Posted inଖେଳ

ନେଗେଟିଭ୍‌ ସତ୍ୱେ ଖେଳିବେନି ନିଶିକୋରୀ

ନ୍ୟୁୟର୍କ, ୨୮ା୮(ଏପି): କୋଭିଡ୍‌-୧୯ ଟେଷ୍ଟରେ ଦୁଇଥର ପଜିଟିଭ ପରେ ନେଗେଟିଭ୍‌ ଆସିଥିଲେ ହେଁ ୟୁ.ଏସ. ଓପ୍‌ନ୍‌ ୨୦୧୪ ରନର୍ସ ଅପ୍‌ କେଇ ନିଶିକୋରୀ ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁଥିବା ଏହି ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ନାହିଁ। ନିଶିକୋରୀ କହିଛନ୍ତି, ସେ ଧିରେ ଧିରେ ଅଭ୍ୟାସକୁ ଫେରିବା ଲାଗି ବିଚାର କରୁଛନ୍ତି। ବହୁଦିନ ଛୁଟିରେ ରହିବା ପରେ ୫ ସେଟ୍‌ ବିଶିଷ୍ଟ ପ୍ରତିଯୋଗିତାରେ ଭାଗ ନେବା ବର୍ତ୍ତମାନ ତାଙ୍କ ପକ୍ଷେ ସମ୍ଭବପର ନୁହେଁ ସେ ମୋବାଇଲ୍‌ ଆପ୍‌ରେ ଉଲ୍ଲଖ କରିଛନ୍ତି। ୟୁ.ଏସ୍‌. ଓପନ୍‌କୁ ସେ ଭଲ ପାଆନ୍ତି କାରଣ ଏହି ଟୁର୍ନାମେଣ୍ଟରେ ତାଙ୍କର ଅନେକ ଅଭୁଲା ସ୍ମୃତି ରହିଛି। ସେ କ୍ଲେ କୋର୍ଟରେ ପ୍ରଥମେ ଖେଳ ଆରମ୍ଭ କରିବାକୁ ସ୍ଥିର କରିଛନ୍ତି। ବୁଧବାର ୟୁ.ଏସ୍‌. ଓପନରୁ ଓହରିଯାଇଥିବା ଅନ୍ୟ ଜଣେ ଖେଳାଳି ହେଲେ ପୋଲୋନା ହରକଗ୍‌। ଏହା ଫଳରେ ୨୦୦୯ ସେମିଫାଇନାଲିଷ୍ଟ ୟାନ୍ନା ଓ୍ବିକ୍‌ମେୟର ମୁଖ୍ୟ ଡ୍ର’ରେ ସ୍ଥାନ ପାଇ ପାରିଛନ୍ତି। ଫ୍ଲିସିଂ ମିଡୋଜ୍‌ ହାର୍ଡକୋର୍ଟରେ ସେପ୍ଟେମ୍ବର ୧୩ରେ ୟୁ.ଏସ୍‌. ଓପନ୍‌ ଶେଷ ହେବା ପରେ ଟେନିସ ଟୁର୍‌ ୟୁରୋପର ରେଡ୍‌ କ୍ଲେକୁ ଉଠିଯିବ। ସେପ୍ଟେମ୍ବର ୨୭ରେ ଆମ୍ଭ ହେବାକୁଥିବା ଫ୍ରେଞ୍ଚ ଓପନ୍‌ରେ ଖେଳିବାକୁ ନିଶିକୋରୀ ନଜର ରଖିଛନ୍ତି। ଏକଦା ୪ ନମ୍ବର ର଼୍ୟାଙ୍କିଙ୍ଗକୁ ଉନ୍ନୀତ ହୋଇଥିବା ଜାପାନର ଏହି ୩୦ବର୍ଷୀୟ ଖେଳାଳି ବର୍ତ୍ତମାନ ୩୧ ନମ୍ବର ସ୍ଥାନରେ ରହିଛନ୍ତି। ନିଶିକୋରୀ ୨୦୧୪ ଫ୍ଲଶିଂ ମିଡୋଜ୍‌ ଫାଇନାଲରେ ମାରିନ୍‌ ସିଲିକ୍କଠାରୁ ହାରିଯାଇଥିଲେ। ୨୦୧୬ ଏବଂ ୨୦୧୮ରେ ସେ ନ୍ୟୁୟର୍କରେ ଜଣେ ସେମିଫାଇନାଲିଷ୍ଟ ମଧ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri