Posted inଖେଳ

ପରାଜୟ ସହ ଭାରତର ବିଶ୍ୱକପ ଅଭିଯାନ ଶେଷ

ଭୁବନେଶ୍ୱର, ୧୮।୧୦ (କ୍ରୀଡ଼ା ପ୍ରତିନିଧି): ଭାରତର ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ପଦାର୍ପଣ ଅଲୋଡ଼ା ରେକର୍ଡ ସହ ଶେଷ ହୋଇଛ। ନିଜର ପ୍ରଥମ ବିଶ୍ୱକପରେ ଭାରତ ୩ଟି ଯାକ ମ୍ୟାଚ ହାରି ଅଭିଯାନ ଶେଷ କରିଛି। ପ୍ରଥମ ମ୍ୟାଚରେ ଆମେରିିକାଠାରୁ ୦-୮, ଦ୍ୱିତୀୟ ମ୍ୟାଚରେ ମରକ୍କୋଠାରୁ ୦-୩ ଗୋଲରେ ହାରିଥିବା ଭାରତ ସୋମବାର ତୃତୀୟ ମ୍ୟାଚରେ ବ୍ରାଜିଲଠାରୁ ୦-୫ ଗୋଲରେ ହାରି ଯାଇଛି। ଆଲିନେ ଓ ଲାରାଙ୍କ ଡବଲ ଗୋଲ ବଳରେ ବ୍ରାଜିଲ ବିଜୟ ମୁକୁଟ ପିିନ୍ଧିବା ସହ ନକ୍‌ଆଉଟରେ ପ୍ରବେଶ କରିଛି। ଏଥିସହ ପ୍ରତିଯୋଗିତାର ଭୁବନେଶ୍ୱର ପର୍ଯ୍ୟାୟ ମଧ୍ୟ ଶେଷ ହୋଇଛି। ଗ୍ରୁୁପ୍‌ ”ଏ’ରୁ ଆମେରିକା ଓ ବ୍ରାଜିଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗୋଆର ମାର୍ଗାଓରେ ଅନୁଷ୍ଠିତ ଅନ୍ୟ ଏକ ଗ୍ରୁପ୍‌ ”ଏ’ ମ୍ୟାଚରେ ଆମେରିକା ୪-୦ ଗୋଲରେ ମରକ୍କୋକୁ ପରାସ୍ତ କରିଛି। ଫଳରେ ଏହି ଗ୍ରୁପ୍‌ରେ ଆମେରକା ପ୍ରଥମ ଓ ବ୍ରାଜିଲ ଦ୍ୱିିତୀୟ ସ୍ଥାନୀୟ ଦଳଭାବେ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ଆସନ୍ତା ୨୧ ତାରିଖରେ ନଭି ମୁମ୍ବାଇରେ ଆମେରିକା-ନାଇଜେରିଆ ଏବଂ ଜର୍ମାନୀ-ବ୍ରାଜିଲ କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହେବ। ଗ୍ରୁପ୍‌ ‘ବି’ର ପ୍ରଥମ ଓ ଦ୍ୱିତୀୟ ଦଳଭାବେ ଯଥାକ୍ରମେ ଜର୍ମାନୀ ଓ ନାଇଜେରିଆ ନକ୍‌ଆଉଟରେ ପ୍ରବେଶ କରିଛନ୍ତି।
ମ୍ୟାଚରେ ଜର୍ସି ପରିବର୍ତ୍ତନ କରି ଖେଳିିଥିଲା ଭାରତ। ଭାରତକୁ କମଳା ଏବଂ ବ୍ରାଜିଲକୁ ବ୍ଲୁୁ ଜର୍ସି ଦିଆ ଯାଇଥିଲା। ଜର୍ସିର ରଙ୍ଗ ବଦଳିଥିଲେ ହେଁ ଭାରତୀୟ ଦଳର ଭାଗ୍ୟ ପରିବର୍ତ୍ତନ ହୋଇ ନ ଥିଲା। ପୂର୍ବାନୁମାନ ଅନୁସାରେ ବ୍ରାଜିଲ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଏହି ଦଳର ଖେଳାଳିମାନେ ଭାରତୀୟ ଗୋଲପୋଷ୍ଟ ଉପରେ କ୍ରମାଗତ ଆକ୍ରମଣ କରିଥିଲେ। ଅନ୍ୟପକ୍ଷରେ ଭାରତୀୟ ରକ୍ଷଣଭାଗ ବଲ୍‌କୁ ରୋକିବା ଏବଂ କ୍ଲିୟର କରିବାରେ ବ୍ୟସ୍ତ ରହିଥିଲା। ୧୧ତମ ମିନିଟରେ ଆଲିନେଙ୍କଠାରୁ ପାସ୍‌ ପାଇଥିବା ଗାବି ବେର୍ଚୋନ ବଲ୍‌କୁ ନିଜ ନିିୟନ୍ତ୍ରଣକୁ ଆଣି ଗୋଲ ଦେବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଶଟ୍‌ର ବେଗ ତୀବ୍ର ଥିବାରୁ ବଲ୍‌ଟି ଭାରତୀୟ ଗୋଲକିପର କେଇଶାମ ମେଲୋଡ଼ିଙ୍କ ହାତରେ ବାଜିଥିଲେ ମଧ୍ୟ ନେଟକୁ ଛୁଇଁଥିଲା। ଏହାପରେ କିନ୍ତୁ ମେଲୋଡି ଏକାଧିକଥର ଚମତ୍କାର ସେଭ୍‌ କରି ଦର୍ଶକଙ୍କ ମନ ଜିତିଥିଲେ। ୩୪ତମ ମିନିଟରେ କାଜଲଙ୍କ ହ୍ୟାଣ୍ଡବଲ ଯୋଗୁ ଫ୍ରି-କିିକ୍‌ ପାଇଥିଲା ବ୍ରାଜିଲ। ମାତ୍ର ଗାବ୍ରିଏଲ ବେର୍ଚୋନଙ୍କ ରାଇଟ୍‌ ଫୁଟ୍‌ ଶଟ୍‌ ଗୋଲପୋଷ୍ଟ ବାହାରେ ଚାଲି ଯାଇଥିଲା। ତେବେ ବ୍ରାଜିଲ ଆକ୍ରମଣ ପ୍ରକ୍ରିୟା ବଳବତ୍ତର ରଖିଥିଲା। ୪୦ତମ ମିନିଟରେ ଆନା ଫ୍ଲାଭିଆଙ୍କ ପାସ୍‌କୁ ଗୋଲରେ ପରିଣତ କରିଥିଲେ ୭ ନମ୍ବର ଜର୍ସି ପରିହିତ ଆଲିନେ। ଫଳରେ ପ୍ରଥମାର୍ଦ୍ଧ ଶେଷ ବେଳକୁ ବ୍ରାଜିଲ ୨-୦ ଗୋଲରେ ଅଗ୍ରଣୀଲାଭ କରିଥିଲା।
ପଟ୍ଟ ପରିବର୍ତ୍ତନ ହୋଇଥିଲେ ହେଁ ଭାରତର ପ୍ରଦର୍ଶନରେ ବିଶେଷ ଉନ୍ନତି ଆସି ନ ଥିଲା। ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବାର ୬ ମିନିଟ ପରେ ଅର୍ଥାତ୍‌ ୫୧ତମ ମିନିଟରେ ଆଲିନେ ବ୍ୟକ୍ତିଗତ ଏବଂ ବ୍ରାଜିଲ ପକ୍ଷରୁ ୩ୟ ଗୋଲଟି ସ୍କୋର କରିଥିଲେ। ରିବେକାଙ୍କଠାରୁ ପାଇଥିବା ପାସ୍‌ର ସେ ସଦୁପଯୋଗ କରିଥିଲେ। ମ୍ୟାଚର ଶେଷ ପର୍ଯ୍ୟାୟରେ ଅର୍ଥାତ୍‌ ୮୬ତମ ମିନିଟରେ ବ୍ରାଜିଲର ୧୭ ଜର୍ସି ପରିହିତ ଲାରା ଦଳ ପକ୍ଷରୁ ୪ର୍ଥ ଗୋଲଟି ଦେଇଥିଲେ। କେବଳ ସେତିକି ନୁହେଁ ଇଞ୍ଜୁରି ଟାଇମ୍‌ ୯୦+୩ ମିନିଟରେର ଲାରା ବ୍ୟକ୍ତିଗତ ଦ୍ୱିତୀୟ ଓ ବ୍ରାଜିଲ ପକ୍ଷରୁ ୫ମ ଗୋଲ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?