ନିଖିଲ ମୋ ସ୍ବାମୀ ନୁହନ୍ତି, ବିବାହ ଫଟୋ ମିଛ

ମୁମ୍ବାଇ: ତୃଣମୂଳ କଂଗ୍ରେସ ନେତ୍ରୀ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁ ନିଖିଲ ଜୈନଙ୍କ ସହ ନିଜର ପ୍ରଥମ ବିବାହକୁ ନେଇ ଉଠିଥିବା ବିବାଦରେ ମୁହଁ ଖୋଲିଛନ୍ତି। ନୁସରତ ଏକ ସାକ୍ଷାତକାରରେ କହିଥିବା କଥା ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ନୁସରତ କହିଛନ୍ତି, ସେ ମୋ’ ବିବାହ ଖର୍ଚ୍ଚ ଦେଇ ନାହାନ୍ତି କିମ୍ବା ମୋ’ ହୋଟେଲ ବିଲ୍‌ ମଧ୍ୟ ଦେଇ ନାହାନ୍ତି, ମୋର କହିବାରେ କିଛି ନାହିଁ। ମୁଁ ସଚ୍ଚୋଟ ଅଟେ। ମୋର ଫଟୋକୁ ଭୁଲ୍‌ ଭାବରେ ଦର୍ଶାଯାଇଥିଲା। ନୁସରତ ଆହୁରି କହିଛନ୍ତି, ଅନ୍ୟକୁ ଦୋଷ ଦେବା ସହଜ କିନ୍ତୁ ସେ ତାହା କରିନାହାନ୍ତି।

ନିଖିଲଙ୍କ ସହ ବିବାହ ପରେ ନୁସରତ ଚର୍ଚ୍ଚାକୁ ଆସିଥିଲେ। ଗତ ବର୍ଷ ନଭେମ୍ବରରୁ ନିଖିଲ ଏବଂ ନୁସରତ ଅଲଗା ରହୁଛନ୍ତି। ସେମାନଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠିଥିଲା, ଏହା ପରେ ନୁସରତ ଗଣମାଧ୍ୟମ ସାମ୍ନାକୁ ଆସି ନିଖିଲଙ୍କ ସହ ତାଙ୍କ ବିବାହକୁ ଅବୈଧ ଘୋଷଣା କରିଥିଲେ। ଏଥିସହିତ ତାଙ୍କ ନାମରେ ଟଙ୍କାର ଅପବ୍ୟବହାର ଏବଂ ଠକେଇ ଅଭିଯୋଗ କରିଥିଲେ।

ନିଖିଲ ମଧ୍ୟ କହିଛନ୍ତି, ବିବାହ ପରେ ନୁସରତଙ୍କ ଆଚରଣରେ ପରିବର୍ତ୍ତନ ଆସିଛି। ନୁସରତ ତାଙ୍କଠାରୁ ବହୁତ ଟଙ୍କା ଋଣ ନେଇଥିଲେ। ନିଖିଲ ଏହା ମଧ୍ୟ କହିଛନ୍ତି ଯେ, ବାରମ୍ବାର ବିବାହ ପଞ୍ଜୀକରଣ କରିବାକୁ କହିବା ସତ୍ତ୍ୱେ ନୁସରତ ତାଙ୍କ କଥା ଶୁଣି ଏହାକୁ ଏଡ଼ାଇ ଯାଇଥିଲେ।

ନୁସରତ -ନିଖିଲଙ୍କ ବିବାହ ୧୯ ଜୁନ୍‌ ୨୦୧୯ରେ ତୁର୍କୀରେ ହୋଇଥିଲା। ଏହାକୁ ଭିତ୍ତିକରି ନୁସରତ ନିଖିଲଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ଆବେଦନ କରିବାକୁ ମନା କରିଦେଇଥିଲେ। ନୁସରତ କହିଛନ୍ତି, ଭାରତରେ ତୁର୍କୀ ଆଇନ ବୈଧ ନୁହେଁ। ତେଣୁ ତାଙ୍କ ବିବାହ ମଧ୍ୟ ସ୍ବୀକୃତିପ୍ରାପ୍ତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri