ନିରଞ୍ଜନଙ୍କ ହାତରୁ ଗଲା ଅର୍ଥ ବିଭାଗ

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ପୂର୍ବତନ ମନ୍ତ୍ରୀଙ୍କୁ ପୁଣିଥରେ ନିଜ କ୍ୟାବିନେଟ୍‌ରେ ସାମିଲ କରିଛନ୍ତି। ସେମାନେ ହେଲେ ବିକ୍ରମ କେଶରୀ ଆରୁଖ, ସାରଦା ପ୍ରସାଦ ନାୟକ ଓ ସୁଦାମ ମାରାଣ୍ଡି। ଏହି ୩ ଜଣ ସୋମବାର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ୍‌ ଲୋକସେବା କନ୍‌ଭେନ୍‌ଶନ ହଲ୍‌ରେ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
୩ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ବିଭାଗ ଦାୟିତ୍ୱ ବଣ୍ଟନ କରିଛନ୍ତି। ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ହାତରେ ପୂର୍ବରୁ ଅର୍ଥ ଓ ସଂସଦୀୟ ବ୍ୟାପାର ବିଭାଗ ଥିଲା। ନବ ଦାସଙ୍କ ମୃତ୍ୟୁ ପରେ ଅର୍ଥ ସହିତ ନିରଞ୍ଜନଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ଦିଆଯାଇଥିଲା। ଏବେ ନିରଞ୍ଜନଙ୍କ ନିକଟରୁ ଅର୍ଥ ବିଭାଗ କାଢ଼ି ନିଆଯାଇ ତାଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ବିଭାଗ ଦାୟିତ୍ୱ ଦିଆଯାଇଛି। ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ହୋଇଥିବା ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ଦିଆଯାଇଥିବାବେଳେ ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଏବଂ ସୁଦାମ ମାରାଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ କରାଯାଇଛି। ପୂର୍ବରୁ ଶ୍ରୀକାନ୍ତ ସାହୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଥିବା ବେଳେ ସମୀର ରଞ୍ଜନ ଦାଶ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱରେ ଥିଲେ। ଗତ ୧୨ ତାରିଖରେ ଉଭୟ ନିଜ ପଦରୁ ଇସ୍ତଫା ଦେଇଥିଲେ। ଉଭୟ ରାଷ୍ଟ୍ରପାହ୍ୟା(ସ୍ବାଧୀନ) ମନ୍ତ୍ରୀ ଥିବା ବେଳେ ଉକ୍ତ ଦୁଇ ବିଭାଗର ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଛି।
ନବୀନଙ୍କ ପୂର୍ବ ମନ୍ତ୍ରିମଣ୍ଡଳରେ ଗଞ୍ଜାମ ଜିଲାରୁ ଉଷା ଦେବୀ ଓ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀ କରାଯାଇଥିବାବେଳେ ବିକ୍ରମ ଆରୁଖଙ୍କୁ ବାଚସ୍ପତି ପଦବୀରେ ବସାଯାଇଥିଲା। ସେହିପରି ପଶ୍ଚିମ ଓଡ଼ିଶାର ୫ ଜିଲାକୁ ମନ୍ତ୍ରୀ ପଦ ମିଳିଥିଲା। ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ନବ କିଶୋର ଦାସଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ପଦ ମିଳିଥିବାବେଳେ ରୋହିତ ପୂଜାରୀ ଓ ରୀତା ସାହୁଙ୍କୁ ରାଷ୍ଟ୍ରପାହ୍ୟା ମନ୍ତ୍ରୀ କରାଯାଇଥିଲା। ନବ ଦାସଙ୍କ ମୃତ୍ୟୁ ପରେ ପଶ୍ଚିମ ଓଡ଼ିଶାରୁ ଗୋଟିଏ ମନ୍ତ୍ରୀ ପଦବୀ ଖାଲି ପଡ଼ିଥିଲା। ଅନ୍ୟପକ୍ଷରେ ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରୁ କୌଣସି ମନ୍ତ୍ରୀ ନ ଥିଲେ। ଦଳୀୟ ସଙ୍ଗଠନକୁ ମଜଭୁତ କରିବା ପାଇଁ ନବୀନ ଏହି ଦୁଇ ଜିଲାକୁ ଗୁରୁତ୍ୱ ଦେଇଥିବା କୁହାଯାଉଛି। ଫଳରେ ପୂର୍ବତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ନାୟକ ଓ ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡିଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଛି। ତେବେ ପଶ୍ଚିମ ଓଡ଼ିଶାରୁ ଗୋଟିଏ ମନ୍ତ୍ରୀ ପଦବୀ କମ୍‌ ହୋଇଯାଇଥିଲେ ମଧ୍ୟ କାହାକୁ ମନ୍ତ୍ରିମଣ୍ଡଳରେ ସାମିଲ କରା ନ ଯିବା ନେଇ ଅସନ୍ତୋଷ ଦେଖାଦେଇଛି। ପୂର୍ବତନ ମନ୍ତ୍ରୀ ତଥା ଭଟ୍‌ଲି ବିଧାୟକ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ କରା ନ ଯିବା ନେଇ ସମର୍ଥକମାନେ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରି କି ସମୂହ ଇସ୍ତଫା ଦେବା କଥା ଉଠାଇଛନ୍ତି। ତେବେ ସୁଶାନ୍ତ ସିଂ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ବିବାଦୀୟ ହୋଇଥିବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନ ଥିବା କୁହାଯାଉଛି। ଅନ୍ୟପକ୍ଷରେ ପୁରୀ ଜିଲାରେ ୨ ଜଣ ମନ୍ତ୍ରୀ ଥିବାବେଳେ ଏବେ କେବଳ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ରାଜ୍ୟପାହ୍ୟା ମନ୍ତ୍ରୀ ଅଛନ୍ତି।
ଅନ୍ୟପକ୍ଷରେ ବାଚସ୍ପତି ପଦବୀ ପୂରଣ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ବାଚସ୍ପତି ପଦରେ ସରକାର କାହାକୁ ବସାଇବେ ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ଏହିି ପଦ ପାଇଁ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ, ଅମର ପ୍ରସାଦ ଶତପଥୀ, ଦେବୀ ପ୍ରସାଦ ମିଶ୍ର ଏବଂ ଉଷା ଦେବୀଙ୍କ ନାଁ ଚର୍ଚ୍ଚାରେ ରହିଛି। ତେବେ ନବୀନ କାହାକୁ ଏହି ଗୁରୁଦାୟିତ୍ୱ ଦେବେ ତାହା ଉପରେ ଏବେ ସଭିଙ୍କ ନଜର। ଆଉ ଦିନେ ଦୁଇଦିନ ମଧ୍ୟରେ ଏ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।
ଶପଥ ଗ୍ରହଣ କାର୍ଯ୍ୟକ୍ରମ ୯ଟା ୫୦ ମିନିଟ୍‌ରେ ଆରମ୍ଭ ହୋଇ ୯ଟା ୫୯ ମିନିଟ୍‌ରେ ଶେଷ ହୋଇଥିଲା। ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣର ପ୍ରାୟ ୧ ଘଣ୍ଟା ପୂର୍ବରୁ ଆସି ନିଜ ନିଜ ଆସନରେ ବସିଥିଲେ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ପହଞ୍ଚିବା ପରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଥିଲା। ଶପଥ ଗ୍ରହଣ ବେଳେ ମନ୍ତ୍ରୀ ଅଶୋକ ପଣ୍ଡା, ରୋହିତ ପୂଜାରୀ, ଏମ୍‌ପି ପ୍ରମିଳା ବିଶୋଇଙ୍କ ସମେତ କଟକ ଓ ଭୁବନେଶ୍ୱର ମହାନଗର ନିଗମର ମେୟର, ଦଳୀୟ ନେତା ଏବଂ ସମର୍ଥକମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?