Posted inଖେଳ

ନିକୋଲ୍ସଙ୍କ ଅପରାଜିତ ଶତକ

ଓ୍ବେଲିଂଟନ, ୧୨ା୧୨ (ଏପି)-ସ୍ଥାନୀୟ ବେସିନ ରିଜର୍ଭଠାରେ ଶୁକ୍ରବାରଠାରୁ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି। ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୬ଉଇକେଟ ବିନିମୟରେ ୨୯୪ରନ କରିଛି। ଷ୍ଟମ୍ପ୍ସ ଅପସାରଣ ବେଳକୁ ହେନରୀ ନିକୋଲ୍ସ ୧୧୭ରନ କରି ଅପରାଜିତ ରହିଛନ୍ତି। କିକୋଲ୍ସଙ୍କର ଏହା ହେଉଛି ୬ଷ୍ଠ ଟେଷ୍ଟ ଶତକ। ବେସିନ ରିଜର୍ଭ ଗ୍ରାଉଣ୍ଡରେ ଏହା ୧୦୦ତମ ଶତକ। ନ୍ୟୁଜିଲାଣ୍ଡର ରାଜଧାନୀ ସହରରେ ବର୍ଷା ଯୋଗୁ ବହୁ ଦିନ ଧରି ପିଚ୍‌କୁ ଘୋଡାଇ ରଖାଯାଇଥିଲା। କଭର କାଢ଼ିନେବା ପରେ ପିଚ୍‌ ଘାସୁଆ ଓ କଠିନ ଥିଲା। ଫଳରେ ଟସ୍‌ ହାରିବା ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ହେବ, ଏହା ସହଜ ହେବ ନାହିଁ ବୋଲି ତାହା ସ୍ପଷ୍ଟ ଥିଲା। ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ଟସ୍‌ ଜିତିବା ପରେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଶାନନ ଗାବ୍ରିଏଲଙ୍କ ନେତୃତ୍ୱରେ ଭ୍ରମଣକାରୀ ଦଳର ବୋଲିଂ ଆକ୍ରମଣ ଜୋରଦାର ଥିଲା। ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ସେମାନେ ୩ ଉଇକେଟ ଖସାଇ ଦେଇଥିଲେ। ଏହି ୩ଜଣ ବ୍ୟାଟ୍ସମ୍ୟାନ ହେଲେ ଟମ୍‌ ବ୍ଲଣ୍ଡେଲ (୧୪), ଟମ୍‌ ଲଥାମ (୨୭) ଓ ରସ୍‌ ଟେଲର (୯)। ତେବେ ନିକୋଲ୍ସ ତାଙ୍କ ଅପରାଜିତ ଇନିଂସ ଅବସରରେ ଓ୍ବିଲ୍‌ ୟଙ୍ଗ (୪୩)ଙ୍କ ସହ ୭୦, ବି.ଜେ. ଓ୍ବାଟଲିଂଙ୍କ ସହ ୫୫ ଏବଂ ଡେରିଲ ମିଚେଲ (୪୨) ଙ୍କ ସହ ୮୩ରନ ଯୋଗ କରିଥିଲେ। ପ୍ରଥମ ଦିବସ ଖେଳ ଶେଷ ବେଳକୁ ତାଙ୍କ ସହ କାଇଲ ଜେମିସନ ୧ ରନ କରି ଅପରାଜିତ ରହିଛନ୍ତି। ଭ୍ରମଣକାରୀ ଦଳ ପକ୍ଷରୁ ସବୁଠାରୁ ସଫଳ ବୋଲର ଶାନନ ଗାବ୍ରିଏଲ୩, ଚେମର ହୋଲ୍‌ଡର ୨ ଏବଂ ଅଲଜାରି ଯୋଶେଫ୍‌ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ପୂର୍ବରୁ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚକୁ ନ୍ୟୁଜିଲାଣ୍ଡ ଏକ ଇନିଂସ ୧୩୪ ରନରେ ଜିତିନେଇଥିଲା।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୨୯୪/୬ (ହେନ୍‌ରୀ ନିକୋଲ୍ସ-୧୧୭*, ଓ୍ବିଲ୍‌ ୟଙ୍ଗ୍‌-୪୩, ଡେରିଲ୍‌ ମିଚେଲ-୪୨, ବି.ଜେ. ଓ୍ବାଟଲିଂ-୩୦, ଶାନନ ଗାବ୍ରିଏଲ୍‌-୩/୫୭, ଚେମର ହୋଲ୍ଡର-୨/୬୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri