Posted inଜାତୀୟ

ଏନଆଇଏର ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ୨୧ ଖଲିସ୍ତାନୀ ସମର୍ଥକ ଆତଙ୍କବାଦୀଙ୍କ ନାମ

ନୂଆଦିଲ୍ଲୀ,୮।୭: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ)ବିଦେଶରେ ବିସିଥିବା ଖଲିସ୍ତାନୀ ସମର୍ଥକ ଆତଙ୍କବାଦୀଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ କରିବାକୁ ଯାଉଛି।ଏନଆଇଏ ପ୍ରାୟ ୨୧ ଜଣ ଆତଙ୍କବାଦୀଙ୍କ ନାମ ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ସାମିଲ କରିଛି। ଏଥିରେ କନାଡା, ଆମେରିକା ଓ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ନାମ ସାମିଲ ରହିଛି।
ଏନଆଇଏ ଓ୍ବେବସାଇଟରେ ଏହି ଖଲିସ୍ତାନୀଙ୍କ ନାମ ସହ ଫଟୋ ଦିଆଯାଇଛି। ଲିଷ୍ଟରେ ଲଖବୀର ସିଂ ଲଣ୍ଡା, ମନଦୀପ ସିଂ, ସତନାମ ସିଂ, ଅମରିକ ସିଂଙ୍କ ଭଳି ଖଲିସ୍ତାନ ସମର୍ଥକ ଓ ଆତଙ୍କବାଦୀଙ୍କ ତଥ୍ୟ ରହିଛି। ସୁରକ୍ଷା ଏଜେନ୍ସିର ଲିଷ୍ଟରେ ସବୁଠାରୁ ଉପରେ ଶିଖ ଫର ଜଷ୍ଟିଶର ପଳାତକ ଗୁରୁପତଓ୍ବନ୍ତ ସିଂହ ପନ୍ନୁ ରହିଛନ୍ତି।

ଏନଆଇଏରୁ ମିଳିଥିବା ସୂଚନା ଅନୁଯାୟୀ ବିଦେଶରେ ବସିଥିବା ଖାଲିସ୍ତାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜୁଲାଇ ୧୭ ପରେ ଖୁବ ଶୀଘ୍ର, ଏନଆଇଏର ଏକ ୫ ଜଣିଆ ଟିମ ଆମେରିକାର ସାନଫ୍ରାନ୍ସିସ୍କୋକୁ ଯିବେ, ଯେଉଁଠାରେ କନସୁଲେଟରେ ହୋଇଥିବା ଆକ୍ରମଣର ଯାଞ୍ଚ କରାଯିବ। ଖାଲିସ୍ତାନ ସମର୍ଥକମାନେ ଏହି ଆକ୍ରମଣ କରିଥିଲେ।
ଗୁଇନ୍ଦା ସୂତ୍ରର ସୂଚନା ଅନୁଯାୟୀ, ଏନଆଇଏ ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ ରାଜ୍ୟ ପୋଲିସ ସହିତ ସୁରକ୍ଷା ଏଜେନ୍ସି ଏକ ଡୋଜିୟର ପ୍ରସ୍ତୁତ କରିଛନ୍ତି। ଏଥିରେ ବ୍ରିଟେନ, ଆମେରିକା ଏବଂ କାନାଡାର ଦୂତାବାସ ଉପରେ ହୋଇଥିବା ଆକ୍ରମଣ ସଂପର୍କରେ ଏନଆଇଏ ଖାଲିସ୍ତାନ ସମର୍ଥକ ଆତଙ୍କବାଦୀଙ୍କ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?