ଟେଲି ପୁରସ୍କାରରୁ ବାଦ୍‌ ପଡ଼ିଲା ‘ନିମ୍‌କି’

ଭୁବନେଶ୍ୱର,୫।୧୨ (ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ ମସିହା ପାଇଁ ୩୧ତମ ‘ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର’ ଓ ୮ମ ‘ରାଜ୍ୟ ଓଡ଼ିଆ ଟେଲି ଚଳଚ୍ଚିତ୍ର ପୁରସ୍କାର’ ଘୋଷଣା ହେବା ପରେ ଏହାକୁ ନେଇ ବିବାଦ ଲାଗି ରହିଥିଲା। ପୁରସ୍କାର ପ୍ରଦାନ କ୍ଷେତ୍ରରେ ଚୟନ ପ୍ରକ୍ରିୟା କେତେଦୂର ନିରପେକ୍ଷ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ଏପରିକି କମିଟିରେ ଥିବା ଜୁରି ସଦସ୍ୟମାନଙ୍କୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ସଂସ୍କୃତି ବିଭାଗ ସହିତ ଓଡ଼ିଶା ଟେଲି ଆକ୍ଟର୍ସ ଆସୋସିଏଶନ (ଓଟା)ର ଆଲୋଚନା ପରେ ଏହି ବିବାଦର ଏବେ ଏକ ପ୍ରକାର ଅନ୍ତ ହେବାକୁ ଯାଉଛି। ହୋଇଥିବା ନିଷ୍ପତ୍ତି ଅନୁସାରେ, ଟେଲି ପୁରସ୍କାର ବର୍ଗରେ ଶ୍ରେଷ୍ଠ ସ୍କ୍ରିନ୍‌ ପ୍ଲେ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ‘ନିମ୍‌କି’ ଚଳଚ୍ଚିତ୍ରକୁ ପୁରସ୍କାର ତାଲିକାରୁ ବାଦ୍‌ ଦିଆଯାଇଛି। ଏହା ସମ୍ପୂର୍ଣ୍ଣ ଭାବେ କମର୍ସିଆଲ ଚଳଚ୍ଚିତ୍ର ହୋଇଥିବାରୁ ଏବଂ ହଲ୍‌ରେ ରିଲିଜ୍‌ ହୋଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ତେବେ ବିବାଦରେ ଥିଲେ ମଧ୍ୟ ପୁରସ୍କାର ପାଇଁ ନାମ ଘୋଷଣା ହୋଇ ସାରିଥିବାରୁ ଚଳଚ୍ଚିତ୍ର ‘ଖୁସି’ ‘କାଳିଆ କରୁଛି ଲୀଳା’ ଓ ‘ରଙ୍ଗିଲା ବୋହୂ’ ଆଦିକୁ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।
ଆଉ କେତେକ ନିଷ୍ପତ୍ତି ହୋଇଛି। ପ୍ରଯୋଜକମାନେ ନିଜ ନିଜ ଚଳଚ୍ଚିତ୍ର ଦାଖଲ କଲାବେଳେ ଏକ ସତ୍ୟପାଠ ଦାଖଲ କରିଥାନ୍ତି। ଯେଉଁଥିରେ କି କାହାଣୀ କାହାଠାରୁ କପି ହୋଇ ନାହିଁ ବୋଲି ଉଲ୍ଲେଖ ଥାଏ। ମାତ୍ର ସବୁ ପ୍ରଯୋଜକମାନେ ଏହାକୁ ମାନୁ ନାହାନ୍ତି। ତେଣୁ ଭବିଷ୍ୟତରେ ଯେପରି ଏଭଳି କପି ହୋଇଥିବା ଚଳଚ୍ଚିତ୍ର ପୁରସ୍କାର ପାଇଁ ଆବେଦନ କରି ନ ପାରିବେ ସେଥିପ୍ରତି ଦୃଷ୍ଟି ଦିଆଯିବ। ସର୍ବାଧିକ ୪୫ ମିନିଟ୍‌ ଅବଧି ମଧ୍ୟରେ ଥିବା ଫିଲ୍ମକୁ ହିଁ ଟେଲିଫିଲ୍ମରେ ଗଣାଯିବ। ସେହିପରି ଜୁରୀ କର୍ତ୍ତାଙ୍କୁ ଚୟନ ସମୟରେ ଯେପରି କାହା ପ୍ରତି ପକ୍ଷପାତିତା ନ ହୁଏ ତାହାକୁ ଧ୍ୟାନ ଦିଆଯିବ। ଏଥିସହ ଖୁବ୍‌ଶୀଘ୍ର ଏକ ନୂଆ ସଂଶୋଧନ ପ୍ରସ୍ତୁତ କରାଯିବ, ଯାହାକି ୨୦୨୦ ମସିହାର ପୁରସ୍କାର ଚୟନ ସମୟରୁ ଲାଗୁ ହେବ। ସେହିଭଳି ଶ୍ରେଷ୍ଠ ଧାରାବାହିକକୁ ‘କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ’ଙ୍କ ନାମରେ ନାମିତ କରିବା, ଜୟଦେବ ପୁରସ୍କାର ଢାଞ୍ଚାରେ ଜୀବନ ବ୍ୟାପୀ (ଟେଲିଭିଜନ) ସାଧନା ପାଇଁ ‘ଦୁଃଖୀରାମ ସ୍ବାଇଁ ପୁରସ୍କାର’ ପ୍ରଦାନ କରିବା ଏହି ସଂଶୋଧନରେ ସାମିଲ କରାଯିବାକୁ ଆଲୋଚନାରେ ନିଷ୍ପତ୍ତି ହୋଇଛି।
ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ଓଟାର ସଭାପତି ଉତ୍ତମ ମହାନ୍ତି, ସମ୍ପାଦକ ନରେନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଜୁରୀ ଚୟନ ଏବଂ ଅନ୍ୟାନ୍ୟ ଦାବି ନେଇ ଓଟା ପକ୍ଷରୁ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କୁ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୋମବାର ଏକ ଲିଖିତ ଦାବି ପ୍ରଦାନ କରିବେ ବୋଲି ସମ୍ପାଦକ ନରେନ୍ଦ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଟେଲି ଚଳଚ୍ଚିତ୍ର ପୁରସ୍କାରକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲା ଓଟା। ଏହାକୁ ନେଇ ଆଇନର ଆଶ୍ରୟ ନେବାକୁ ପ୍ରସ୍ତୁତ ହେଉଥିଲା। ସେହିପରି ନିର୍ଦ୍ଦେଶକ ବବି ଇସଲାମ୍‌, ଅଭିନେତା ମିଟୁ ମିଥୁନ ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?