ଓଡ଼ିଶା ସମେତ ୯ ରାଜ୍ୟକୁ କୋଭିଡ୍‌ ଭୟ ଅଧିକ

ନୂଆଦିଲ୍ଲୀ,୧୮ା୭(ପି.ଟି.): ଓଡ଼ିଶା ସମେତ ୯ ରାଜ୍ୟର ବିଭିନ୍ନ ଜିଲାକୁ କୋଭିଡ୍‌-୧୯ ମହାମାରୀ ପ୍ରଭାବର ଭୟାବହତା ସର୍ବାଧିକ ବୋଲି ଲାନ୍‌ସେଟ୍‌ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ କୁହାଯାଇଛି। ଅନ୍ୟ ରାଜ୍ୟଗୁଡ଼ିକ ହେଲେ ମଧ୍ୟପ୍ରଦେଶ, ବିହାର, ତେଲଙ୍ଗାନା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଗୁଜରାଟ। ମଧ୍ୟପ୍ରଦେଶର ବିଭିନ୍ନ ଜିଲା ପ୍ରତି କରୋନା ପ୍ରଭାବ ସର୍ବାଧିକ ସମ୍ବେଦନଶୀଳ ହୋଇପାରେ। ଜନସଂଖ୍ୟା ପରିଷଦ ନୂଆଦିଲ୍ଲୀର ରାଜୀବ ଆଚାର୍ଯ୍ୟଙ୍କ ସମେତ ଅନ୍ୟ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ରାଜ୍ୟଗୁଡ଼ିକରେ ସଂକ୍ରମଣ ବଢ଼ିବା, ଅସୁସ୍ଥତା, ମୃତ୍ୟୁହାର ଏବଂ ମହାମାରୀର ସାମାଜିକ ଓ ଅର୍ଥନୈତିକ ପ୍ରଭାବ ଅଧିକ ଭୟାବହ ହେବା ସମ୍ଭାବନା ରହିଛି। ସାମାଜିକ ଅର୍ଥନୈତିକ, ଭୌଗୋଳିକ, ଗୃହନିର୍ମାଣ ଓ ସ୍ବାସ୍ଥ୍ୟ, ମହାମାରୀ ବିଜ୍ଞାନ ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ବନ୍ଧୀୟ ୫ଟି କ୍ଷେତ୍ରରୁ ୧୫ଟି ସୂଚକକୁ ନେଇ ରାଜ୍ୟଗୁଡ଼ିକର ସମ୍ବେଦନଶୀଳତା ଆକଳନ କରାଯାଇଥିଲା। ଏହି ସୂଚକାଙ୍କ ଯୋଜନା ପ୍ରସ୍ତୁତକାରୀ ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ସହାୟତା କରିବା ଲକ୍ଷ୍ୟରେ ପ୍ରସ୍ତୁତ କରଯାଇଛି। ଫଳରେ ମହାମାରୀ ମୁକାବିଲା ପ୍ରସ୍ତୁତିରେ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ଅଧିକ ପ୍ରାଧାନ୍ୟ ଦିଆଯିବ ସହ ସମ୍ବଳ ମଞ୍ଜୁର କରାଯାଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ବୈଜ୍ଞାନିକମାନେ ଯେଉଁସବୁ ଜିଲା ଚୟନ କରିଛନ୍ତି, ସେଠାରେ ଏବେ କରୋନା ସଂକ୍ରମଣ ଅଧିକ ହୋଇନାହିଁ, କିନ୍ତୁ ମହାମାରୀ ଯୋଗୁ ଅଧିକ ପ୍ରଭାବିତ ହେବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ରୁମରେ ଅନ୍ୟ ମହିଳାଙ୍କ ସହ ସ୍ବାମୀଙ୍କୁ ଦେଖିଲେ ସ୍ତ୍ରୀ; ତା’ପରେ ହୋଟେଲରୁ ପୋଲିସ ଷ୍ଟେଶନ…

