ଟେଲି ପୁରସ୍କାରରୁ ବାଦ୍‌ ପଡ଼ିଲା ‘ନିମ୍‌କି’

ଭୁବନେଶ୍ୱର,୫।୧୨ (ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ ମସିହା ପାଇଁ ୩୧ତମ ‘ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର’ ଓ ୮ମ ‘ରାଜ୍ୟ ଓଡ଼ିଆ ଟେଲି ଚଳଚ୍ଚିତ୍ର ପୁରସ୍କାର’ ଘୋଷଣା ହେବା ପରେ ଏହାକୁ ନେଇ ବିବାଦ ଲାଗି ରହିଥିଲା। ପୁରସ୍କାର ପ୍ରଦାନ କ୍ଷେତ୍ରରେ ଚୟନ ପ୍ରକ୍ରିୟା କେତେଦୂର ନିରପେକ୍ଷ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ଏପରିକି କମିଟିରେ ଥିବା ଜୁରି ସଦସ୍ୟମାନଙ୍କୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ସଂସ୍କୃତି ବିଭାଗ ସହିତ ଓଡ଼ିଶା ଟେଲି ଆକ୍ଟର୍ସ ଆସୋସିଏଶନ (ଓଟା)ର ଆଲୋଚନା ପରେ ଏହି ବିବାଦର ଏବେ ଏକ ପ୍ରକାର ଅନ୍ତ ହେବାକୁ ଯାଉଛି। ହୋଇଥିବା ନିଷ୍ପତ୍ତି ଅନୁସାରେ, ଟେଲି ପୁରସ୍କାର ବର୍ଗରେ ଶ୍ରେଷ୍ଠ ସ୍କ୍ରିନ୍‌ ପ୍ଲେ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ‘ନିମ୍‌କି’ ଚଳଚ୍ଚିତ୍ରକୁ ପୁରସ୍କାର ତାଲିକାରୁ ବାଦ୍‌ ଦିଆଯାଇଛି। ଏହା ସମ୍ପୂର୍ଣ୍ଣ ଭାବେ କମର୍ସିଆଲ ଚଳଚ୍ଚିତ୍ର ହୋଇଥିବାରୁ ଏବଂ ହଲ୍‌ରେ ରିଲିଜ୍‌ ହୋଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ତେବେ ବିବାଦରେ ଥିଲେ ମଧ୍ୟ ପୁରସ୍କାର ପାଇଁ ନାମ ଘୋଷଣା ହୋଇ ସାରିଥିବାରୁ ଚଳଚ୍ଚିତ୍ର ‘ଖୁସି’ ‘କାଳିଆ କରୁଛି ଲୀଳା’ ଓ ‘ରଙ୍ଗିଲା ବୋହୂ’ ଆଦିକୁ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।
ଆଉ କେତେକ ନିଷ୍ପତ୍ତି ହୋଇଛି। ପ୍ରଯୋଜକମାନେ ନିଜ ନିଜ ଚଳଚ୍ଚିତ୍ର ଦାଖଲ କଲାବେଳେ ଏକ ସତ୍ୟପାଠ ଦାଖଲ କରିଥାନ୍ତି। ଯେଉଁଥିରେ କି କାହାଣୀ କାହାଠାରୁ କପି ହୋଇ ନାହିଁ ବୋଲି ଉଲ୍ଲେଖ ଥାଏ। ମାତ୍ର ସବୁ ପ୍ରଯୋଜକମାନେ ଏହାକୁ ମାନୁ ନାହାନ୍ତି। ତେଣୁ ଭବିଷ୍ୟତରେ ଯେପରି ଏଭଳି କପି ହୋଇଥିବା ଚଳଚ୍ଚିତ୍ର ପୁରସ୍କାର ପାଇଁ ଆବେଦନ କରି ନ ପାରିବେ ସେଥିପ୍ରତି ଦୃଷ୍ଟି ଦିଆଯିବ। ସର୍ବାଧିକ ୪୫ ମିନିଟ୍‌ ଅବଧି ମଧ୍ୟରେ ଥିବା ଫିଲ୍ମକୁ ହିଁ ଟେଲିଫିଲ୍ମରେ ଗଣାଯିବ। ସେହିପରି ଜୁରୀ କର୍ତ୍ତାଙ୍କୁ ଚୟନ ସମୟରେ ଯେପରି କାହା ପ୍ରତି ପକ୍ଷପାତିତା ନ ହୁଏ ତାହାକୁ ଧ୍ୟାନ ଦିଆଯିବ। ଏଥିସହ ଖୁବ୍‌ଶୀଘ୍ର ଏକ ନୂଆ ସଂଶୋଧନ ପ୍ରସ୍ତୁତ କରାଯିବ, ଯାହାକି ୨୦୨୦ ମସିହାର ପୁରସ୍କାର ଚୟନ ସମୟରୁ ଲାଗୁ ହେବ। ସେହିଭଳି ଶ୍ରେଷ୍ଠ ଧାରାବାହିକକୁ ‘କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ’ଙ୍କ ନାମରେ ନାମିତ କରିବା, ଜୟଦେବ ପୁରସ୍କାର ଢାଞ୍ଚାରେ ଜୀବନ ବ୍ୟାପୀ (ଟେଲିଭିଜନ) ସାଧନା ପାଇଁ ‘ଦୁଃଖୀରାମ ସ୍ବାଇଁ ପୁରସ୍କାର’ ପ୍ରଦାନ କରିବା ଏହି ସଂଶୋଧନରେ ସାମିଲ କରାଯିବାକୁ ଆଲୋଚନାରେ ନିଷ୍ପତ୍ତି ହୋଇଛି।
ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ଓଟାର ସଭାପତି ଉତ୍ତମ ମହାନ୍ତି, ସମ୍ପାଦକ ନରେନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଜୁରୀ ଚୟନ ଏବଂ ଅନ୍ୟାନ୍ୟ ଦାବି ନେଇ ଓଟା ପକ୍ଷରୁ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କୁ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୋମବାର ଏକ ଲିଖିତ ଦାବି ପ୍ରଦାନ କରିବେ ବୋଲି ସମ୍ପାଦକ ନରେନ୍ଦ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଟେଲି ଚଳଚ୍ଚିତ୍ର ପୁରସ୍କାରକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲା ଓଟା। ଏହାକୁ ନେଇ ଆଇନର ଆଶ୍ରୟ ନେବାକୁ ପ୍ରସ୍ତୁତ ହେଉଥିଲା। ସେହିପରି ନିର୍ଦ୍ଦେଶକ ବବି ଇସଲାମ୍‌, ଅଭିନେତା ମିଟୁ ମିଥୁନ ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri