ଡସ ଠାରେ ଜୁଲାଇ…

ପ୍ରକାଶ ପାଇଲା NEET UG ୨୦୨୬ ପରୀକ୍ଷାଫଳ: ୧୧.୨୧ ଲକ୍ଷ ଛାତ୍ରୀଛାତ୍ର କୃତକାର୍ଯ୍ୟ, ସଫଳତା ହାରରେ ଆଗରେ ମହିଳା

ନୂଆଦିଲ୍ଲୀ,୧୬।୭: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET UG) ୨୦୨୬ ର ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ୍…

ରଥଯାତ୍ରାରେ ସୁରକ୍ଷା ଢ଼ିଲା: ଲୁଟିନେଲେ ମହିଳାଙ୍କ ସୁନାଚେନ୍‌; ଟ୍ରାଫିକ ଜାମ୍‌, ଲୋକେ ହଟହଟା

ବରଗଡ଼,୧୬।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଏଥର ପ୍ରଥମଥର ପାଇଁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଛକରେ ଭଟଲି ଛକ ଏବଂ ଖଜୁରଟିକ୍ରାରୁ ବାହାରିଥିବା ମହାପ୍ରଭୁଙ୍କ ରଥ ଏକାଠି…

‘ସ୍ତ୍ରୀର ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ଥିଲେ ମିଳିବ ନାହିଁ ଭରଣପୋଷଣ’: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବିଳାସପୁର,୧୬।୭: ଯଦି ଜଣେ ବିବାହିତ ମହିଳା ବିବାହ ପରେ ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସେ ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି…

ଠାକୁର ଅଜା ଶ୍ରୀ ସିଦ୍ଧ ବଳରାମଙ୍କ ରଥଯାତ୍ରା: ପାଚିଲା ପଣସ ଭୋଗରେ ମହକିଲା ପୀଠ

ସାକ୍ଷୀଗୋପାଳ, ୧୬।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସ୍ଥାନୀୟ ପ୍ରସିଦ୍ଧ ବକୁଳ ବନର ଅଧିଶ୍ୱର ଠାକୁର ଅଜା ଶ୍ରୀସିଦ୍ଧ ବଳରାମଦେବଙ୍କ ପବିତ୍ର ରଥଯାତ୍ରା ଗୁରୁବାର ଭକ୍ତିପୂତ ପରିବେଶରେ…

‘ତେଲରେ ଲାଗିବ ନିଆଁ’ ! ଆମେରିକାର ବିନାଶକାରୀ ବୋମାମାଡ଼ ମଧ୍ୟରେ, ଇରାନ କରୁଛି ମାଷ୍ଟର ପ୍ଲାନ…

ତେହରାନ,୧୬।୭: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ନୂତନ ସଂଘର୍ଷର ପରିସର ଏବେ ହର୍ମୁଜ ପ୍ରଣାଳୀ ବାହାରକୁ ଲାଲ ସାଗର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଯଦି ଆମେରିକା…

ଦିଗପହଣ୍ଡିରେ ନିଆରା ପରମ୍ପରା: ଆଜି ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି, କାଲି ଟଣା ହେବ ରଥ

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଡ଼ଜାତ ଅଞ୍ଚଳ ଦିଗପହଣ୍ଡିରେ ପବିତ୍ର ଘୋଷଯାତ୍ରା ଅବସରରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି। ଗୁରୁବାର…

ଘର ଉପରକୁ ବୋମାମାଡ଼ କରି ହତ୍ୟା ଉଦ୍ୟମ ଘଟଣା: ବିସ୍ଫୋରକ ସାମଗ୍ରୀ ବିକ୍ରେତା ଗିରଫ, ଗଲେ ଜେଲ୍

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ. ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri