ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ଭଙ୍ଗାରୁଜା, ଏନଆଇଏ କରିବ ଯାଞ୍ଚ, ପାକ-ଖଲିସ୍ତାନ ଷଡଯନ୍ତ୍ରର କରିବ ଅନୁସନ୍ଧାନ

ଲଣ୍ଡନ/ନୂଆଦିଲ୍ଲୀ,୧୮।୪: ବ୍ରିଟେନର ରାଜଧାନୀ ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ହୋଇଥିବା ପ୍ରଦର୍ଶନ ମାମଲାର ଯାଞ୍ଚ ଏବେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏନଆଇଏ କରିବ। ସୂଚନାଯୋଗ୍ୟ, ପ୍ରଦର୍ଶନ ମାମଲାରେ ପାକିସ୍ତାନ ଓ ଖଲିସ୍ତାନ ସମର୍ଥକ ଜଡିତ ଥିବା ଇନପୁଟ ମିଳିଛି। ଏହାପରେ ଏନଆଇଏ, ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଦ୍ୱାରା ଦାୟର କରାଯାଇଥିବା ମାମଲାକୁ ଟେକଓଭର କରିଛି।

ମିଳିଥିବା ସୂଚନା ଅନୁଯାୟୀ,କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏନଆଇଏକୁ ମାମଲା ଦାୟର କରିବାକୁ ଗ୍ରୀନ ସିଗନାଲ ମିଳିଛି। ହେଲେ ଏନଆଇଏ ପକ୍ଷରୁ ଏହି ମାମଲା ସମ୍ପର୍କରେ ଅଫିସିୟାଲି କୌଣସି ସୂଚନା ଦିଆଯାଇନାହିଁ। ସୂଚନାଯୋଗ୍ୟ, ୧୯ ମାର୍ଚ୍ଚରେ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ବାହାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ତ୍ରିରଙ୍ଗାର ବି ଅପମାନ ହୋଇଥିବା ଦେଖାଯାଇଥିଲା। ଏହି ଘଟଣା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଖଲିସ୍ତାନ ଓ ଏହାର ସମର୍ଥକଙ୍କ ବିରୋଧରେ ୨୪ ମାର୍ଚ୍ଚରେ ମାମଲା ଦାୟର କରିଥିଲେ। ମାମଲା ଭାରତୀୟ ଦଣ୍ଡ ସଂହିତା(ଆଇପିଏସ), ୟୁଏପିଏ ଓ ପିଡିପିପି ଆକ୍ଟ ଆଧାରରେ ଦାୟର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri