Posted inଖେଳ

ନାଇଜେରିଆଠାରୁ ହାରି ଚିଲି ବିଦା

ଭୁବନେଶ୍ୱର,୧୮।୧୦(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଏକ ଗ୍ରୁପ୍‌ ‘ବି’ ମ୍ୟାଚ୍‌ରେ ନାଇଜେରିଆ ୨-୧ ଗୋଲରେ ଚିଲିକୁ ପରାସ୍ତ କରିଛି। ଫଳରେ ଏହି ଗ୍ରୁପ୍‌ରୁ ଦ୍ୱିତୀୟ ଦଳ ଭାବେ ନାଇଜେରିଆ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଏହି ଦଳ ୩ ମ୍ୟାଚ୍‌ରୁ ୨ଟି ବିଜୟ ସହ ୬ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ପୂର୍ବରୁ ଜର୍ମାନୀ ନକ୍‌ଆଉଟରେ ପ୍ରବେଶ କରିଥିଲା। ଅନ୍ୟପକ୍ଷରେ ଦ୍ୱିତୀୟ ଥର ବିଶ୍ୱକପ୍‌ ଖେଳିବା ସୁଯୋଗ ପାଇଥିବା ଚିଲିର ଅଭିଯାନ ଗ୍ରୁପ୍‌ ପର୍ଯ୍ୟାୟରୁ ଶେଷ ହୋଇଯାଇଥିଲା। ନାଇଜେରିଆର ୧୭ ନମ୍ବର ଜର୍ସି ପରିହିତ ଓପେୟେମି ଆଜାକାୟେ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଗୋଆର ମାର୍ଗାଓରେ ଅନୁଷ୍ଠିତ ଅନ୍ୟ ଏକ ଗ୍ରୁପ୍‌ ‘ବି’ ମ୍ୟାଚ୍‌ରେ ଜର୍ମାନୀ ୩-୧ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ହାଟ୍ରିକ ବିଜୟ ସହ ଜର୍ମାନୀ ଗ୍ରୁପ୍‌ ‘ବି’ର ନମ୍ବର ୱାନ୍‌ ଦଳ ହୋଇଛି।
ଚିଲି ଉପରେ ଆରମ୍ଭରୁ ଭାରି ପଡ଼ିଥିଲା ନାଇଜେରିଆ। ପ୍ରଥମ ମିନିଟ୍‌ରେ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଚିଲି ଗୋଲପୋଷ୍ଟରେ ବଲ୍‌ ପହଞ୍ଚାଇଥିଲା ଏହି ଆଫ୍ରିକୀୟ ଦଳ। ଏହାର ସୁଫଳ ମଧ୍ୟ ଦଳକୁ ମିଳିଥିଲା। ୪ର୍ଥ ମିନିଟ୍‌ରେ ଓପେୟେମିଙ୍କଠାରୁ ପାଇଥିବା ପାସ୍‌କୁ ଅଧିନାୟିକା ବ୍ଲେସିଂ ଇମାନୁଏଲ ଗୋଲରେ ପରିଣତ କରିଥିଲେ। ବ୍ଲେସିଂଙ୍କ ରାଇଟ୍‌ ଫୁଟ୍‌ ଶଟ୍‌ ଚିଲି ଗୋଲପୋଷ୍ଟର ଲେଫ୍ଟ କର୍ନର ନିମ୍ନଭାଗ ସ୍ପର୍ଶ କରିଥିଲା। ଗୋଲକିପର ଆଲଭାରାଡୋ କାଟାଲିନା ପୂରାଦମ୍‌ରେ ଡାଇଭ୍‌ ମାରିଥିଲେ ହେଁ ବଲ୍‌ ନିକଟରେ ପହଞ୍ଚତ୍ପାରି ନ ଥିଲେ। ବିପଜ୍ଜନକ ପ୍ରଦର୍ଶନ ପାଇଁ ୧୬ତମ ମିନିଟ୍‌ରେ ଆମିନା ବେଲୋ ୟେଲୋ କାର୍ଡ ପାଇଥିଲେ। ୧୭ତମ ମିନିଟ୍‌ରେ ନାଇଜେରିଆ ଆଉ ଏକ ଗୋଲ ଦେବାର ନିକଟତର ହୋଇଥିଲା। ଓପେୟେମିଙ୍କ ଥ୍ରୋ ପାସ୍‌କୁ ନିୟନ୍ତ୍ରଣକୁ ଆଣି ଆମିନା ବେଲୋ ଚିଲି ଗୋଲପୋଷ୍ଟକୁ ଟାର୍ଗେଟ କରିଥିଲେ। ଗୋଲକିପର ଦୂରରେ ଥିବାରୁ ଗୋଲ ହେବାର ଯଥେଷ୍ଟ ସମ୍ଭାବନା ଥିଲା। ମାତ୍ର ଚିଲିର ଓଲିଭର କନ୍‌ଷ୍ଟାଞ୍ଜା ଚତୁରତାର ସହ ବଲ୍‌ କ୍ଲିିୟର କରିଦେଇଥିଲେ। ଫଳରେ ଚିଲି ଆଉ ଏକ ଗୋଲ ବରଣରୁ ଅଳ୍ପକେ ବର୍ତ୍ତିଯାଇଥିଲା। ପ୍ରଥମାର୍ଦ୍ଧର ଶେଷଭାଗରେ ଗୋଲ ପରିଶୋଧ ପାଇଁ ଚିଲି ଜୋର୍‌ଦାର ଉଦ୍ୟମ କରିଥିଲା। ଉଭୟ ଦଳ ପକ୍ଷରୁୁ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଥିଲେ ହେଁ ଗୋଲ ହୋଇପାରି ନ ଥିଲା। ବିପଜ୍ଜନକ ପ୍ରଦର୍ଶନ ପାଇଁ ନାଇଜେରିଆ ଅଧିନାୟିକା ୪୩ତମ ମିନିଟ୍‌ରେ ୟେଲୋ କାର୍ଡ ପାଇବା ଅନ୍ୟତମ ଚର୍ଚ୍ଚିତ ଘଟଣା ଥିଲା। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ନାଇଜେରିଆ ୧-୦ ଗୋଲରେ ଅଗ୍ରଣୀ ରହିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ମଧ୍ୟ ଖେଳ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ଚିଲି ଭଲ ଖେଳିଥିଲେ ହେଁ ଫିନିଶିଂ ଅଭାବରୁ ଗୋଲ କରିପାରି ନ ଥିଲା। ୮୨ତମ ମିନିଟ୍‌ରେ ନାଇଜେରିଆ ଆଉ ଏକ ଗୋଲ କରି ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲା। ଆମିନା ବେଲୋଙ୍କ ପାସ୍‌କୁ ନିୟନ୍ତ୍ରଣକୁ ଆଣି ବିସୋଲା ମୋସାକୁ ଗୋଲପୋଷ୍ଟର ଅତି ନିକଟରୁ ଏହି ଗୋଲଟି ଚତୁରତାର ସହ ସ୍କୋର କରିଥିଲେ। ୮୫ତମ ମିନିଟ୍‌ରେ ନାଇଜେରିଆ ଗୋଲପୋଷ୍ଟ ନିକଟରେ ବଲ୍‌ ପାଇଁ ସଂଘର୍ଷ ଚାଲିଥିବାବେଳେ ନାଇଜେରିଆର ଓମାମୁଜୁ ଇଡାଫେଙ୍କ ହାତରେ ବଲ୍‌ ବାଜି ଯାଇଥିଲା। ଇଟାଲିଆନ ରେଫରି ମାରିଆ ଫେରେରିଙ୍କ ନଜରକୁ ଏହା ଆସି ନ ଥିଲା। ମାତ୍ର ଚିଲି ଖେଳାଳିମାନେ ଭାର୍‌ (ଭିଡିଓ ଆସିଷ୍ଟାଣ୍ଟ ରେଫରି)ର ସହାୟତା ନେଇଥିଲେ। ଭିଡିଓ ଫୁଟେଜ୍‌ ଦେଖିବା ପାଇଁ ରେଫରି ନିଜେ ପଡ଼ିଆ ଛାଡ଼ିଥିଲେ। ୫ ମିନିଟ୍‌ ପରେ ଅର୍ଥାତ୍‌ ୯୦ତମ ମିନିଟରେ ପଡ଼ିଆରେ ପ୍ରବେଶ କରି ସେ ଇଡାଫେଙ୍କୁ ୟେଲୋ କାର୍ଡ ଦେଖାଇବା ସହ ପେନାଲ୍ଟି ଶଟ୍‌ ସଙ୍କେତ ଦେଇଥିଲେ। ୯୦+୧ ମିନିଟ୍‌ରେ ଚିଲିର ଟାଲି ରୋଭନେର ନାଇଜେରିଆ ଗୋଲକିପର ଓମିଲାନା ଫେଥ୍‌ଙ୍କୁ ଚକ୍‌ମା ଦେଇ ଗୋଲସ୍କୋର କରିଥିଲେ। ଇଞ୍ଜୁରି ଟାଇମ୍‌ ୯୦+୭ ମିନିଟ୍‌ ଯାଏ ଖେଳ ଚାଲିଥିଲେ ହେଁ ଚିଲି ଆଉ ଗୋଲ ପରିଶୋଧ କରିପାରି ନ ଥିଲା। ଫଳରେ ନାଇଜେରିଆ ବିଜୟୀ ହୋଇ ଖୁସି ମନାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?