ଇନ୍ଦୋର,୧୩।୭: ମଧ୍ୟପ୍ରଦେଶର ରେୱାର ସମନ ପୋଲିସ ଷ୍ଟେଶନ ଅଞ୍ଚଳର ଏକ ହୋଟେଲରେ ଜଣେ ମହିଳା ପହଞ୍ଚି ତାଙ୍କ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ଥିବା ଅଭିଯୋଗ କରି…

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି। ୨୦୨୫ରେ…

ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା, ବିନା କଷ୍ଟରେ…

ମଦ ଛାଡ଼ିଲେ ଯେଉଁ କଷ୍ଟଦାୟକ ଲକ୍ଷଣମାନ ଦେଖା ଦେଇଥାଏ, ସେଗୁଡିକୁ ରୋକିବା ପାଇଁ କେତେକ ନିର୍ଦ୍ଦିଷ୍ଟ ମେଡିସିନ୍‌ ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ରୋଗୀ ବିନା କଷ୍ଟରେ ବା…

୧୮ ବର୍ଷ ପରେ CSKର ହାତ ଛାଡିଲେ ଏହି ଖେଳାଳି, ପାରସ୍ପରିକ ସହମତିରେ ଦଳରୁ ହେଲେ ଅଲଗା

ନୂଆଦିଲ୍ଲୀ,୧୩।୭: ୧୮ ବର୍ଷର ସହଭାଗିତା ପରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ଇଣ୍ଡିଆନ ପ୍ରିମିୟର…

ଦାନ୍ତବିନ୍ଧା ତାଲିକାରେ ଯୋଡ଼ା ହେଲା ଆଉ ଏକ କାରଣ…

ସାଧାରଣତଃ ଥଣ୍ଡାଜନିତ ସମସ୍ୟା କିମ୍ବା ଦାନ୍ତ ମୂଳରେ ସଂକ୍ରମଣ ହେଲେ ଦାନ୍ତ ବିନ୍ଧିଥାଏ। ତେବେ ଏହି ତାଲିକାରେ ଏବେ ଆଉ ଏକ କାରଣକୁ ଯୋଡ଼ାଯାଇଛି। ଦାନ୍ତ ବିନ୍ଧା…

ବିଡିଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ, ଦାବିପତ୍ର ପ୍ରଦାନ କରି…

କର୍ଲାମୁଣ୍ଡା:୧୩।୭,(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ଗ୍ରାମ ପଞ୍ଚାୟତ ସିଲେଟପଡ଼ା ଗ୍ରାମରେ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗାଁର ଜନୈକ ବ୍ୟକ୍ତି…

ପ୍ଲୁଟୋକୁ ନେଇ ବିବାଦ

ପ୍ଲୁଟୋ ହେଉଛି ସୌରଜଗତର ପାଞ୍ଚଟି ବାମନ ଗ୍ରହ ମଧ୍ୟରୁ ଗୋଟିଏ। ବାସ୍ତବରେ ଆମେରିକୀୟ ଜ୍ୟୋତିର୍ବିଦ କ୍ଲାଇଡ୍‌ ଟମ୍‌ବାଓ ଏହାକୁ ୧୯୩୦ ମସିହାରେ ଆବିଷ୍କାର କରିଥିଲେ। ତା’ପରେ ଏହା…

‘ଜେଣ୍ଟଲ ମ୍ୟାନ’ ଲୁକରେ ବୈଭବ ସୂର୍ଯ୍ୟବଂଶୀ, ଯୁବରାଜ ସିଂହଙ୍କୁ ଭେଟିବା ସହ ଫଟୋ ଶେୟାର କରି ଲେଖିଲେ…

ନୂଆଦିଲ୍ଲୀ,୧୩।୭: ୧୫ ବର୍ଷୀୟ ଭାରତୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ରବିବାର ଏକ ସ୍ବତନ୍ତ୍ର ଦିନ ଥିଲା। ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଶେଷ ହେବା ପରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri