ନିଖିଲ ମୋ ସ୍ବାମୀ ନୁହନ୍ତି, ବିବାହ ଫଟୋ ମିଛ

ମୁମ୍ବାଇ: ତୃଣମୂଳ କଂଗ୍ରେସ ନେତ୍ରୀ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁ ନିଖିଲ ଜୈନଙ୍କ ସହ ନିଜର ପ୍ରଥମ ବିବାହକୁ ନେଇ ଉଠିଥିବା ବିବାଦରେ ମୁହଁ ଖୋଲିଛନ୍ତି। ନୁସରତ ଏକ ସାକ୍ଷାତକାରରେ କହିଥିବା କଥା ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ନୁସରତ କହିଛନ୍ତି, ସେ ମୋ’ ବିବାହ ଖର୍ଚ୍ଚ ଦେଇ ନାହାନ୍ତି କିମ୍ବା ମୋ’ ହୋଟେଲ ବିଲ୍‌ ମଧ୍ୟ ଦେଇ ନାହାନ୍ତି, ମୋର କହିବାରେ କିଛି ନାହିଁ। ମୁଁ ସଚ୍ଚୋଟ ଅଟେ। ମୋର ଫଟୋକୁ ଭୁଲ୍‌ ଭାବରେ ଦର୍ଶାଯାଇଥିଲା। ନୁସରତ ଆହୁରି କହିଛନ୍ତି, ଅନ୍ୟକୁ ଦୋଷ ଦେବା ସହଜ କିନ୍ତୁ ସେ ତାହା କରିନାହାନ୍ତି।

ନିଖିଲଙ୍କ ସହ ବିବାହ ପରେ ନୁସରତ ଚର୍ଚ୍ଚାକୁ ଆସିଥିଲେ। ଗତ ବର୍ଷ ନଭେମ୍ବରରୁ ନିଖିଲ ଏବଂ ନୁସରତ ଅଲଗା ରହୁଛନ୍ତି। ସେମାନଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠିଥିଲା, ଏହା ପରେ ନୁସରତ ଗଣମାଧ୍ୟମ ସାମ୍ନାକୁ ଆସି ନିଖିଲଙ୍କ ସହ ତାଙ୍କ ବିବାହକୁ ଅବୈଧ ଘୋଷଣା କରିଥିଲେ। ଏଥିସହିତ ତାଙ୍କ ନାମରେ ଟଙ୍କାର ଅପବ୍ୟବହାର ଏବଂ ଠକେଇ ଅଭିଯୋଗ କରିଥିଲେ।

ନିଖିଲ ମଧ୍ୟ କହିଛନ୍ତି, ବିବାହ ପରେ ନୁସରତଙ୍କ ଆଚରଣରେ ପରିବର୍ତ୍ତନ ଆସିଛି। ନୁସରତ ତାଙ୍କଠାରୁ ବହୁତ ଟଙ୍କା ଋଣ ନେଇଥିଲେ। ନିଖିଲ ଏହା ମଧ୍ୟ କହିଛନ୍ତି ଯେ, ବାରମ୍ବାର ବିବାହ ପଞ୍ଜୀକରଣ କରିବାକୁ କହିବା ସତ୍ତ୍ୱେ ନୁସରତ ତାଙ୍କ କଥା ଶୁଣି ଏହାକୁ ଏଡ଼ାଇ ଯାଇଥିଲେ।

ନୁସରତ -ନିଖିଲଙ୍କ ବିବାହ ୧୯ ଜୁନ୍‌ ୨୦୧୯ରେ ତୁର୍କୀରେ ହୋଇଥିଲା। ଏହାକୁ ଭିତ୍ତିକରି ନୁସରତ ନିଖିଲଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ଆବେଦନ କରିବାକୁ ମନା କରିଦେଇଥିଲେ। ନୁସରତ କହିଛନ୍ତି, ଭାରତରେ ତୁର୍କୀ ଆଇନ ବୈଧ ନୁହେଁ। ତେଣୁ ତାଙ୍କ ବିବାହ ମଧ୍ୟ ସ୍ବୀକୃତିପ୍ରାପ୍ତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?