ସୁରଙ୍କୁ ନିରଞ୍ଜନଙ୍କ ନୋଟିସ

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ନିଜର ମନ୍ତବ୍ୟକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥାଆନ୍ତି। ବିଭିନ୍ନ ପ୍ରସଙ୍ଗ ଉପରେ ମତ ଦେଇ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥାଆନ୍ତି। ବେଳେ ବେଳେ ତାଙ୍କର ଏହି ମନ୍ତବ୍ୟ ଦଳ ପାଇଁ ବୁମେରାଂ ହୋଇଥାଏ। ଗତ କିଛିଦିନ ହେବ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପରିବର୍ତ୍ତନକୁ ନେଇ କଂଗ୍ରେସ ରାଜନୀତି ଏବେ ସରଗରମ ରହିଛି। ଦଳମର ବିଧାୟକ ଓ ନେତାମାନେ ପିସିସି ସଭାପତି ପରିବର୍ତ୍ତନ କରିବା ନେଇ ଦଳୀୟ ଫୋରମରେ ଆଲୋଚନା ନ କରି ବିଭିନ୍ନ ସମୟରେ ଗଣମାଧ୍ୟମରେ ବୟାନ ଦେଉଛନ୍ତି। ଯାହକି ଦଳ ପାଇଁ କ୍ଷତିକାରକ ପରିସ୍ଥିତି ସୃଷ୍ଟି କରୁଛି। ରାଜ୍ୟରେ ଦଳର ସ୍ଥିତି ଅତ୍ୟନ୍ତ ଖରାପ ଅବସ୍ଥାରେ ଥିବା ବେଳେ ଦଳୀୟ ନେତାମାନଙ୍କର ଏଭଳି ମନ୍ତବ୍ୟ କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି। ଏପରି ସ୍ଥଳେ ଗତ ୨୩ ତାରିଖରେ ସୁରେଶ ରାଉତରାୟ ପିସିସି ପରିବର୍ତ୍ତନକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ ପିସିସି ସଭାପତି କିଏ ହେବେ ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି କରନ୍ତି। ଏହାକୁ ନେଇ କଂଗ୍ରେସ ମହଲରେ ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୁରେଶ ରାଉତରାୟଙ୍କୁ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ନୋଟିସ ଜାରି କରିଛନ୍ତି।
ନୋଟିସରେ ନିରଞ୍ଜନ ଦର୍ଶାଇଛନ୍ତି ଯେ ଖୁବ୍‌ ନିକଟରେ ଗଣମାଧ୍ୟମରେ ଦଳର ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କରେ ଆପଣ ମନ୍ତବ୍ୟ ଦେଇ କହିଛନ୍ତି ଯେ କଂଗ୍ରେସରେ କିଏ ସଭାପତି ହେବେ ସେ ସଂକ୍ରାନ୍ତରେ ନବୀନବାବୁ ନିଷ୍ପତ୍ତି ନିଅନ୍ତି। ଏହି ମନ୍ତବ୍ୟ କଂଗ୍ରେସ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏଥିପାଇଁ ଦଳ ସମାଲୋଚିତ ହେବା ସହ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। ଆପଣଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ପକ୍ଷେ ଏଭଳି ବୟାନ ଶୋଭା ପାଉନାହିଁ। କେଉଁ ପରିସ୍ଥିତିରେ ଏଭଳି ବୟାନ ଦେଇଛନ୍ତି ସେ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଖୁବ୍‌ଶୀଘ୍ର ଦେବାକୁ କୁହାଯାଇଛି। ଏହି ଉତ୍ତର ମିଳିବା ପରେ ଏହାକୁ ଅଖିଳ ଭାରତ କଂଗ୍ରେସ କମିଟିକୁ ପଠାଯିବ ବୋଲି ନିରଞ୍ଜନ ପରୋକ୍ଷରେ ଚେତାବନୀ ଦେଇଛନ୍ତି। ଏହାର ପ୍ରତିକ୍ରିୟାରେ ସୁର କହିଛନ୍ତି ଯେ ଉତ୍ତର ଦେବି। ମୁଁ କିଛି ସେମିତି ବିରାଟ ଭୁଲ କରିନି। ମୁଁ ଯାହା କହିଛି ଆଗରୁ ପିସିସି ସଭାପତି ସେୟା କହିଥିଲେ। ଜୟଦେବ ଜେନା ମଧ୍ୟ କହିଥିଲେ। ଆକ୍ରୋଶମୂଳକ ଭାବେ ଏହି ନୋଟିସ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri